ଚନ୍ଦାହାଣ୍ଡି:ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ସଦର ମହକୁମା ସ୍ଥିତ ପାନାବେଡ଼ା ମହାବିଦ୍ୟାଳୟ ଠାରେ ୬୬୨ ବର୍ଗ ଓଡ଼ିଶା କଲେଜ ଅଧ୍ୟାପକ ଓ କର୍ମଚାରୀ ସଂଘର ସ୍ଵନକ୍ଷତ୍ର ଦିବସ ପାଳିତ ହୋଇଯାଇଛି। ଆୟୋଜିତ ଏହି ସଭାରେ ଅରୁଣ କୁମାର ହୋତା,ଅନିଲ କୁମାର ପୁଷ୍ଟି,ନଳିନୀ କୁମାର ଦାସ,ବିଶିକେଶନ ପାଢ଼ୀ,ଦ୍ବାରିକାନାଥ ବାଘ,ଦିଲୀପ କୁମାର ଲେଙ୍କା,ବିଶ୍ବରଂଜନ ପଣ୍ଡା,ମକର ନାୟକ, ତ୍ରିଜନ ନାୟକ,ପୂର୍ଣ୍ଣଚନ୍ଦ୍ର ସାହୁ,ହରିଶ୍ଚନ୍ଦ୍ର ସାହୁ, ଶ୍ୟାମଲାଲ ସାହୁ,ଦଇତାରୀ ମିଶ୍ର, ମନଧର ବାଘ,ଦେଓସରଣ ସାହୁ,ପୁଷ୍ପଦ୍ୱଜ ଧୁରୁଆ, ଏବଂ ସମସ୍ତ ଅଧ୍ୟାପକ ଓ କର୍ମଚାରୀ ଉପସ୍ଥିତ ଥିଲେ।ପ୍ରଥମେ ସମସ୍ତେ ଅଧ୍ୟାପକ ଓ କର୍ମଚାରୀମାନେ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ଧୂପ ଦୀପ ପ୍ରଜ୍ବଳନ କରିଥିଲେ ଓ ସଭାକୁ ଆଗେଇ ନେଇଥିଲେ।ସୂଚନା ଯୋଗ୍ୟ କି ୪ଦଫା ଦାବି ନେଇ ୬୬୨ ସଂଘ ଦୀର୍ଘ ୧୪୦ଦିନ ଧରି ଭୁବନେଶ୍ୱର ର ଗାନ୍ଧୀ ମାର୍ଗ ଉପରେ ବସିଥିବା ସତ୍ତ୍ୱେ ସରକାର କଲେଜ ସଙ୍ଘର ଦାବି କୁ ଏ ପର୍ଯ୍ୟନ୍ତ ପୂରଣ କରିନାହାନ୍ତି।ସଂଘର ସ୍ଵନକ୍ଷତ୍ର ଦିବସ ରେ ଉପସ୍ଥିତ ଅଧ୍ୟାପକ ଓ କର୍ମଚାରୀମାନେ ସେମାନଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ରଖୁଥିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି।ଦୀର୍ଘବର୍ଷ ଧରି ଶିକ୍ଷା ଓ ଶିକ୍ଷାଦାନ କୁ ଜୀବିକା ରୂପେ ଆପଣାଇଥିବା ୬୬୨ ବର୍ଗ ର ଅଧ୍ୟାପକ ଓ କର୍ମଚାରୀ ମାନଙ୍କ ଭବିଷ୍ୟତ ଯେ ଅନ୍ଧାର ଆଡ଼କୁ ଠେଲି ହେଇଯାଉଛି ଏଥିରେ ତିଳେ ହେଲେ ସନ୍ଦେହ ନାହିଁ। ନା ଅଛି ଏମାନଙ୍କ ପାଇଁ ଚାକିରି ସର୍ତ୍ତାବଳୀ ନା ଅଛି ଅବସର କାଳୀନ ସୁବିଧା ।ପୁଣି ଦରମା ନିର୍ଧାରଣ ନୀତି ରେ ପାତର ଅନ୍ତର ନୀତି ୬୬୨ ବର୍ଗ ଅଧ୍ୟାପକ ଓ କର୍ମଚାରୀଙ୍କ ଭବିଷ୍ୟତକୁ ଦୁଃଖମୟ କରିଛି। ତେବେ ସମାନ କାମକୁ ସମାନ ଦରମା,ଅବସର କାଳୀନ ଭତା,ଆଦି ଅସନ୍ତୋଷର କାରଣ ପାଲଟିଛି ବୋଲି ଉପସ୍ଥିତ ଅଧ୍ୟାପକ ଓ କର୍ମଚାରୀ ମାନେ ମତ ବ୍ୟକ୍ତ କରିଛନ୍ତି।ବହୁଦିନ ଧରି ଚାଲିଥିବା ଶୃଙ୍ଖଳିତ ଆନ୍ଦୋଳନ ପ୍ରତି ସରକାର ଦୃଷ୍ଟି ଦେଉନାହାନ୍ତି।ତେଣୁ ସଂଘର ସଭାପତି,ସମ୍ପାଦକ ଓ କର୍ମକର୍ତ୍ତା ଙ୍କ ଆଗାମୀ କାର୍ଯ୍ୟପନ୍ଥା ନବରଙ୍ଗପୁର ଜିଲ୍ଲା ସଂଘ ପୂର୍ଣ୍ଣ ସମର୍ଥନ ଦେବ ବୋଲି ମତ ପ୍ରକାଶ କରିଛନ୍ତି।ତେଣୁ ସଂଘର ନିୟମ ଅନୁସାରେ ସରକାର ଦାବି ନ ମାନିଲେ ଆଗାମୀ ଦିନରେ ଅନୁଷ୍ଠାନ ର ସମସ୍ତ କର୍ମଚାରୀ ଆନ୍ଦୋଳନ ରେ ଯୋଗଦେବେ ବୋଲି ଚେତାବନୀ ଦେଇଛନ୍ତି।
ଚନ୍ଦାହାଣ୍ଡି କଲେଜ ଅଧ୍ୟାପକ ଓ କର୍ମଚାରୀ ସଂଘର ସ୍ଵନକ୍ଷତ୍ର ଦିବସ ପାଳିତ l

More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l