ରିପୋର୍ଟ :ଯଯାତି କେଶୋରୀ ବିଶ୍ୱାଳ
ରାଉରକେଲା:ରାଜ୍ୟର ସମସ୍ତ ଅମଲା ମାସିକ ୪୨୦୦ ଟଙ୍କା ଗ୍ରେଡ ପେ ଦାବିକରି ଦୀର୍ଘ ଦିନ ଧରି ପ୍ରତିବାଦ ଆନ୍ଦୋଳନ କରିବା ପରେ ରାଜ୍ୟ ସରକାର ସେମାନଙ୍କର ନ୍ୟାର୍ଯ୍ୟ ଦାବି ଗ୍ରହଣ ନ କରିବାରୁ ଗତ ଜୁନ ୧ ତାରିଖରୁ ସେମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିଥିବା ବେଳେ ଜିଲ୍ଲା ମିଳିତ ଅମଲା ସଂଘ ପକ୍ଷରୁ ରାଉରକେଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଧର୍ମଘଟ ଜାରି ରଖିଛନ୍ତି। ତାଙ୍କର ଏହି ନ୍ୟାର୍ଯ୍ୟ ଦାବି ରାଜ୍ୟ ସରକାର ଦୀର୍ଘ ୭ ବର୍ଷ ଧରି କର୍ଣ୍ଣପାତ ନ କରିବା ଫଳରେ ସେମାନେ ଏହି ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି। ଫଳରେ ରାଜ୍ୟ ସରକାରଙ୍କ ଅଫିସ୍ ଗୁଡ଼ିକ ଅଚଳ ହୋଇପଡିଛି। ଏହି ଆନ୍ଦୋଳନ ଯୋଗୁଁ ସାଧାରଣ ଲୋକ ସେମାନଙ୍କ ଜରୁରୀ କାର୍ଯ୍ୟ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଅମଲା ଙ୍କ ନ୍ୟାର୍ଯ୍ୟ ଦାବି ଓ ଆନ୍ଦୋଳନ କୁ ସି ଆଇ ଟି ୟୁ, ସୁନ୍ଦରଗଡ଼ ଜିଲ୍ଲା କମିଟି ପକ୍ଷରୁ ସମର୍ଥନ ଜଣାଇବା ସହ ଏକ ପ୍ରତିନିଧି ଦଳ ପାନପୋଷ ଉପ ଜିଲ୍ଲାପାଳ ଙ୍କ ଅଫିସ ଆଗରେ ଧାରଣା ରେ ବସିଥିବା ଅମଲା ମାନଙ୍କ ଆନ୍ଦୋଳନ ରେ ସାମିଲ ହୋଇଛନ୍ତି। ଏହି ପ୍ରତିନିଧି ମାନଙ୍କ ମଧ୍ୟରେ ସି ଆଇ ଟି ୟୁ ରାଜ୍ୟ ଉପସଭାପତି ଜାହାଙ୍ଗୀର ଅଲ୍ଲୀ, ବିମାନ ମାଇତି, ରାଜ୍ୟ ସଂପାଦକ ବସନ୍ତ ନାୟକ, ହୃଦୟାନନ୍ଦ ଯାଦବ, ସୁରେନ୍ଦ୍ର ଦାଶ, ରାଜ କିଶୋର ପ୍ରଧାନ, ବି ପି ମହାପାତ୍ର,ତାଜମୁନ୍ ନେହାର, ଚନ୍ଦ୍ରଭାନୁ ଦାସ, ଲକ୍ଷ୍ମୀଧର ନାୟକ, ପ୍ରଭାତ ମହାନ୍ତି, ବିଶ୍ଵଜିତ ମାଝୀ ପ୍ରମୁଖ ଆନ୍ଦୋଳନକାରୀ ମାନଙ୍କୁ ଉଦବୋଧନ ଦେଇ ସରକାର ୧୩ ଦିନ ବିତିଯାଇଥିଲେ ମଧ୍ୟ ରାଜ୍ୟ ରେ ପ୍ରବଳ ଗ୍ରୀଷ୍ମପ୍ରବାହ ରେ ଅମଲା ମାନେ ଧାରଣାରେ ବସିଛନ୍ତି ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ସି ଆଇ ଟି ୟୁ ନେତା ମାନେ ଦାବି କରିଥିଲେ।ସି ଆଇ ଟି ୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି ରାଜ୍ୟ ସରକାର ଅମଲା ମାନଙ୍କ ଯଥାର୍ଥ ଦାବି କୁ ଗ୍ରହଣ କରିବା ସହିତ ସରକାରୀ ଅଫିସ ମାନଙ୍କରେ ସ୍ବାଭାବିକ ଅବସ୍ଥା ଫେରାଇ ଆଣିବାକୁ ଦାବି କରିଛନ୍ତି।


More Stories
Forester of Bandhbahal, arrested by Odisha Vigilance for accepting Rs 5,000 bribe.
ଦିନ ଦିପହରେ ଜାତୀୟ ରାଜପଥରେ ରାହାଜାନୀ ଓ ମରଣତ୍ମକ ଆକ୍ରମଣ l
ମୁଖ୍ୟ ପୂର୍ତ୍ତ ବିଭାଗ ରାସ୍ତା ରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କୁ ୪୦୦ ମିଟର ରାସ୍ତା କାର୍ଯ୍ୟ ନିମ୍ନ ମାନର l