ରିପୋର୍ଟ :ଯଯାତି କେଶୋରୀ ବିଶ୍ୱାଳ
ରାଉରକେଲା ମହାନଗରବାସୀ ମାନଙ୍କୁ ସୁଲଭ ମୂଲ୍ଯ ରେ ଆମ୍ବ ଉପଲବ୍ଧ କରିବା ଉଦ୍ଦେଶ୍ଯ ରେ ଆମବାଗାନ ରେ ୬ ଜୁନ ରୁ ଚାଲିଥିବା ‘ଗାଁ ଆମ୍ବ ପସରା’ ଆଜି ସଂପନ୍ନ ହୋଇଯାଇଛି। ଜିଲ୍ଲାପ୍ରଶାସନ, ଓରମାସ ଓ ମିଶନ ଶକ୍ତିର ମିଳିତ ସହଯୋଗରେ ଏହାର ଆୟୋଜନ କରାଯାଇଥିଲା।

ଏଥିରେ ସୁନ୍ଦର ଗଡ ଜିଲ୍ଲା ବ୍ୟତୀତ କେନ୍ଦୁଝର, ରାୟଗଡ଼ା, ବହ୍ମପୁର ଜିଲ୍ଲା ର ବିଭିନ୍ନ ଅଞ୍ଚଳରୁ ଆସିଥିବା ସ୍ବୟଂ ସହାୟକ ଗୋଷ୍ଠୀ ର ମା ମାନେ,ଓ ଆମ୍ବ ଚାଷୀ ମାନେ ଆସି ଆମ୍ବ ବିକ୍ରୀ କରିଥିଲେ। ଆଜି ଶେଷ ଦିନରେ ଓରମାସ ର ଡେପୁଟି ସିଇଓ କେଶବ ଝା ମେଳା ରେ ଅଂଶ ଗ୍ରହଣ କରିଥିବା ସ୍ବୟଂ ସହାୟକ ଗୋଷ୍ଠୀ ର ସଦସ୍ଯ, ଚାଷୀ ମାନଙ୍କୁ ସମ୍ମାନିତ କରିଥିଲେ।

ଏ ଅବସରରେ ଶ୍ରୀ ଯୁକ୍ତ କେଶବ ଝା କହିଛନ୍ତି ଯେ ଗାଁ ଆମ୍ବ ପସରା ସମସ୍ତ ଲୋକଙ୍କ ଦ୍ବାରା ରା ଆଦ୍ରୁତ ହୋଇପାରିଛି। ଲୋକମାନେ ସୁଲଭ ମୂଲ୍ଯ ରେ ଆମ୍ବ ପାଇଥିବା ବେଳେ ଚାଷୀ ମାନେ ଲାଭବାନ ହୋଇ ପାରିଛନ୍ତି। ଗାଁ ଆମ୍ବ ପସରା ରେ ମୋଟ ୭ ଲକ୍ଷ ୫୪ ହଜାର ଟଙ୍କା ର ବ୍ଯବସାୟ ହୋଇଛି। ଚାଷୀ ମାନେ ଏଥି ପାଇଁ ନିଜର ଖୁସି ବ୍ୟକ୍ତ କରିଛନ୍ତି।
ଉଲ୍ଲେଖନୀୟ ଯେ ଗାଁ ଆମ୍ବ ପସରା’ ରେ ମୋଟ ୧୩ ଟି ଷ୍ଟଲ ଲାଗିଥିଲା। ଗ୍ରାମାଞ୍ଚଳରୁ ଅମଳ ହୋଇଥିବା ଭଳିକି ଭଳି ଆମ୍ବ ବିକ୍ରି କରିବାର ବ୍ଯବସ୍ଥା କରାଯାଇ ଥିଲା। ଲେଙ୍ଗଡା, ସୁନ୍ଦରୀ, ମଲ୍ଲିକା, ବାଇଗଣପଲେଇ, ଦସେରୀ ତଥା ହୀମସାଗର , ଆମ୍ରପାଲି, ବାଇଗଣଫଲି ଆମ୍ବ ଆଦି ଉପଲବ୍ଧ ରହିଥିଲା।


More Stories
ଦିନ ଦିପହରେ ଜାତୀୟ ରାଜପଥରେ ରାହାଜାନୀ ଓ ମରଣତ୍ମକ ଆକ୍ରମଣ l
ମୁଖ୍ୟ ପୂର୍ତ୍ତ ବିଭାଗ ରାସ୍ତା ରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କୁ ୪୦୦ ମିଟର ରାସ୍ତା କାର୍ଯ୍ୟ ନିମ୍ନ ମାନର l
ବରୀରେ ଚୋରା ମଦ ବ୍ୟବସାୟକୁ ନେଇ ତେଜୁଛି ଅସନ୍ତୋଷ l