ବୋଲଗଡ଼, “ଆମ ଓଡ଼ିଶା ଖବର” ୩୦ ନଭେମ୍ବର ମଧ୍ୟାହ୍ନ ସମୟର ଘଟଣା, ବୋଲଗଡ଼ ବ୍ଲକ ବଡକୁମାରୀ ପଞ୍ଚାୟତ ରାଜନଗର ଗ୍ରାମର ପ୍ରଶାନ୍ତ କୁମାର ସ୍ବାଇଁ (୪୦) ରବିବାର ଦିନ ୨ଟା ୪୦ ମିନିଟ୍ ସମୟରେ ନିଜ ପୁତୁରା ଚିରଞ୍ଜିବଙ୍କ ସହ ବନ୍ଧୁ ଘରକୁ, ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ବେଗୁନିଆ ଅଭିମୁଖେ ଯାଉଥିଲେ। ରାଜସୁନାଖଳା ଭକ୍ତଚରଣ ମହାବିଦ୍ୟାଳୟରେ ଅଧ୍ୟାପକ ରୂପେ କାର୍ଯ୍ୟରତ ପ୍ରଶାନ୍ତଙ୍କୁ ତାଙ୍କ ଗାଁ ପାଖ ବୋଲଗଡ଼ ଥାନା ଅଧୀନ ପାନନଗର ଗ୍ରାମର ପାପୁନି କୁମାର ନାୟକ ଓ ଅନ୍ୟ ତିନିଜଣ ମିଶି ବେଗୁନିଆ ଥାନା ଅଧୀନ ଜାତୀୟ ରାଜପଥର ଟିକାତଳ ଟୋଲଗେଟ୍ ନିକଟରେ ଅସଭ୍ୟ ଭାଷାରେ ତାଙ୍କୁ ଶୋଧାବକା କରିବା ସହ ସଂଘବଦ୍ଧ ଭାବେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଥିଲେ। ପରେ ଜୀବନରୁ ମାରିଦେବାକୁ ଧମକ ଦେଇ ପ୍ରଶାନ୍ତଙ୍କ ନିକଟରୁ ଏକ ସୁନା ଚେନ, ଏକ ସୁନା ମୁଦି ଓ ମନିପର୍ସ ସହିତ ସେଥିରେ ଥିବା କିଛି ଟଙ୍କା ଛଡ଼ାଇ ନେଇଥିଲେ। ଦୁର୍ବୃତଂକ ଆକ୍ରମଣରେ ପ୍ରଶାନ୍ତଙ୍କ ମୁଣ୍ଡରେ ଗଭୀର ଆଘାତ ସୃଷ୍ଟି ହୋଇଥିବା ବେଳେ ସେ ଏନେଇ ବେଗୁନିଆ ଥାନାରେ ତାଙ୍କ ବଡ଼ଭାଇ ଚିତ୍ତ ରଞ୍ଜନ ସ୍ୱାଇଁ ଲିଖିତ ଅଭିଯୋଗ କରିଛନ୍ତି। ବନ୍ଧୁ ଉପହାର ପାଇଁ ନେଉଥିବା ସୁନା ମୁଦି ସହିତ ଟଙ୍କା ଛଡାଇ ନେଇଛନ୍ତି। ଉକ୍ତ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଉଥିବା କିଛି ବ୍ୟକ୍ତି ଘଟଣା ସ୍ଥଳରେ ପହଁଚିଲା ବେଳକୁ ଦୁର୍ବୁର୍ତ୍ତମାନେ ଫେରାର ହୋଇଯାଇଥିଲେ। ପ୍ରଶାନ୍ତ ପ୍ରାଥମିକ ଚିକିତ୍ସା ନିମନ୍ତେ ରାଜସୁନାଖଳା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ଡାକ୍ତର ପରାମର୍ଶ କ୍ରମେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱର ଏମ୍ସ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଏହି ଲୁଟ୍ ଘଟଣା ପଛରେ କଣ ଉଦ୍ଧେଶ୍ୟ ରହିଛି କିମ୍ବା ପୂର୍ବର କିଛି ଶତ୍ରୁତା କାରଣରୁ ଏଭଳି ହୋଇଥିବା କଥା କିଛି ସ୍ପଷ୍ଟ ହୋଇନାହିଁ। ଏନେଇ ବେଗୁନିଆ ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ପଣ୍ଡା ଘଟଣା ସ୍ଥଳରେ ପହଂଚି ତଦନ୍ତ ଚଳାଇଛନ୍ତି।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ବସ୍ ସେବା ଆରମ୍ଭ l
Dr. Sumant Kumar Patel, the officer of the Kaniha Health Center in Angul district, was caught by the vigilance while accepting a bribe of Rs. 49,000.
ଧାନେଶ୍ଵରୀ ପୀଠରେ ଅଚ୍ୟୁତାନନ୍ଦ ମହାପୁରୁଷ ଓ କଳ୍କୀ ଅବତାରଙ୍କ ବ୍ରହ୍ମଏକାକ୍ଷର ମେଳା ଅନୁଷ୍ଠିତ