ଯାତାୟାତ ସଂଯୋଗ ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏକାଧିକ ରେଳ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ :

ରାୟଗଡ, ୦୬ ଜାନୁଆରୀ ୨୦୨୫:

ସଂଯୋଗୀକରଣ ବୃଦ୍ଧି ତଥା ସାମାଜିକ ଓ ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକାଧିକ ପ୍ରମୁଖ ରେଳ ପ୍ରକଳ୍ପର ଶୁଭାରମ୍ଭ କରିଥିବାବେଳେ କେତେକର ଶିଳାନ୍ୟାସ କରିଛନ୍ତି | ଏହି ପଦକ୍ଷେପଗୁଡ଼ିକ ବିଭିନ୍ନ ଅଞ୍ଚଳରେ ବିଶେଷ ଭାବେ ଓଡିଶା, ଜାମ୍ମୁ କାଶ୍ମୀର ଏବଂ ତେଲେଙ୍ଗାନାରେ ରେଳ ଭିତ୍ତିଭୂମିରେ ପରିବର୍ତ୍ତନ ଆଣିବାକୁ ଲକ୍ଷ୍ୟ ରଖିଛି |

ରାୟଗଡା ରେଳ ମଣ୍ଡଳ କାର୍ଯ୍ୟାଳୟ ଭବନ ଭିତ୍ତିପ୍ରସ୍ତର ସ୍ଥାପନ – ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପୂର୍ବତଟ ରେଳପଥର ରାୟଗଡା ରେଳ ମଣ୍ଡଳ କାର୍ଯ୍ୟାଳୟ ଭବନ ପାଇଁ ଶିଳାନ୍ୟାସ କରିଛନ୍ତି |
ଏହି ପ୍ରକଳ୍ପର ନିର୍ମାଣ ପାଇଁ ଆନୁମାନିକ ₹ ୧୦୭ କୋଟି ଟଙ୍କା ମଞ୍ଜୁର କରାଯାଇଅଛି ଯାହା ଓଡିଶା, ଆନ୍ଧ୍ରପ୍ରଦେଶ ଏବଂ ଜମ୍ମୁକାଶ୍ମୀର ସହ ଏହାର ଆଖପାଖ ଅଞ୍ଚଳରେ ରେଳ ଭିତ୍ତିଭୂମିରେ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖାଯାଇଛି | ଏହି ନିର୍ମାଣ କାର୍ଯ୍ୟ ନୂତନ ରେଳମଣ୍ଡଳ କାର୍ଯ୍ୟାଳୟ ଭବନ ସହ ବିଭାଗୀୟ ନିୟନ୍ତ୍ରଣ କାର୍ଯ୍ୟାଳୟ, ଅଧିକାରୀ ଏବଂ କର୍ମଚାରୀଙ୍କ ରହିବା ପାଇଁ ଆଧୁନିକ ଆବାସ ସୁବିଧା ଯୋଗାଇବ |

ରାୟଗଡା ରେଳ ମଣ୍ଡଳ କାର୍ଯ୍ୟାଳୟ ଭବନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହ ଏକ ଉଲ୍ଲେଖନୀୟ ଘଟଣା ଥିଲା ଯେଉଁଥିରେ ମାନ୍ୟବର ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉପସ୍ଥିତ ରହି ଏହାର ଶିଳାନ୍ୟାସ କରିଥିଲେ | ରାୟଗଡାରେ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ l ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜର ଅଭିଭାଷଣ କହିଲେ ଯେ ଓଡିଶା ସରକାର ଓଡିଶା ବାସୀଙ୍କ ନିମନ୍ତେ ଚିନ୍ତା କରୁଛନ୍ତି l ଚାଷୀମାନଙ୍କୁ କ୍ୱିଣ୍ଟାଲ ପିଛା ୮୦୦ଟଙ୍କା ଧାନର ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି l ଆଦିବାସୀ ଅଞ୍ଚଳରେ ଶିଳ୍ପ ବିକାଶ କରିବା ଦ୍ୱାରା ଅଧିକ ସ୍ଥାନୀୟ ନିଯୁକ୍ତି ମିଳିବ l ସ୍ୱାସ୍ଥ୍ୟ କେତ୍ରରେ ବିକାଶ ନିମନ୍ତେ ଆଗାମୀ ଦିନରେ ମେଡିକାଲ କଲେଜ ସ୍ଥାପନ ପାଇଁ ବସରକାର ବିଚାର କରିବେ ବୋଲି କହିଥିଲେ l

ଭାରତ ସରକାରଙ୍କ ରେଳବାଇ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରବନୀତ ସିଂ ବିଟୁ ଏବଂ ଏହି ଅଞ୍ଚଳର ବହୁ ବିଶିଷ୍ଟ ଅତିଥି ଯଥା ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ, ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ, ଓଡିଶା,କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକା, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, କଳାହାଣ୍ଡି ସାଂସଦ ଶ୍ରୀମତୀ ମାଲବିକା ଦେଓ, ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ,ରାୟଗଡ ବିଧାୟକ କାଦ୍ରlକl ଆପଲସ୍ୱାମୀ, କୋରାପୁଟ ବିଧାୟକ ରଘୁରାମ ମାଛ, ନବରଙ୍ଗପୁର ବିଧାୟକ,ରେଳ ବିଭାଗ ଡିଆରଏମ ମନୋଜ କୁମାର ସାହୁଙ୍କ ସହ ସ୍ଥାନୀୟ ଜନପ୍ରତିନିଧି ଯୋଗଦେଇଥିଲେ | ଏହି କାର୍ଯ୍ୟକ୍ରମକୁ ରାୟଗଡ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପାଟାୱାରୀ, ଆରୋକ୍ଷୀ ଅଧିକ୍ଷକl ସ୍ୱାତୀ ଏସ କୁମାର ଓ ରେଳ କର୍ତୃପକ୍ଷ ଆୟୋଜନ କରିଥିଲେ

ଏହି ରେଳ ପ୍ରକଳ୍ପଗୁଡିକ ଆଞ୍ଚଳିକ ଅର୍ଥନୈତିକ ବିକାଶ, ପର୍ଯ୍ୟଟନ ଏବଂ ଭିତ୍ତିଭୂମି ବୃଦ୍ଧିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ଏବଂ ଦେଶର ସାମଗ୍ରିକ ଅଭିବୃଦ୍ଧିରେ ଏକ ପ୍ରମୁଖ ଅବଦାନ ପ୍ରଦାନ କରିବ ବୋଲି ଆଶା କରାଯାଉଛି |

ରାୟଗଡା ଜିଲ୍ଲା ପ୍ରତିନିଧି ଅଜିତ କୁମାର ଭାତ୍ରା ଙ୍କ ନ୍ୟୁଜ ଆମ ଓଡିଶା ଖବର

error: Content is protected !!