ରାୟଗଡ଼ା : ୦୬/୦୭/୨୩ ଆପୋଲୋ ହସ୍ପିଟାଲ କର୍ତ୍ତୃପକ୍ଷ ସରକାରଙ୍କର ନିର୍ଦ୍ଦେଶକୁ ଅମାନ୍ୟ କରିଥିବାରୁ ଆପୋଲୋ ହସ୍ପିଟାଲରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଆଗାମୀ ଦିନରେ ଆପୋଲୋ ହସ୍ପିଟାଲର କର୍ମଚାରୀ ମାରଣ ନୀତିକୁ ବିରୋଧ ଏବଂ ଶ୍ରମ ବିଭାଗର ନିର୍ଦ୍ଦେଶକୁ ଅମାନ୍ୟ କରିଥିବାରୁ ଭାରତୀୟ ମଜଦୁର ସଂଘ ଆଜି ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ ଦଫା ଦାବି ପତ୍ର ପ୍ରଦାନ କରାଯାଇଛି ।ଏହି ଅବସରରେ କପିଳାସ ହଟେଲ ଛକରୁ ଏକ ପଦଯାତ୍ରା ରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୋମନାଥ ପ୍ରଧାନଙ୍କୁ ୫ ଦଫା ଦାବି ପତ୍ର ପ୍ରଦାନ କରିଛନ୍ତି।
ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘ ର ରାଜ୍ୟ ସମ୍ପାଦକ ଶ୍ରୀ ଯୋଗେଶ୍ଵର ଦାସ ଯୋଗ ଦେଇ ରାଜ୍ୟର ଗରୀବ ଜନସାଧାରଣଙ୍କୁ ଜରୁରୀ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ଯୋଗାଇବା ଓ ବେକାର ଯୁବତୀ ଯୁବକମାନଙ୍କୁ ନିଯୁକ୍ତି ଇତ୍ୟାଦି ସର୍ତ୍ତରେ ଜମି ଓ ଅନ୍ୟାନ୍ୟ ସୁବିଧା ପାଇଥିବା ଆପୋଲୋ ହସ୍ପିଟାଲ ଆଜି ନିଜର ଲାଭାଂଶ ବୃଦ୍ଧି କରିବା ସହିତ ଗରୀବ ଜନସାଧାରଣ ତଥା ନିଯୁକ୍ତି ପାଇଥିବା କର୍ମଚାରୀଙ୍କୁ ଶୋଷଣ କରିବା କାମ କରୁଛି । ଓଡ଼ିଶା ଶ୍ରମ ବିଭାଗର ନିର୍ଦ୍ଦେଶକୁ ପାଳନ କରୁନାହିଁ । ନିକଟ ଅତୀତରେ ଭାରତୀୟ ମଜଦୁର ସଂଘ ଶ୍ରମିକ ନିର୍ଯ୍ୟାତନା ବନ୍ଦ କରିବା, ଜନସାଧାରଣଙ୍କୁ ସରକାରୀ ନିୟମାନୁସାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଆଦି ଦାବି ନେଇ ଧାରଣା ପ୍ରଦର୍ଶନ କରିବା ପାଇଁ ସୂଚନା ଦେଇଥିଲା । ଶ୍ରମ ବିଭାଗର ହସ୍ତକ୍ଷେପ ଫଳରେ ତାହା ଦ୍ୱିପାକ୍ଷିକ ବୁଝାମଣା ସହ ଧାରଣା ପ୍ରଦର୍ଶନ ପ୍ରତ୍ୟାହୃତ ହୋଇଥିଲା । ବୁଝାମଣା ମୁତାବକ ଜୁନ୍ ୨୯ ତାରିଖ ସୁଦ୍ଧା ସଂଘର ଦାବି ପୂରଣ ହେବା କଥା । କିନ୍ତୁ ବଡ଼ ଦୁର୍ଭାଗ୍ୟର ବିଷୟ ତାହା ଆପୋଲୋ ହସ୍ପିଟାଲ କର୍ତ୍ତୃପକ୍ଷ ଅଦ୍ୟାବଧି ପାଳନ କରିନାହାନ୍ତି ।
ଯାହା ଶ୍ରମିକ ତଥା ଗରିବ ଜନସାଧାରଣ ମାନଙ୍କ ପାଇଁ ଉପହାସ ସଦୃଶ୍ୟ । କିଛି ଅସାଧୁ ଶ୍ରମିକ ନେତା ଓ ରାଜନେତାଙ୍କ ଅନୈତିକ ଅନୁକମ୍ପା ଆପୋଲୋ ହସ୍ପିଟାଲ ପ୍ରତି ଥିବାରୁ ଏହା ସମ୍ଭବ ହେଉଛି ବୋଲି ଭାରତୀୟ ମଜଦୁର ସଂଘର ରାଜ୍ୟ ସମ୍ପାଦକ କହିଛନ୍ତି । ସରକାରଙ୍କ ଜନକଣ୍ୟୀଣ ଯୋଜନା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅର୍ଥ ହେରଫେର ସହିତ ଉପଯୁକ୍ତ ଚିକିତ୍ସା ମଧ୍ୟ ହେଉ ନଥିବାରୁ ସରକାର ବଦନାମ ହେଉଛନ୍ତି ତେଣୁ ତୁରନ୍ତ ସି ବି ଆଇ ଦ୍ଵାରା ଯାଞ୍ଚ କରିବା ପାଇଁ ଦାବି କରିଛନ୍ତି । ହସ୍ପିଟାଲ ପ୍ରତିଷ୍ଠା ପାଇଁ ଥିବା ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶନାମାକୁ ପାଳନ କରାଯାଉ ନାହିଁ । ତେଣୁ ଏହାର ପ୍ରତିବାଦରେ ଆସନ୍ତା ଜୁଲାଇ ୭ ତାରିଖ ଶୁକ୍ରବାର ଦିନ ଠାରୁ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଭାରତୀୟ ମଜଦୁର ସଂଘ ଗଣଧାରଣା ଜାରି ରଖିବ ବୋଲି ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘର ରାଜ୍ୟ ସମ୍ପାଦକ ଶ୍ରୀ ଯୋଗେଶ୍ଵର ଦାସ ପ୍ରକାଶ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମକୁ ଭାରତୀୟ ମଜଦୁର ସଂଘ ର ଜିଲ୍ଲା ସମ୍ପାଦକ ଶ୍ରୀ ଗଣେଶ କୁମାର ସାହୁ , ସଭାପତି ଶ୍ରୀ ମହନ ରାଓ ମାଝୀ , କାର୍ଯ୍ୟକାରି ସଭାପତି ଶ୍ରୀ ଧର୍ମ ସିଂ ନାଗ , ଉପସଭାପତି ଶ୍ରୀ ଦୁର୍ଗା ମାଧବ ଘୋଷ , ବ୍ଳକ ସମ୍ପାଦକ ଶ୍ରୀ ପରମା ନନ୍ଦ ପ୍ରଧାନ , କେ ରାମ ବାବୁ , ରାମଚନ୍ଦ୍ର ହୁଇକା ପରିଚାଳନା କରିଥିଲେ
More Stories
ବୁରୁଝରୀ ରେ ବିଜେପିର ମିଶ୍ରଣ ପର୍ବ…ବିଜେପିରେ ଯୋଗଦେଲେ ଯୁବ ସରପଞ୍ଚ ଙ୍କ ସମେତ ଶତାଧିକ କର୍ମୀ l
ଚିଲିକା ଆମ ଆଦମୀ ପାର୍ଟି ବିଧାୟକ ପାର୍ଥି ସଂଗ୍ରାମଙ୍କ ମାରାଥନ ପ୍ରଚାର l
ଚିଲିକା:ସ୍ୱାଧୀନ ପାର୍ଥୀ ମନ୍ମଥ କୁମାର ସିଂ ଙ୍କର ପ୍ରଚାର l