ରିପୋର୍ଟ :ଯଯାତି କେଶୋରୀ ବିଶ୍ୱାଳ
ସୁନ୍ଦରଗଡ଼ ସହର ରେ ଚଳିତ ରଥଯାତ୍ରା ନିମନ୍ତେ ସଦର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ସଦର ଉପଜିଲ୍ଲାପାଳ ଶ୍ରୀ ଦାଶରଥି ସରାବୁ ଙ୍କ ଅଧ୍ୟକ୍ଷତାରେ ଅୟୋଜିତ ଏହି ବୈଠକରେ ରାଜବାଟି ରଥଯାତ୍ରା କମିଟି, ଭାଗବତ ମନ୍ଦିର, ସୁନାରୀପଡା ରଥଯାତ୍ରା କମିଟି, ଜଗନ୍ନାଥ ମନ୍ଦିର ମହେଶଡ଼ିହି ରଥଯାତ୍ରା କମିଟି, ଶଙ୍କରା ରଥଯାତ୍ରା କମିଟି ଏବଂ ରଙ୍ଗାଢ଼ିପା ରଥ ଯାତ୍ରା କମିଟି ର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ରଥଯାତ୍ରା ପ୍ରସ୍ତୁତି ଉପରେ ଆଲୋଚନା କରାଯାଇଥିଲା I

ରଥଯାତ୍ରା ସମୟରେ ଟ୍ରାଫିକ ପରିଚାଳନା, ଭିଡ଼ ପରିଚାଳନା, ବିଦ୍ୟୁତ୍ ଯୋଗାଣ ବିଚ୍ଛିନ୍ନ, ଅଗ୍ନିସମ ସେବା ତଥା ଆମ୍ବୁଲାନ୍ସ ସେବା ଉପଲବ୍ଧ କରାଇବା, ଟ୍ୟାଙ୍କର ମାଧ୍ୟମରେ ପାନୀୟ ଜଳ ଯୋଗାଣ, ମୁନିସିପାଲିଟି ଦ୍ଵାରା ରଥଯାତ୍ରା ସ୍ଥାନ ମାନଙ୍କରେ ପରିଛନ୍ନତା ବଜାୟ ରଖିବା ତଥା ବର୍ଜ୍ୟବସ୍ତୁ ପରିଚାଳନା ଆଦି ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା I ଏହା ସହିତ ରଥଯାତ୍ରା ସମୟରେ ଆଇନ୍ ଶୃଙ୍ଖଳା ରକ୍ଷା ନିମନ୍ତେ ପର୍ଯ୍ୟାପ୍ତ ମାତ୍ରା ରେ ପୁଲିସ ମୁତୟନ କରାଯିବା ସହ ସ୍ଵେଚ୍ଛାସେବୀ ମାନଙ୍କୁ ମଧ୍ଯ ନିୟୋଜିତ କରାଯିବାକୁ ବୈଠକରେ ଆଲୋଚନା କରାଯାଇଥିଲା I
ବୈଠକରେ ସଦର ଏସଡିପିଓ, ସଦର ତହସିଲଦାର ଶ୍ରୀ କୁଳମଣୀ ରଣବିଡା , ସୁନ୍ଦରଗଡ଼ ପୌର ସଂସ୍ଥା ର ନିର୍ବାହୀ ଅଧିକାରୀ ମଧୁସ୍ମିତା ସିଂ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ଅଗ୍ନିସମ ଅଧିକାରୀ ଶ୍ରୀ ଅଜୟ ବରଦା, ବିଦ୍ୟୁତ ବିଭାଗ ର ଅଧିକାରୀ ଏବଂ ରଥଯାତ୍ରା କମିଟି ର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ I


More Stories
Forester of Bandhbahal, arrested by Odisha Vigilance for accepting Rs 5,000 bribe.
ଦିନ ଦିପହରେ ଜାତୀୟ ରାଜପଥରେ ରାହାଜାନୀ ଓ ମରଣତ୍ମକ ଆକ୍ରମଣ l
ମୁଖ୍ୟ ପୂର୍ତ୍ତ ବିଭାଗ ରାସ୍ତା ରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କୁ ୪୦୦ ମିଟର ରାସ୍ତା କାର୍ଯ୍ୟ ନିମ୍ନ ମାନର l