ରିପୋର୍ଟ :ଫିଲିପ କୁମାର ଦିଗାଲ
ବାଲିଗୁଡା: ୧୮/୬- ଶତାୟୁ ଖବର କାଗଜ ସମାଜ ର ପ୍ରତିଷ୍ଠାତା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୫ତମ ପୁଣ୍ୟ ତିଥି ଅବସରରେ ବାଲିଗୁଡ଼ା ଠାରେ ତିଳ ତର୍ପଣ କାର୍ଯ୍ୟକ୍ରମ ସାମ୍ବାଦିକ ଭଗବତୀ ପ୍ରସାଦ ସାବତ ଙ୍କ ନେତୃତ୍ୟରେ ଅନୁଷ୍ଠିତ ହୋଇଯାଇଛି ! ସ୍ଥାନୀୟ ବସଷ୍ଟାଣ୍ଡ ନିକଟ କଦଳିବନ୍ଧ ପରିସରରେ ରୀତିନୀତି ପ୍ରକାରେ ପୂଜାର୍ଚ୍ଚନା କରାଯାଇଥିଲା ଓ ସୂର୍ଯ୍ୟ ଦେବତାଙ୍କୁ ଜଳ ଦେଇ ତିଲତର୍ପଣ କାର୍ଯ୍ୟକ୍ରମ ସମାପନ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପଣ୍ଡିତ ଗୁରୁଜୀ ପ୍ରମୋଦ ଶତପଥୀ ପୂଜାକାର୍ଯ୍ୟ ସମ୍ପାଦନା କରିଥିବା ବେଳେ ବନବାସୀ ସେବା ସମିତିର ସହ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା, ବିଶ୍ୱଜିତ୍ ଜେନା, ଶିକ୍ଷାନିକେତନ ର ପ୍ରତିଷ୍ଠାତା ରାଜ କିଶୋର ପାଢ଼ୀ, ଅବସରପ୍ରାପ୍ତ ଶିକ୍ଷକ ବଂଶୀଧର ପଣ୍ଡା,ରବି ମିଶ୍ର, ଶିକ୍ଷକ ତୀର୍ଥବାସି ଘଡେ଼ଇ , ଯୋଗେନ୍ଦ୍ର ଜେନା, ବ୍ରଜ ସାହାଣୀ, ଓୟୁଜେ ସଂଘ ର ଜିଲ୍ଲା ସମ୍ପାଦକ ଅସିତ କୁମାର ବେହେରା ସାମ୍ବାଦିକ ଚିତ ରଞ୍ଜନ ନାୟକ, ସାମ୍ବାଦିକ ଫିଲିପ କୁମାର ଦିଗାଲ, ସୁଶାନ୍ତ ତ୍ରିପାଠୀ, ଲକ୍ଷ୍ମୀ ମଲିକ ପ୍ରମୁଖ ଉପସ୍ଥିତ ଥିଲେ


More Stories
Vigilance raid at the house of Assistant Engineer Pramod Roy.
ହର୍ଲିକ୍ସ ପିଉଥିଲେ ଏବେଠାରୁ ସାବଧାନ।
ବିଶିଷ୍ଠ ବ୍ରାହ୍ମଣଙ୍କ ପରଲୋକ