ରିପୋର୍ଟ : ଯଯାତି କେଶୋରୀ ବିଶ୍ୱାଳ
ସୁନ୍ଦରଗଡ଼, 19/06: ବଡ଼ଗାଁ ବ୍ଳକ ଠାରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି I ଜିଲ୍ଲାପାଳ ଡା. ପରାଗ ଗଭାଲି ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତ୍ୟୁଷ ଦିବାକର ଜନସାଧାରଣ ଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ଗୁଡିକର ଶୁଣାଣି କରିଛନ୍ତି I

ଆଜିର ଏହି ଜନ ଅଭିଯୋଗ ଶୁଣାଣି ରେ ମୋଟ 91 ଟି ଅଭିଯୋଗ ଆସିଥିଲା I ସେଥିମଧ୍ୟରୁ 49 ଗୋଟି ବ୍ୟକ୍ତିଗତ ସମସ୍ୟା ଜନିତ ହୋଇଥିବା ବେଳେ 42 ଟି ଗ୍ରାମବାସୀ ମାନଙ୍କର ସାମୁହିକ ସମସ୍ୟା ଜନିତ ଅଭିଯୋଗ ଗୁଡିକ ରହିଥିଲା I ସେହିପରି 22 ଟି ଅଭିଯୋଗ ଗୁଡିକର ତତ୍ କ୍ଷଣାତ୍ ସମାଧାନ କରାଯାଇଥିଲା ଏବଂ ଅନ୍ୟ ଅଭିଯୋଗ ଗୁଡିକର ତୁରନ୍ତ ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିବା କୁ ପରାମର୍ଶ ଦିଆଯାଇଥିଲା I ଏହି ଅଭିଯୋଗ ଗୁଡିକ ମଧ୍ୟରୁ 3 ଟି ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ରୁ ଆର୍ଥିକ ସହାୟତା ନିମନ୍ତେ ଆବେଦନ ରହିଥିଲା I

ଆଜିର ଏହି ଅଭିଯୋଗ ଶୁଣାଣି ରେ ମୁଖ୍ୟତଃ ପାନୀୟ ଜଳ ସମସ୍ୟା, ନୂତନ ନଳକୂପ ଖନନ ତଥା ପୁରୁଣା ନଳକୂପ ଗୁଡିକର ମରାମତି, ରାସ୍ତା ମରାମତି, ନୂତନ ଅଙ୍ଗନବାଡ଼ି ଗୃହ ନିର୍ମାଣ, ବିଦ୍ୟାଳୟ ଗୃହ ନିର୍ମାଣ, ପେନସନ୍, ଆବାସ ଯୋଜନା ରେ ଘର ଯୋଗାଇବା ଆଦି ରହିଥିଲା I
ଏହି ଅଭିଯୋଗ ଶୁଣାଣି ରେ ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ମନୋଜ ମହାଜନ, ସଦର ଉପଜିଲ୍ଲାପାଳଙ୍କ ଶ୍ରୀ ଦାଶରଥି ସରାବୁ, ବଡଗାଁ ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ କ୍ଷମାନିଧି ଭୋଇ ତଥା ସମସ୍ତ ବିଭାଗୀୟ ଅଧିକାରୀ ମାନେ tc ଦେଇଥିଲେ I


More Stories
ରାୟଗଡ଼ରେ ଅଣ-କ୍ୟାଡର ସରକାରୀ ଅଭିଯୋଜକମାନଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ।
ODISHA VIGILANCE ARRESTS COOPERATIVE OFFICIAL IN RS.33.80 LAKH FINANCIAL FRAUD.
Vigilance caught him while he was taking a bribe of Rs.15,000 from the Lampsis in-charge for harvesting paddy.