( ବିୟୁରୋ ରିପୋର୍ଟ )
ଟାଙ୍ଗୀ ସଦରମହକୁମା ତଥା ଟାଙ୍ଗୀ ଗ୍ରାମ ତଳସାହି ର ହରିହର ଦାସ ଙ୍କର ପରଲୋକ ହୋଇଛି । କିଛି ଦିନ ଧରି ଶାରୀରିକ ଅସୁସ୍ଥତା କାରଣରୁ ଚିକିତ୍ସା ହେଉଥିଲେ । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ , ଚିଲିକା ଓ ବାଣପୁର ଅଞ୍ଚଳରେ ସମାଜସେବା କରିବା ସହିତ ବିଭିନ୍ନ ମନ୍ଦିର ମାନଙ୍କୁ ଦାନ-ଧର୍ମ କରିବା ଯୋଗୁଁ ବେଶ୍ ପରିଚିତ ଥିଲେ ହରିହର ଦାସ । ଜଣେ ସମାଜସେବୀ ଓ ପରୋପକାରୀ ଭାବେ ଜଣାଶୁଣା ହରିହର ଦାସ ଙ୍କର ଗତକାଲି ବିଳମ୍ବିତ ରାତ୍ରରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ବିୟୋଗ ଘଟିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ହରିହର ଦାସ ଙ୍କର ବିୟୋଗ ଖବର ପାଇବା ପରେ ବହୁ ସମାଜସେବୀ , ବୁଦ୍ଧିଜୀବୀ , ଜନପ୍ରତିନିଧି , ଆଇନଜୀବୀ , ସାମ୍ବାଦିକ ଓ ସ୍ଥାନୀୟ ବାସିନ୍ଦା ତାଙ୍କର ବାସଭବନରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିବା ସହିତ ଶୋକସନ୍ତପ ପରିବାର କୁ ସମବେଦନା ଜଣାଇଥିଲେ । ତାଙ୍କର ମର ଶରୀରକୁ ନଗର ପରିକ୍ରମା ପରେ ଗ୍ରାମ ଶ୍ମଶାନ ରେ ତାଙ୍କର ସୁପୁତ୍ର ତଥା ଯୁବ ଆଇନଜୀବୀ ଚଣ୍ଡେଶ୍ୱର ଦାସ ମୁଖାଗ୍ନି ଦେଇଥିଲେ ।


More Stories
ଶ୍ରୀଗୌର ଜୟନ୍ତୀ ଏବଂ ବୈସ୍ନବାନନ୍ଦ ସରସ୍ଵତୀ”ଙ୍କ ଜୀବନୀ ପୂସ୍ତକ ତ୍ରୟ ଉନ୍ମୋଚିତ ଓ ଲୋକାର୍ପଣ ।
କବିରାଜ ଶିବରାମ ନନ୍ଦଙ୍କ ବିୟୋଗ, ବିଭିନ୍ନ ମହଲରେ ଶୋକର ଛାୟା ବାତାବରଣ।
ଆତ୍ମସୁରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ l