ସାଂସଦ ଙ୍କ ଜନ ସମ୍ପର୍କ ପଦଯାତ୍ରା ଓ ହାଇମାସ୍ଟ ଲାଇଟ୍ ଉଦ୍ଘାଟନ l

ବ୍ୟୁରୋ ରିପୋର୍ଟ

ଭୁବନେଶ୍ୱର ସାଂସଦ ଅପରାଜିତା ସଢ଼ଙ୍ଗୀ ଆଜି ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ପାରିଓରଡ଼ ପଞ୍ଚାୟତ ର ବିଭିନ୍ନ ଅଞ୍ଚଳରେ ଭାଜପା କର୍ମୀ-ସମର୍ଥକ ମାନଙ୍କୁ ନେଇ ଜନ ସମ୍ପର୍କ ପଦଯାତ୍ରା କରି କେନ୍ଦ୍ର ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ ।  ଆଗାମୀ ନିର୍ବାଚନ ରେ ଓଡିଶାରେ ସରକାର ବଦଳିଲେ ଓଡିଶା ର ବିକାଶ ଆହୁରି  ଦ୍ରୁତ ଗତିରେ ଚାଲିବ ବୋଲି ସାଂସଦ ମତ ରଖିଥିଲେ । ଏହି ଜନ ସମ୍ପର୍କ ପଦଯାତ୍ରା ର ନେତୃତ୍ବ ନେଇଥିଲେ ସାଂସଦ ଙ୍କ ପ୍ରତିନିଧି ହେମନ୍ତ କୁମାର ବେହେରା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ରଶ୍ମି ରଞ୍ଜନ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁଚରଣ ଖଣ୍ଡେଇତାରାୟ, ସାଂସଦ ପ୍ରତିନିଧି ହେମନ୍ତ କୁମାର ବେହେରା, ପୂର୍ବତନ ସରପଞ୍ଚ ମିତ୍ରଭାନୁ ସୁବୁଦ୍ଧି, ଭଗବାନ ସେଠ, ପ୍ରଶାନ୍ତ ବେହେରା, ଦାମୋଦର ପ୍ରଧାନ, ମାର୍କଣ୍ଡ ପ୍ରଧାନ, ଲଷ୍ମୀପ୍ରିୟା ପ୍ରଧାନ, ଆରତୀ ବେହେରା, ସୁକାନ୍ତ ବେହେରା, ବଂଶୀ ଧର ସାହୁ, ପୂର୍ଣ୍ଣ ଚନ୍ଦ୍ର କର ପ୍ରମୁଖ ସାମିଲ ହୋଇଥିଲେ । ଏହା ସହିତ ସ୍ଥାନୀୟ ଲୋକଙ୍କ ସମସ୍ୟା ଓ ଦୀର୍ଘଦିନର ଦାବି କୁ ଦୃଷ୍ଟିରେ ରଖି ଆଲୋକୀକରଣ ନିମିତ୍ତ ଏହି ହାଇମାସ୍ଟ ଲାଇଟ୍ ର ଶୁଭ ଉଦ୍ଘାଟନ କରିଥିଲେ । ଅନ୍ୟ ପଟରେ ବିଭିନ୍ନ ଲୋକଙ୍କ ସମସ୍ୟା ସମ୍ପର୍କରେ ସାଂସଦ ଅଭିଯୋଗ ପତ୍ର ଗ୍ରହଣ କରିବା ପରେ ଖୁବଶୀଘ୍ର ଏହାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

error: Content is protected !!