ଖୋର୍ଦ୍ଧା(ଆମ ଓଡ଼ିଶା ଖବର )ଜିଲ୍ଲାର ଟାଙ୍ଗୀ , ଚଣ୍ଡେଶ୍ୱର ଓ ବାଲୁଗାଁ ମାର୍କେଟ ରେ ପ୍ରସ୍ତୁତ ହେଉଥିବା ବିଭିନ୍ନ ଖାଦ୍ୟ ସାମଗ୍ରୀର ମାନ ଯାଞ୍ଚ କରିଥିଲେ ଟାଙ୍ଗୀ ଖାଦ୍ୟ ସୁରକ୍ଷା ବିଭାଗର ଅଧିକାରୀ ଦେବାଶିଷ ବଳ । ସ୍ୱାଦିଷ୍ଟ ଖାଦ୍ୟ ବଦଳରେ ଅଖାଦ୍ୟ ପ୍ରସ୍ତୁତ କରାଯାଉଛି ଓ ସେ-ସବୁକୁ ପିଲା ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ଦିଆଯାଇ ଦୋକାନ ମାଲିକ ଲୋକଙ୍କୁ ଠକେଇ କରୁଥିବା ଅଭିଯୋଗ ପରେ ଟାଙ୍ଗୀ-ବାଲୁଗାଁ ର ଖାଦ୍ୟ ସୁରକ୍ଷା ଅଧିକାରୀ ଦେବାଶିଷ ବଳ ବିଭିନ୍ନ ସ୍ଥାନରେ ଚଢ଼ାଉ କରି 2 ଜଣଙ୍କ ଲାଇସେନ୍ସ ରଦ୍ଦ କରାଯାଇଛି ଏବଂ ଏକାଧିକ ଦୋକାନୀଙ୍କ ଠାରୁ ହଜାର ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି ବୋଲି ଟାଙ୍ଗୀ-ବାଲୁଗାଁ ର ଖାଦ୍ୟ ସୁରକ୍ଷା ଅଧିକାରୀ ଦେବାଶିଷ ବଳ ସୂଚନା ଦେଇଛନ୍ତି ।
ଖାଦ୍ୟ ସୁରକ୍ଷା ବିଭାଗର ଚଢ଼ାଉ , 2 ଜଣଙ୍କ ଲାଇସେନ୍ସ ରଦ୍ଦ l


More Stories
ଜଟଣୀ ରାଜଯୋଗ ଭବନରେ ରାଜଯୋଗିନୀ ଡଃ କମଲେଶ ଦିଦିଙ୍କ ଶ୍ରଦ୍ଧାଞ୍ଜଳି ସଭା ।
ଜଟଣୀ ପୁସ୍ତକ ମେଳାର ତୃତୀୟ ଦିନରେ ମହା ସମାରୋହ।
ପରମାନନ୍ଦ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ନାମରେ ସାଙ୍ଘାତିକ ଅଭିଯୋଗ।