ବେଗୁନିଆପଡା, (ଆମ ଓଡିଶା ଖବର):ଶନିବାର ପୂର୍ବାହ୍ନ ସମୟରେ ଅଙ୍ଗାରଗାଁ ମଣ୍ଡଳ ର ସାଙ୍କୁଡ଼ା ଧବଳେଶ୍ୱର ମନ୍ଦିର ପରିସରରେ ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ସମାବେଶ ଅନୁଷ୍ଠିତ ହୋଇଯାଇଛି । କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ନାୟକଙ୍କ ନିର୍ଧେଶ ତଥା ଅଙ୍ଗାରଗାଁ ମଣ୍ଡଳ ସଭାପତି ରାଜେନ୍ଦ୍ର ଭୂୟାଁଙ୍କ ତତ୍ୱାବଧାନରେ ଆୟୋଜିତ ଏହି ସମାବେଶରେ ମଣ୍ଡଳ ସଭାନେତ୍ରୀ ବାସନ୍ତୀ ପରିଡାଙ୍କ ଆହ୍ୱାନ କ୍ରମେ ଶହେରୁ ଉର୍ଦ୍ଧ ମହିଳା ଏକତ୍ରିତ ହୋଇ ସାଙ୍କୁଡ଼ା ଗ୍ରାମ ପରିକ୍ରମା କରିବା ସହିତ ମନ୍ଦିର ପରିସରରେ ଆୟୋଜିତ ସଭାରେ ଯୋଗଦେଇଥିଲେ । ଜିଲ୍ଲା ଉପସଭାପତି ସ୍ୱପ୍ନା କୁମାରୀ ପ୍ରଧାନ ଏହି ସମାବେଶରେ ମହିଳା ମାନଙ୍କୁ ସମ୍ବୋଧିତ କରିଥିବା ବେଳେ ମହିଳା ସଶକ୍ତିକରଣକୁ କଂଗ୍ରେସ, ବିଜେଡି ଯେଉଁଭଳି ଭାବେ ବିରୋଧ କରୁଛନ୍ତି ତାହାର ଦୃଢ଼ ଜବାବ ଆଗାମୀ ଦିନରେ ଦିଆଯିବ ବୋଲି ମହିଳା ନେତ୍ରୀ ମାନେ ନିଜ ବକ୍ତବ୍ୟ ରଖିଥିଲେ । ମହିଳା ମାନଙ୍କ ଅଗ୍ରଗତି ବିରୋଧୀ କଂଗ୍ରେସ ଚାହୁଁନାହିଁ ବୋଲି ରୋକଠୋକ କହିଥିଲେ ଉପସ୍ଥିତ ମହିଳା ନେତ୍ରୀ । ଏହି ସମାବେଶରେ ବୁରୁଝରୀ ସମିତିସଭ୍ୟା ସୁଚିତ୍ରା ମାହାନ୍ତି, ଭାରତୀ ପଲେଇ, ନଳିନୀ ମହାରଣା ଙ୍କ ସମେତ ଶହେରୁ ଉର୍ଦ୍ଧ ମହିଳା ଯୋଗ ଦେଇଥିଲେ ।
ରିପୋର୍ଟ :ଦେବାଶିଷ ମହାରଣା


More Stories
ରାୟ ରାମାନନ୍ଦଙ୍କ ତିରୋଭାବ୍ ପାଳିଲେ ଶ୍ରୀଚୈତନ୍ଯ ରିସର୍ଚଆସୋସିଏସନ।
ଯୁକ୍ତ ତିନି ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା l
ଶ୍ରୀନୃସିଂହଙ୍କର ଜନ୍ମ ଦିବସ ପାଳିଲେ, ଶ୍ରୀଚୈତନ୍ଯ ରିସର୍ଚ ଆସୋସିଏସନ।