
ଜଟଣୀ: “ଆମ ଓଡିଶା ଖବର” କେରଳମ୍ କାଲିକଟ୍ ନଗରୀରେ ଚଳିତ ମାସ ୭ ରୁ ୯ ତାରିଖ ମଧ୍ୟରେ ଆୟୋଜିତ ସର୍ବ ଭାରତୀୟ ସ୍ତରରେ କୁନି କିଶୋରୀ ସୁନ୍ଦରୀ, (୧୮ ବର୍ଷରୁ କମ କିଶୋରୀ ) ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ, ଓଡ଼ିଶାର ଗର୍ବ ତଥା ଜଟଣୀର ସୁନାମ ଧନ୍ଯ ୧୩ ବର୍ଷୀୟା ଝିଅ ସିଦ୍ଧିକ୍ସା ପ୍ରିୟଦର୍ଶିନୀ ସାରା ଭାରତର ବିଭିନ୍ନ ରାଜ୍ୟରୁ ଶହେରୁ ଉର୍ଦ୍ଧ ପ୍ରତିଯୋଗିଙ୍କୁ ପଛରେ ପକାଇ ଓଡିଶା ତଥା ଜଟଣୀର ଗର୍ବ ଗୌରବକୁ ସାରା ଭାରତକୁ ପରିଚୟ ଦେଇ “ନ୍ୟାସନାଲ ପିଏଜେଣ୍ଟ -ମିସ୍ ଟିନ୍ ସୁପର ଗ୍ଲୋବ୍ ୨୦୨୬” ଟାଇଟେଲ (ଭାରତୀୟ ସର୍ବଶ୍ରେଷ୍ଠ କୁନି କିଶୋରୀ ସୁନ୍ଦରୀ ୨୦୨୬) ଶେଷରେ ବିଜୟିନୀ ମୁକୁଟ ପରିଧାନ କରିଛନ୍ତି।

ଯାହା ଫଳରେ ଆଗାମୀ ଅଗଷ୍ଟ ୧୯ ରୁ ୨୩ ପର୍ଯ୍ୟନ୍ତ ବ୍ୟାଙ୍କକ ଥାଇଲାଣ୍ଡରେ ହେବାକୁ ଥିବା ଇଣ୍ଟରନାସନାଲ ଗ୍ଲୋବ୍ ୨୦୨୬ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ସେ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେ ଦୃଢ଼ତାର ସହ କହିଛନ୍ତି ଯେ ନିଶ୍ଚିତ ଭାବେ ପ୍ରତିଯୋଗିତାରେ ସର୍ବଶ୍ରେଷ୍ଠ ଭାବେ ବିଜୟ ଲାଭ କରି ଭାରତ ତଥା ଓଡ଼ିଶାର ନାମକୁ ଟେକ ରଖିବା ପାଇଁ ଚେଷ୍ଟା କରିବି।
ଖୋର୍ଦ୍ଧା ଜ଼ିଲ୍ଲା ଜଟଣୀ ରାଜାବଜାର ଅଂଚଳର ଶକ୍ତି ରଞ୍ଜନ ସାହୁ ଓ ରଞ୍ଜିତା ସାହୁଙ୍କ କନ୍ୟା ୭ମ ଶ୍ରେଣୀରେ ଅଧୟନ ରତ ୧୩ ବର୍ଷୀୟ ଛାତ୍ରୀ ସିଦ୍ଧିକ୍ସା ପ୍ରିୟଦର୍ଶିନୀ। ସେ ନିଜ ପରିବାର ପକ୍ଷରୁ ପିତା ମାତାଙ୍କ ପ୍ରେରଣାରେ ଆଗରୁ ଅନେକ ସୁନ୍ଦରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବିଜୟିନୀ ହୋଇପାରିଛି। ପୂର୍ବରୁ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଓଡ଼ିଶାର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ଦ୍ଵାରା ସମ୍ବର୍ଦ୍ଧିତ ହୋଇଛନ୍ତି। ବିଭିନ୍ନ ଗଣ ମାଧ୍ୟମ ପ୍ରତିନିଧିମାନେ ସାକ୍ଷାତକାର ନେଇଛନ୍ତି ଏବଂ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟରୁ ଶୁଭେଚ୍ଛାର ଛୁଟୁ ଆସୁଛି।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ଦୁଇଟି ଯୁବତୀଙ୍କୁ ଅସଦାଚରଣ କରି ନିସ୍ତୁକ ମାଡ ଖାଇଲେ। ଜଣେ ମୃତ ଆଉଜଣେ ଚିକିତ୍ସାଧୀନ।
ସାନଖେମୁଣ୍ଡୀ ପ୍ରେସ କ୍ଲବ ପକ୍ଷରୁ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ପାଳିତ
ଅଭାବନିୟ ଘଟଣା ଦେଖିବାକୁ ମିଳିଲା କେନ୍ଦୁଝର ଜିଲ୍ଲା ପାଟଣା ଅଞ୍ଚଳରେ।