ଖୋରଧା: “ଆମ ଓଡିଶା ଖବର” ୭ ମଇରେ ଶ୍ରୀଚୈତନ୍ଯ ରିସର୍ଚ ଆସୋସିଏସନ୍ ତରଫରୁ, ଓଡିଶାର ମହାନ ପ୍ରେମିକ ଭକ୍ତ, ପଣ୍ଡିତ ଓ ଗୋସ୍ୱାମୀ ରାୟ ରାମାନନ୍ଦଙ୍କ ତିରୋଭାବ ଦିବସ ପାଳିଲେ। କାର୍ଯ୍ୟକ୍ରମଟି ଶ୍ରୀଚୈତନ୍ଯ ବିହାରରେ ଆୟୋଜନ ହୋଇଥିଲା। ଗୋସ୍ବାମୀ ରାୟଙ୍କ ତିଥି ଉପଲକ୍ଷେ ଆୟୋଜିତ କରାଯାଇଥିଲା। ତାଙ୍କ ପବିତ୍ର ଚରିତ ଓ ଅବଦାନ ସମ୍ବନ୍ଧରେ ଜନାକୀ ବଲ୍ଲଭ ପଟ୍ଟନାୟକ, ଆଲୋଚନା କରି କହିଥିଲେ, ବିଶ୍ଵର ସୁନାମଧନ୍ଯ ମହାତ୍ମା ଓଡ଼ିଶାର ହୋଇଥିବା ବେଳେ, ବହୁ ଓଡ଼ିଆ ତାଙ୍କୁ ଜାଣି ନାହାନ୍ତି।ଯାହା ଅତ୍ୟନ୍ତ ଦୁଃଖ ଦାୟକ।ସେ ପ୍ରତାପରୁଦ୍ର ଦେବଙ୍କ ସମୟରେ ଦାକ୍ଷିଣାତ୍ଯରେ ପ୍ରଶାସକ ଥିଲେ। ତାଙ୍କ ବୀରଚିତ ଶ୍ରୀ ଜଗନ୍ନାଥ ବଲ୍ଲଭ ନାଟକ, ଶ୍ରୀଜୟଦେବଙ୍କ ଗୀତ ଗୋବିନ୍ଦ ଭଳି ଏକ ରସ ଗ୍ରନ୍ଥ ରଚନା କରିଥିଲେ।ପ୍ରେମାବତାରୀ ଶ୍ରୀ ଚୈତନ୍ଯ ମହାପ୍ରଭୁ ତାଙ୍କ ଶେଷ ଲୀଳାରେ ଏହି ଗ୍ରନ୍ଥ ଆସ୍ଵାଦନ୍ କରୁଥିଲେ।ଗୋଦାବରୀ ଟଟରେ ଶ୍ରୀଚୈତନ୍ୟ ତାଙ୍କୁ ରସରାଜ୍ ମହାଭାବ୍ ରୂପ ଦେଖାଇ ଥିଲେ।ତାଙ୍କ ଘର ପୂରୀ ବେନ୍ଟପୂର୍ ଗ୍ରାମରେ । ସେ ଜଣେ ମହାନ୍ ଭକ୍ତ ବୋଲି ସେ କହିଥିଲେ। ଏହି ଆଲୋଚନା ଚକ୍ରରେ ଅନ୍ୟ ମାନଙ୍କ ମଧ୍ୟରେ ପଣ୍ଡିତ ଗୋପବନ୍ଧୁ ପଣ୍ଡା, ଭକ୍ତି ଦଇତ ବୋଧାୟନ ମହାରାଜ, ଅନନ୍ତ ହରି ମହାରାଜ, ବାବା ବନମାଳି ଦାସ୍, ନାରାୟଣ ପଣ୍ଡା, ଶକ୍ତି ରଞ୍ଜନ ମତ୍ତଗଜ୍, ଜଗଦୀଶ ପ୍ରସାଦ ପଟ୍ଟନାୟକ ଆଦି ଯୋଗ ଦେଇଥିଲେ।ଏହି କାର୍ୟ୍ଯକ୍ରମକୁ ସଂଘ ସମ୍ପାଦକ ଶ୍ରୀ ଜୟ ନାରାୟଣ ପଟ୍ଟନାଯକ ସଂଜୋଯନା କରିଥିଲେ। ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।
ରାୟ ରାମାନନ୍ଦଙ୍କ ତିରୋଭାବ୍ ପାଳିଲେ ଶ୍ରୀଚୈତନ୍ଯ ରିସର୍ଚଆସୋସିଏସନ।


More Stories
ଯୁକ୍ତ ତିନି ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା l
ଶ୍ରୀନୃସିଂହଙ୍କର ଜନ୍ମ ଦିବସ ପାଳିଲେ, ଶ୍ରୀଚୈତନ୍ଯ ରିସର୍ଚ ଆସୋସିଏସନ।
ଅରାଗଡ଼ ବୌଦ୍ଧ ପୀଠରେ ଭଗବାନ ବୁଦ୍ଧଙ୍କ ଜୟନ୍ତୀ ପାଳିତ l