
ବାଣପୁର -ରାଜ୍ୟରେ କନିଷ୍ଠ ସହାୟକ ମାନଙ୍କୁ ସରକାର ବର୍ଷ ବର୍ଷ ଧରି ଅପେକ୍ଷା କରି ଆସୁଛନ୍ତି। ଯାହା ଫଳରେ ରାଜ୍ୟର ସମସ୍ତ ବିଭାଗର କନିଷ୍ଠ ସହାୟକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ରାଜ୍ୟ ଅମଲା ସଂଘର ଆହ୍ବାନ କ୍ରମେ ବାଣପୁର ତାହସିଲ କାର୍ଯ୍ୟଳୟ ପରିସରରେ କର୍ମଚାରୀ ମାନେ ନାର୍ଯ୍ୟ ଦାବି ହାସଲ ନେଇ ଧାରଣା ଦେଇଥିବା ଦେଖିବାକୁ ମିଳିଛି। ଯାହା ଫଳରେ ବ୍ଲକ, ତହସିଲ କାର୍ଯ୍ୟାଳୟ ସମେତ ଅନ୍ୟ ସରକାରୀ କାର୍ଯ୍ୟାଳୟ ଗୁଡିକରେ ଅଚଳାବସ୍ଥା ଦେଖା ଦେଇଛି। ଯୋଗ୍ୟତା ଭିତ୍ତିରେ ବେତନ ପ୍ରାପ୍ୟ ପ୍ରଧାନ ଦାବି ନେଇ ଅମଲା ମାନେ ଗତ ୧୦ ଦିନ ଧରି କଳାବ୍ୟାଚ ପରିଧାନ କରି ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଚଳାଇଛନ୍ତି। ମାତ୍ର କୌଣସି ସୁଫଳ ନ ମିଳିବାରୁ ଗୁରୁବାର ଠାରୁ ଅମଲା ମାନେ ସମୂହ ଛୁଟି ନେଇ ଧାରଣାରେ ସାମିଲ ହୋଇଥିବା ବେଳେ ଦାବି ପୁରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ସେମାନେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି!!


More Stories
ସାଙ୍କୁଡ଼ା ଧବଳେଶ୍ୱର ଠାରେ ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ସମାବେଶ l
ରାୟ ରାମାନନ୍ଦଙ୍କ ତିରୋଭାବ୍ ପାଳିଲେ ଶ୍ରୀଚୈତନ୍ଯ ରିସର୍ଚଆସୋସିଏସନ।
ଯୁକ୍ତ ତିନି ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା l