ରିପୋର୍ଟ :କପିଳେଶ୍ଵର ସିଂହଙ୍କ
ନିରାକାରପୁର,୧/୯: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ନିରାକାରପୁର ରେ ଆଜି ଅପରାହ୍ନରେ ବଜ୍ରପାତ ଘଟି ଜଣେ ଟିୟୁସନ ଶିକ୍ଷକଙ୍କ ସମେତ ୬ ଜଣ ଆହତ ହୋଇ ଖୋର୍ଦ୍ଧା ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି।

ସୂଚନାଯୋଗ୍ୟ କି ଆଜି ଅପରାହ୍ନରେ ହଠାତ୍ ପ୍ରବଳ ବଜ୍ରପାତ ଘଟିବାରୁ ଲୋକେ ଭୟଭୀତ ହୋଇ ଘରେ ପଶି ରହିଥିଲେ। ଉକ୍ତ ସମୟ ରେ ନିରାକାରପୁର କଲେଜ ଛକ ନିକଟରେ ଏକ କୋଚିଙ୍ଗ ସେଣ୍ଟର୍ ରେ ପିଲା ପାଠ ପଢୁଥିଲେ। ସେହି ସ୍ଥାନରେ ଥିବା ଏକ ଗଛକୁ ପ୍ରଥମେ ବିଜୁଳି ମାରିଥିଲ। । ଏହାର ପ୍ରଭାବ ଏତେ ଜୋରରେ ଥିଲା ଯେ ବଜ୍ରପାତ ଟିୟୁସନ ହେଉଥିବା ଘର ଭିତରକୁ ପ୍ରବେଶ କରିଥିଲା।

ଏହାର ଆଘାତରେ ଟିୟୁସନ ଶିକ୍ଷକ ଜଗନ୍ନାଥ ମଙ୍ଗରାଜ, ବର୍ଷା ରାଣୀ ବଳିଆରସିଂହ, ବର୍ଷା ବାରିକ, ପ୍ରଭୁ ପ୍ରିତମ ବେହେରା, ବଳରାମ ବେହେରା ଓ ରତ୍ନାକର ଭୋଇ ଆହତ ହୋଇ ଅଚେତ୍ ହୋଇ ପଡ଼ିଥିଲେ। ସଙ୍ଗେ ସଙ୍ଗେ ସେମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି। ସେମାନଙ୍କର ଚିକିତ୍ସା ଚାଲିଥିବାବେଳେ ସମସ୍ତ ଙ୍କ ଅବସ୍ଥା ଭଲ ଥିବା ସୂଚନା ମିଳିଛି।


More Stories
ବାଣିଜ୍ୟରେ 93% ରଖି ବିଦ୍ୟାଳୟ ଟପର ହେଲେ ବାଲୁଗାଁର ଅଞ୍ଚିତା ନାୟକ l
जनकल्याण सोसाइटी की तीसरी जनरल मीटिंग।
జనకళ్యాణ్ సొసైటీ మూడవ సర్వసభ్య సమావేశం.