ରିପୋ୍ଟର ପ୍ରଦିପ ସେଠିଆ
କଳାହାଣ୍ଡି,(ଆମ ଓଡ଼ିଶା ଖବର) ଆଗାମୀ ୨୦୨୩ ସେପ୍ଟେମ୍ବର ମାସରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇବାକୁ ଯାଉଅଛି। ୨୦୨୨ ମସିହା ଅକ୍ଟୋବର ମାସରେ ଓଟିଇଟି ର ବିଜ୍ଞପ୍ତି ପ୍ରକାଶ ପାଇ ୨୦୨୩ ମସିହା ଜୁଲାଇ ୧ ତାରିଖରେ ଓଟିଇଟି ପରୀକ୍ଷା ହୋଇ ଅଗଷ୍ଟ ୩୧ ତାରିଖରେ ଓଟିଇଟି ପରୀକ୍ଷା ଫଳ ପ୍ରକାଶିତ ହୋଇଛି।୨୦୨୨ ଓଟିଇଟି ର ବିଜ୍ଞପ୍ତି ରେ ଦର୍ଶାଯାଇଥିଲା ଯେ, ଯେଉଁମାନେ ବି.ଇଡ଼ି କରିଥିବେ, ସେହିମାନେ ଓଟିଇଟି ପେପର ୧ ଓ ପେପର ୨ ଦେଇ ପାରିବେ, ପେପର ୧ ପ୍ରଥମ ଶ୍ରେଣୀ ରୁ ପଞ୍ଚମ ଶ୍ରେଣୀ ଓ ଓଟିଇଟି ପେପର ୨ ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ। ବର୍ତ୍ତମାନ ମାନ୍ୟବର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ,ବି.ଇଡ଼ି ଡ଼ିଗ୍ରୀ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ଯାଏଁ ପଢ଼ାଇବା ପାଇଁ ଯୋଗ୍ୟ ନୁହଁନ୍ତି।

ଯେଉଁ ବି.ଇଡ଼ି ଡ଼ିଗ୍ରୀଧାରୀ ଓଟିଇଟି ପେପର ୧ ରେ କୃତକାର୍ଯ୍ୟ ହୋଇଛନ୍ତି କିନ୍ତୁ ପେପର ୨ ରେ ଅକୃତକାର୍ଯ୍ୟ ହୋଇଛନ୍ତି, ସେମାନେ ବହୁ ଦ୍ବନ୍ଦରେ ଅଛନ୍ତି।ଶିକ୍ଷା ଅଧିକାର ଅଧିନିୟମ ୨୦୦୯ ଏବଂ ଏନ୍.ସି.ଟି.ଇ ନିୟମ କୁ ଭିତ୍ତିକରି ବର୍ଷକୁ ଦୁଇଥର ଓଟିଇଟି ପରୀକ୍ଷା କରାଯିବା ବାଧ୍ୟତାମୂଳକ ଅଟେ। କିନ୍ତୁ ୨୦୨୩ ମସିହା ର ଓଟିଇଟି ର ବିଜ୍ଞପ୍ତି
ଆସିନାହିଁ। ସଦ୍ୟ ପ୍ରକାଶିତ ଓଟିଇଟି ପରୀକ୍ଷା ଫଳ ରେ ବହୁ କନିଷ୍ଠ ଶିକ୍ଷକ ଆଶାୟୀ ଅକୃତକାର୍ଯ୍ୟ ହୋଇଛନ୍ତି। ଯଦି କନିଷ୍ଠ ଶିକ୍ଷକ ନିଯୁକ୍ତି ର ବିଜ୍ଞାପନ ପୂର୍ବରୁ ପୁନଶ୍ଚ ଓଟିଇଟି ନ ଆସେ ତାହାଲେ ୯୩୦୦୦ ରୁ ଉର୍ଦ୍ଧ୍ବ ଆଶାୟୀ ବଞ୍ଚିତ ରହିବେ। ତେଣୁ ମାଧ୍ୟମିକ ଶିକ୍ଷା ବୋର୍ଡ ପରିଷଦ ଙ୍କୁ ବିନମ୍ର ନିବେଦନ କରୁଅଛୁ ଯେ ୨୦୨୩ ମସିହାରେ ଆସିବାକୁ ଯାଉଥିବା କନିଷ୍ଠ ଶିକ୍ଷକ ବିଜ୍ଞପ୍ତି ପୂର୍ବରୁ ଏନ୍.ସି.ଟି.ଇ ନିୟମ କୁ ପାଳନ କରି ଯଥା ଶୀଘ୍ର ଓଟିଇଟି ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ କରନ୍ତୁ। ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ କନିଷ୍ଠ ଶିକ୍ଷକ ବିଜ୍ଞାପନ କୁ ପ୍ରକାଶ କରିବେ। ଦୀର୍ଘ ୭ ବର୍ଷ ଧରି ଅପେକ୍ଷା କରି ବସି ରହିଥିବା ଅନେକ ଛାତ୍ରଛାତ୍ରୀ ମାନେ ଉପକୃତ ହୋଇ ପାରିବେ ବୋଲି ଆଶାବ୍ୟକ୍ତ କରିଛୁ।



More Stories
ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବନ ରେଞ୍ଜ୍ର ଅଧିକାରୀ ସୁକୁମାର ଦୁଖୁ।
ଜଳସେଚନ ଯନ୍ତ୍ରୀଙ୍କ ୮ପ୍ଲଟ୍, ୧.୭ କୋଟିର ଜମା।
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.