ବୌଦ୍ଧ (ଚିତ୍ତ ରଞ୍ଜନ ସିଂ)୨/୯/୨୩ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ସଂଶାଧନ ସଭ୍ୟ ଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ଆରମ୍ଭରେ ମୁଖ୍ୟଅତିଥି ଏବଂ ଅନ୍ୟାନ୍ୟ ଅତିଥିବୃନ୍ଦଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଵଳନ ଏବଂ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ଅତିଥିମାନଙ୍କୁ ସ୍ଵାଗତ କରିବା ସହ, ପ୍ରଶିକ୍ଷଣ ଶିବିରର ଉଦ୍ଦେଶ୍ୟ ଜ୍ଞାପନ ଏବଂ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ବୌଦ୍ଧ, ନୃସିଂହ ଚରଣ ସ୍ଵାଇଁ ଏହି ପ୍ରଶିକ୍ଷଣ ଶିବିରର ମୂଲ ଉଦ୍ଦେଶ୍ୟ, ସୂଚନା, ଶିକ୍ଷା ଏବଂ ଯୋଗାଯୋଗ ଉପକ୍ରମରେ ଆୟୋଜିତ ଜିଲ୍ଲା ବ୍ୟାପୀ ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପର୍କରେ କଳାକାରମାନଙ୍କର ଗୁରୁତ୍ଵପୂର୍ଣ୍ଣ ଭୁମିକା ରହିବ ବୋଲି ମତବ୍ୟକ୍ତ କରିବା ସହ ଏହି କାର୍ଯ୍ୟକ୍ରମର ମାର୍ଗଦର୍ଶିକା ବିଷୟରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବୌଦ୍ଧ ମହାପାତ୍ର କୁଲଦୀପ ମହାନ୍ତି ଏବଂ କଣ୍ଟାମାଲ କଳାକୃଷ୍ଣ ପ୍ରଧାନ, ତହସିଲଦାର ବୌଦ୍ଧ ପ୍ରୀତିବାଳା ରଣା, ବରିଷ୍ଠ ନାଟ୍ୟକାର କରୁଣାକର ଘଣ୍ଟୁଆଳ, ହରଭଙ୍ଗା ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି, ବାଞ୍ଛାନିଧି ପ୍ରଧାନ ଯୋଗଦେଇ ବକ୍ତବ୍ୟ ମାଧ୍ୟମରେ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ ।

ସଂସାଧନ କର୍ମୀ ଭାବେ ଜିଲ୍ଲା କଳା ସଂସ୍କୃତି ସଂଘ ର ଉପସଭାପତି ଦିବ୍ୟଶଙ୍କର ରାଉତ ଲୋକକଳା ପରିବେଷଣରେ ନାଟକୀୟତାର ଗୁରୁତ୍ଵ, ପ୍ରମୁଖ ଆଠଗୋଟି ଯୋଜନାର ରୂପରେଖ, ସୂଚନା, ଶିକ୍ଷା ଓ ସଂଚାର ଅଭିଯାନ କୁ ସଫଳ କରିବା ପାଇଁ ବିଭିନ୍ନ ପଦକ୍ଷେପ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ସଂସାଧନ କର୍ମୀ ଭାବେ ସହକାରୀ ନିବନ୍ଧକ, ସମବାୟ ସମିତି ବୌଦ୍ଧ ଶ୍ରୀଯୁକ୍ତ ହାଡିବନ୍ଧୁ ମହାକୁଡ ଲୋକକଳା, ଲୋକ ସଂସ୍କୃତି ଓ ବିଭିନ୍ନ ସରକାରୀ ଯୋଜନା ବିଷୟରେ ଆଲୋକପାତ କରିଥିଲେ । ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ତଥା ସଂସାଧନ ସଭ୍ୟ ସ୍ଵାଧୀନ କୁମାର ପରିଡା ସରକାରଙ୍କ ବିଭିନ୍ନ ଯୋଜନାଗୁଡିକୁ କବିତା ମାଧ୍ୟମରେ କଳାକାରମାନଙ୍କ ଦିଗଦର୍ଶନ କରିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ପୁଝାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ କୁମାର ପ୍ରଧାନ ସରକାରୀ ଯୋଜନା ବିଷୟରେ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମଙ୍ଗଲ ଅଧିକାରୀ ସୂର୍ଯ୍ୟ ନାରାୟଣ ବେହେରା, ଜିଲ୍ଲା କ୍ରିଡା ଅଧିକାରୀ ପବିତ୍ର କୁମାର ରାଉତ, ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁର, ଡି.ପି.ସି ମିଶନଶକ୍ତି ରଶ୍ମୀରଞ୍ଜନ ସେଠୀ, ସ୍ୱାସ୍ଥ୍ୟ ବିଭାଗର ମୃତ୍ୟୁଞ୍ଜୟ ଭୁଜବଳ, ସମସ୍ତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ପଞ୍ଚାୟତ ସଂପ୍ରସାରଣ ଅଧିକାରୀ, ବରିଷ୍ଠ କଳାକାର, ସାହିତ୍ୟିକ, ନାଟ୍ୟକାର, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗାଦାନ କରି ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ, ବସନ୍ତ କୁମାର ସାହୁ ଅତିଥି ପରିଚୟ ପ୍ରଦାନ, କାର୍ଯ୍ୟକ୍ରମର ସଂଯୋଜନା, ପାୱାରପଏଣ୍ଟ ମାଧ୍ୟମରେ ପାଲା, ଦାସକାଠିଆ ସମ୍ପର୍କିତ ଭିଡିଓ ପ୍ରଦର୍ଶନ କରିଥିଲେ । ମହାବୀର ଦାସକାଠିଆ ଦଳ ର ଗୃରୁ ସୌମିତ୍ରି ମାଟିଆ, କରୁଣାକର ବଗର୍ତ୍ତୀ ଦାସକାଠିଆ ପରିବେଷଣ କରିଥିଲେ । ଗୁରୁ ସମୀର ଭୋଇ ଓ ହୃଷୀକେଶ ମାଝୀ ତବଲା ବାଦନ କରିଥିଲେ । ରଘୁନାଥ ଗୌଡି ସମ୍ପ୍ରଦା ଦଳ, ଗୋବିନ୍ଦପୁର ର ଗୁରୁ ଘାସିରାମ ଝାଙ୍କର ଓ ସାଥି ସଙ୍କୀର୍ତ୍ତନ୍ୟ ପରିବେଷଣ, କଣ୍ଢେଇ କଳାକାର ରମାକାନ୍ତ ପ୍ରଧାନ ଓ କରୁଣାକର ବର୍ଗର୍ତ୍ତୀ ପ୍ଲା କାର୍ଡ ପ୍ରଦର୍ଶନ ପୂର୍ବକ ଅତିଥିଙ୍କୁ ସ୍ଵାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟ।ଳୟର କର୍ମଚାରୀ ମଣ୍ଟୁ ପାଣ୍ଡେ, ଅକ୍ଷୟ ମହାକୁଡ, ଜିତେନ୍ଦ୍ର ମହାନ୍ତୀ, ବୀରକିଶୋର କର୍ମୀ ସହଯୋଗ କରିଥିଲେ । ଆସନ୍ତାକାଲି ଏହି ତାଲିମ ଶିବିରର ଉଦଜ୍ଜାପନି ଉତ୍ସବ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି ।


More Stories
Vigilance raid at the house of Assistant Engineer Pramod Roy.
ହର୍ଲିକ୍ସ ପିଉଥିଲେ ଏବେଠାରୁ ସାବଧାନ।
ବିଶିଷ୍ଠ ବ୍ରାହ୍ମଣଙ୍କ ପରଲୋକ