ବେଗୁନିଆପଡା, (ଆମ ଓଡିଶା ଖବର): ଏହି ଅଞ୍ଚଳ ତଥା ଷଣ୍ଢମୂଳ ପଞ୍ଚାୟତ ଅନ୍ତର୍ଗତ ଶାଳବଣ ଗ୍ରାମର ବିଶିଷ୍ଠ ବିଜେପି ଯୁବନେତା ତଥା ପୂର୍ବତନ ମଣ୍ଡଳ ସଭାପତି ନିରଞ୍ଜନ ସ୍ୱାଇଁଙ୍କ ପିତା ଆଦିକନ୍ଦ ସ୍ୱାଇଁଙ୍କ ୮୩ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ସ୍ବର୍ଗତ ସ୍ୱାଇଁ କିଛି ଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ଗତକାଲି ତାଙ୍କୁ ପ୍ରଥମେ ବ୍ରହ୍ମପୁର ଏବଂ ପରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲ କୁ ନିଆଯିବା ପରେ ତାଙ୍କ ନିଜ ବାସଭବନ ଶାଳବଣ କୁ ଅଣା ଯାଇଥିଲା । ହେଲେ ଗୁରୁବାର ସକାଳେ ତାଙ୍କର ମୃତ୍ୟୁ ଘଟିଛି । ପରୋପକାରୀ ଭାବେ ବେଶ ଜଣାଶୁଣା ସ୍ୱାଗତ ସ୍ୱାଇଁଙ୍କ ପୁଅ, ପୁତ୍ରବଧୂ ଓ ନାତି ନାତୁଣୀ ମୃତ୍ୟୁ ଶେଜ ନିକଟରେ ଉପସ୍ଥିତ ଥିଲେ । ବଡ଼ ପୁଅ ନିରଞ୍ଜନ ସ୍ୱାଇଁ ମୁଖାଗ୍ନି ଦେଇଥିବା ବେଳେ ପରିବାର ମୁଖିଆ ଙ୍କୁ ହରାଇ ପରିବାର ସମ୍ପୂର୍ଣ ଲୁହ ଗଡାଉଛନ୍ତି ।
ରିପୋର୍ଟ :ଦେବାଶିଷ ମହାରଣା


More Stories
ସାରା ରାଜ୍ୟରେ ମଇ ୨୦ ତାରିଖରେ ସମସ୍ତ ମେଡିସିନ ଦୋକାନ ବନ୍ଦ ରହିବ।
ସିମେଣ୍ଟରେ ବାଲି ମିଶିଛି ନା ବାଲି ରେ ସିମେଣ୍ଟ ମିଶି କରାଯାଉଛି ସରକାରୀ କାମ,କବିସୂର୍ଯ୍ୟନଗର ବିଧାୟକ କ୍ଷୁବ୍ଧ l
ନିଆରା ଢଙ୍ଗରେ ସେବା ଜାରୀ ରଖିଛନ୍ତି କବିସୂର୍ଯ୍ୟନଗର ବିଧାୟକ