ବିୟୁରୋ ରିପୋର୍ଟ
ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗ୍ରାମର ମା’ ନାରାୟଣୀ ଦେବୀ ଙ୍କ ମନ୍ଦିର ନିକଟରେ ଥିବା ଏକ ପରିତ୍ୟକ୍ତ ଚୁଆ ମଧ୍ୟରୁ ଯୁବକଙ୍କ ମୃତ ଦେହ ଉଦ୍ଧାର । ମୃତକ ଜଣଙ୍କ ଟାଙ୍ଗୀ ଗ୍ରାମ ୟୁକୋ-ବ୍ୟାଙ୍କ ଛକର ଦୀପକ ଦାସ ( 27 ବର୍ଷ ) । ଦୀପକ ହେଉଛନ୍ତି ଜଣେ ଅଟୋରିକ୍ସା ଡ୍ରାଇଭର । ଦୀର୍ଘ 2 ଦିନ ହେଲା ଦୀପକ ତାଙ୍କର ଘରୁ ନିଖୋଜ ଥିଲେ । ଶବ ଜବତ କରି ତଦନ୍ତ କରୁଛି ଟାଙ୍ଗୀ ପୋଲିସ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପ୍ରଥମେ ଯୁବକ ନିଖୋଜ ହେବା ଏବଂ 2 ଦିନ ପରେ ଯୁବକ ର ମୃତ ଦେହ ଏକ ପରିତ୍ୟକ୍ତ ଚୁଆ ମଧ୍ୟରୁ ଠାବ ହେବା ଘଟଣା ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି । ଏହାକୁ ଦୃଷ୍ଟିରେ ରଖି ଟାଙ୍ଗୀ ପୋଲିସ ପକ୍ଷରୁ ସାଇଣ୍ଟଫିକ୍ ଟିମ୍ ର ସହାୟତା ନିଆଯାଇ ତଦନ୍ତ ପ୍ରକ୍ରିୟା ଜୋରଦାର କରିଛି ପୋଲିସ ।


More Stories
ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ ମକର ସଙ୍କ୍ରାନ୍ତି ପାଳିବା ସହିତ, ଗ୍ରନ୍ଥ ଲୋକାର୍ପଣ କଲେ।
କୁଖ୍ୟାତ ଡକାୟତ ନିରଞ୍ଜନ ସ୍ୱାଇଁକୁ ଧରିଲା ଧଉଳି ପୋଲିସ।
ସର୍ବଭାରତୀୟ ଓପନ କୋରାଟେରେ ମହମ୍ମଦ ଓକିଲଙ୍କ ସର୍ଣ୍ଣ ପଦକ ହାସଲ।