ବିୟୁରୋ ରିପୋର୍ଟ
ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗ୍ରାମର ମା’ ନାରାୟଣୀ ଦେବୀ ଙ୍କ ମନ୍ଦିର ନିକଟରେ ଥିବା ଏକ ପରିତ୍ୟକ୍ତ ଚୁଆ ମଧ୍ୟରୁ ଯୁବକଙ୍କ ମୃତ ଦେହ ଉଦ୍ଧାର । ମୃତକ ଜଣଙ୍କ ଟାଙ୍ଗୀ ଗ୍ରାମ ୟୁକୋ-ବ୍ୟାଙ୍କ ଛକର ଦୀପକ ଦାସ ( 27 ବର୍ଷ ) । ଦୀପକ ହେଉଛନ୍ତି ଜଣେ ଅଟୋରିକ୍ସା ଡ୍ରାଇଭର । ଦୀର୍ଘ 2 ଦିନ ହେଲା ଦୀପକ ତାଙ୍କର ଘରୁ ନିଖୋଜ ଥିଲେ । ଶବ ଜବତ କରି ତଦନ୍ତ କରୁଛି ଟାଙ୍ଗୀ ପୋଲିସ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପ୍ରଥମେ ଯୁବକ ନିଖୋଜ ହେବା ଏବଂ 2 ଦିନ ପରେ ଯୁବକ ର ମୃତ ଦେହ ଏକ ପରିତ୍ୟକ୍ତ ଚୁଆ ମଧ୍ୟରୁ ଠାବ ହେବା ଘଟଣା ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି । ଏହାକୁ ଦୃଷ୍ଟିରେ ରଖି ଟାଙ୍ଗୀ ପୋଲିସ ପକ୍ଷରୁ ସାଇଣ୍ଟଫିକ୍ ଟିମ୍ ର ସହାୟତା ନିଆଯାଇ ତଦନ୍ତ ପ୍ରକ୍ରିୟା ଜୋରଦାର କରିଛି ପୋଲିସ ।
More Stories
ଏକ ଦିବସ ରାଜ୍ୟସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ : ଇଟାମାଟି ଦଳ ଚମ୍ପିୟାନ ।
ବାଲୁଗାଁ ଓଡ଼ିଆର୍ଟ ସେଣ୍ଟର ରେ ପେବୃଆରି ୧୧ ଠାରୁ ୧୪ ପର୍ଯନ୍ତ ହେବ ଆନ୍ତର୍ଜାତୀୟ ଚିତ୍ରକଳା ପ୍ରଦର୍ଶନୀ l
ଆମ ଗାଁ ମହୋତ୍ସବ ପ୍ରସ୍ତୁତି ବୈଠକ ଓ କମିଟି ଚୟନ।