ଖୋର୍ଦ୍ଧା ଜିଲ୍ଲା (ଆମ ଓଡିଶା ଖବର) (୦୮/୦୮)ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ନୂଆଗଡ ପଂଚାୟତ ହରିପୁର ଗ୍ରାମ ମାଝୀ ସାହିର ରମେଶ ଚନ୍ଦ୍ର ମହାପାତ୍ର ନିଜ ଘରେ ବୋମା ଭିଡୁ ଥିବାବେଳେ ବିସ୍ଫୋରଣ ଘଟି ରମେଶଙ୍କ (୩୭) ମୃତ୍ୟୁ ଘଟିଛି।ସୂଚନାଯୋଗ୍ୟ କି ବାରହ ଶିକାର ପାଇଁ ହରିପୁର ରେ ରମେଶ ମହାପାତ୍ର ନାମକ ଜଣେ ବ୍ୟକ୍ତି ନିଜ ଘରେ ବୋମା ପ୍ରସ୍ତୁତି କରୁଥିଲେ ବୋଲି ଶୁଣିବାକୁ ମିଳୁଛି। ଅଧିକ ଚାପ ପଡ଼ିବାରୁ ବୋମା ବିସ୍ଫୋରଣ ହୋଇଯାଇଥିଲା। ଏଥିରେ ରମେଶଙ୍କ ଶରୀର ଜଳିପୋଡ଼ି ସେ ଗୁରୁତର ହୋଇଯାଇଥିଲେ। ଏତେ ଭୟଙ୍କର ବିସ୍ଫୋରଣ ଥିଲା ଯେ ୩ ବଖରା ଘରର ଛାତ ଉଡ଼ିଯାଇଥିଲା। ଭାଗ୍ୟ ଭଲ ଉକ୍ତ ସମୟରେ ରମେଶଙ୍କ ଦୁଇ ସନ୍ତାନ ବିଦ୍ୟାଳୟ ଯାଇଥିବାବେଳେ ପତ୍ନୀ କୌଣସି କାର୍ଯ୍ୟରେ ବାଡ଼ି ପଟକୁ ଯାଇ ଥିବାରୁ ସେମାନେ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ।ଗ୍ରାମବାସୀ ଗୁରୁତର ରମେଶଙ୍କୁ ସଙ୍ଗେ ସଙ୍ଗେ ଭୁବନେଶ୍ୱର ଏମ୍ସ ହସପିଟାଲକୁ ନେଇ ଚିକିତ୍ସା କରାଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଘଟଣାସ୍ଥଳରେ ନିରାକାରପୁର ପୋଲିସ ପହଞ୍ଚି ଅଧିକ ତଥ୍ୟ ଉନ୍ମୋଚନ ପାଇଁ ତଦନ୍ତ ଚଳାଇଛି।ସୂଚନାଯୋଗ୍ୟ ଏହି ଜଙ୍ଗଲ ଅଞ୍ଚଳ ପାଖାପାଖି ଗ୍ରାମର କିଛି ଅସାମାଜିକ ବ୍ୟକ୍ତିମାନେ ବୋମା ପ୍ରସ୍ତୁତି କରି ବିଭିନ୍ନ ବନ୍ୟଜନ୍ତୁଙ୍କ ଶିକାର କରୁଥିବା ଜଣାପଡିଛି।
ବୋମା ପ୍ରସ୍ତୁତ ବେଳେ ବିସ୍ଫୋରଣରେ ଉଡିଲା ୩ ଛାତ : ଜଣେ ମୃତ ।


More Stories
ବାଣିଜ୍ୟରେ 93% ରଖି ବିଦ୍ୟାଳୟ ଟପର ହେଲେ ବାଲୁଗାଁର ଅଞ୍ଚିତା ନାୟକ l
जनकल्याण सोसाइटी की तीसरी जनरल मीटिंग।
జనకళ్యాణ్ సొసైటీ మూడవ సర్వసభ్య సమావేశం.