
ରାୟଗଡା ଜିଲ୍ଲା (ଆମ ଓଡିଶା ଖବର )ଅଦ୍ୟ ତା-୦୯-୦୮-୨୫ରିଖ ଶନିବାର ଦିନ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଗାୟତ୍ରୀ ନଗର, ରାୟଗଡା ଠାରେ ପବିତ୍ର “ରାକ୍ଷୀ ପୂର୍ଣ୍ଣିମା” ଉତ୍ସବ ପାଳନ କରାଯାଇଛି । ଉକ୍ତି ଉତ୍ସବରେ ସ୍ଥାନୀୟ ଅତିରକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନନୀୟ ଶ୍ରୀଯୁକ୍ତ କାଳୁ ଚରଣ ନାଏକ ମୁଖ୍ୟ ଅତିଥ୍ ଓ ଶିକ୍ଷାବିତ ମାନନୀୟ ଶ୍ରୀଯୁକ୍ତ ପ୍ରଦୀପ ତ୍ରିପାଠୀ ମହୋଦୟ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ଏଥ୍ ସହିତ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମାନନୀୟ ମନୋରଞ୍ଜନ ଦାସ, ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ମାନନୀୟ ମାଙ୍ଗିଲାଲ ଜୈନ ଓ ଉପସଭାପତି ମାନନୀୟ ରଘୁ ନନ୍ଦନ ନନ୍ଦ ମଞ୍ଚାସିନ ଅତିଥ୍ ରୂପେ ଯୋଗ ଦେଇଥିଲେ। ବିଦ୍ୟାଳୟର ପୂର୍ବ ପରିଚାଳନା ସମିତିର ସମସ୍ତ ସଦସ୍ୟ ମଧ୍ଯ ନିମନ୍ତ୍ରିତ ଅତିଥ୍ ରୂପେ ଉପସ୍ଥିତ ହୋଇଥିଲେ।
ମୁଖ୍ୟ ଅତିଥ୍ଙ୍କ ଦ୍ବାରା ଦୀପ ପ୍ରଜ୍ଜଳନ ପରେ
ପ୍ରଧାନ ଆଚାର୍ଯ୍ୟ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ଠାକୁରଙ୍କୁ ରାକ୍ଷୀ ବାନ୍ଧିବା ପରେ ବିଦ୍ୟାଳୟର ଗୁରୁମାମାନେ ଅତିଥ୍ ମାନଙ୍କୁ ରାକ୍ଷୀ ବାନ୍ଧି ଥିଲେ। ଏହା ପରେ ବୃକ୍ଷ ପୂଜନ ଓ ଗୋ ପୂଜନ କାର୍ଯ୍ୟକ୍ରମ ମଧ୍ଯ କରାଯାଇଥିଲା । ଶିଶୁମାନେ ସ୍ବାଗତ ସଙ୍ଗୀତ ବୋଲିବା ପରେ ଅତିଥୁମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା।ଏହାପରେ ମୁଖ୍ୟ ଅତିଥ୍ ଓ ମୁଖ୍ୟ ବକ୍ତା ନିଜ ବକ୍ତବ୍ୟ ମାଧ୍ୟମରେ ଶିଶୁଙ୍କୁ ରକ୍ଷା ବନ୍ଧନର ମହତ୍ତ୍ବ ସମ୍ପର୍କରେ ଅବଗତ କରାଇଥିଲେ । ଶିଶୁ ଭାଇ ଭଉଣୀ ମାନେ ପରସ୍ପରକୁ ରାକ୍ଷୀ ବାନ୍ଧି ମିଷ୍ଠାନ ଖୁଆଇ ଥିଲେ। ଉପ ସଭାପତିଙ୍କ ଦ୍ବାରା ଧନ୍ୟବାଦ ପ୍ରଦାନ ପରେ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।ଶେଷରେ ବିଦ୍ୟାଳୟର ଗୁରୁଜୀ ଗୁରୁମାମାନେ ନିକଟସ୍ତୁ 13SE କ୍ୟାମ୍ପସ ଓ ବିଦ୍ୟାଳୟ ସହ ଜଡିତ ଦୁଇଟି ସଂସ୍କାର କେନ୍ଦ୍ର ଯାଇ ରାକ୍ଷୀ ବାନ୍ଧିଥିଲେ ।
ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇ ପାରିଥିଲା ।

ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।


More Stories
ODISHA VIGILANCE ARRESTS CO-OPERATIVE OFFICIAL IN RS.75 LAKH FRAUD.
ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷା–୨୦୨୬ ପାଇଁ ଜିଲ୍ଲାସ୍ତରୀୟ ପୂର୍ବ ପ୍ରସ୍ତୁତି ବୈଠକ।
ଓସଡ଼ାମା ମୁଖ୍ୟ ପରିଚାଳକଙ୍କ ବାତ୍ୟା ଆଶ୍ରୟସ୍ଥଳୀ ଗସ୍ତ।