
ପୁରୀ ଜିଲ୍ଲା (ଆମ ଓଡ଼ିଶା ଖବର ) ଡେଲାଙ୍ଗ- ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବେରବୋଇ ମଣ୍ଡଳ ବିଜେପି ପକ୍ଷରୁ ଦେଶ ପ୍ରେମରେ ସମସ୍ତଙ୍କୁ ଯୋଡିବା ପାଇଁ ଏକ ତ୍ରିରଙ୍ଗା ପତାକା ଶୋଭାଯାତ୍ରା ର ଅୟୋଜନ କରିଥିଲେ । ଆଜି ଦିନ ୪ଟା ସମୟରେ ବେରବୋଇ ସ୍ଥିତ ଗାନ୍ଧୀ ପୀଠରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁରୀ ସାଂସଦ ଡ ସମ୍ବିତ ପାତ୍ର ଓ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତ୍ରିରଙ୍ଗା ଶୋଭା ଯାତ୍ରାର ଶୁଭ ଉଦ୍ଘାଟନ କରିଥିଲେ । ଏକ ବିରାଟ ଶୋଭଯାତ୍ରା ରେ ଦଳୀୟ କର୍ମୀ, ସମିତି ସଭ୍ୟ, ସରପଞ୍ଚ, ସ୍ଥାନୀୟ ଜନ ସାଧାରଣ , ବି ଜେ ପି ମଣ୍ଡଳ ସଭାପତି,ପଞ୍ଚାୟତ ପ୍ରମୁଖଙ୍କ ସହ ସମସ୍ତେ ହାତରେ ତ୍ରିରଙ୍ଗା ଧରି ବେରବୋଇ, ଉଦୟପୁର, ଡଅଁପୁର ଏବଂ ଡେଲାଙ୍ଗ ଷ୍ଟେସନ ଅଞ୍ଚଳ ପରିକ୍ରମା କରି ବେରବୋଇ ମେଳଣ ପଡିଆ ଠାରେ ସ୍ଲୋଗାନ ଦେଇ ପହଞ୍ଚିଥିଲେ।ଏହି ଶୋଭା ଯାତ୍ରାରେ ୧୦୦୦ରୁ ଅଧିକ କର୍ମୀ ଯୋଗ ଦେଇ ଥିଲେ। ଆୟୋଜିତ ସଭାରେ ଅତିଥିମାନେ ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ବେଳେ ଭାରତ ମାତା କି ଜୟ ଧ୍ୱନୀରେ ସାରା ଅଞ୍ଚଳ ପ୍ରକମ୍ପିତ ହୋଇଥିଲା।ପୋଲିସ ପ୍ରଶାସନ ପକ୍ଷରୁ ଉପ ଖଣ୍ଡ ପୋଲିସ ଅଧିକାରୀ ଦେବାଶିଷ ମିଶ୍ର ଓ ଡେଲାଙ୍ଗ ଥାନା ଅଧିକାରୀ ଘନଶ୍ୟାମ ବାରିକ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ଫୋର୍ସ ମୁତୟନ କରିଥିଲେ।ଶାନ୍ତି ଶୃଙ୍ଖଳା ସହ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।

ଡେ଼ଲାଙ୍ଗ/ଜଟଣୀରୁ ନିଳାମ୍ବର ମିଶ୍ରଙ୍କ ରିପୋର୍ଟ ଆମ ଓଡ଼ିଶା ଖବର ।


More Stories
ଫରେଷ୍ଟରଙ୍କ ‘ବେନାମୀ’ ସମ୍ପତ୍ତି ଉପରୁ ଭିଜିଲାନ୍ସ ହଟିଇଲା ପରଦା ।
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ