
ରାୟଗଡା ଜିଲ୍ଲା (ଆମ ଓଡିଶା ଖବର)
ପିଲାଙ୍କୁ ଗାଡି ନଦେବାକୁ ଅପିଲ ପିଲା ଭୁଲ କଲେ ଅଭିଭାବକ ଗଣିବେ ତଣ୍ଡ
ଗୁଣପୁର ତା:୨୬-୦୮-୨୦୨୫ରିଖ ଦିନ ରାୟଗଡ ଜିଲ୍ଲା ପରିବହନ ବିଭାଗ ତରଫରୁ ଗୁଣପୁର ମହାବିଦ୍ୟାଳୟ, ବାଇପାସ ଛକଠାରେ ୧୮ବର୍ଷରୁ କମ ବୟସର ପିଲାମାନେ ଗାଡି ଚଳାଉଥିବା ସମୟରେ ଯାଞ୍ଚ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ପିଲା ଅପେକ୍ଷା ବାପାମାଆ ସଚେତନ ହେବା ଆବଶ୍ୟକ । ପିଲାଙ୍କୁ ଗାଡି ଦେବା ପୂର୍ବରୁ ଜନ୍ମ ତାରିଖ ଯାଞ୍ଚ କରନ୍ତୁ । ସାବାଳକ ହୋଇ ନ ଥିଲେ ଗାଡି ଦିଅନ୍ତୁ ନାହିଁ । ଯଦି ଭାବପ୍ରବଣ ହୋଇ ପୁତ୍ର ମୋହରେ ଗାଡି ଚାବି ଦେଲେ ତେବେ ଯେକୌଣସି ମୁହୂର୍ତ୍ତରେ ଜରିମାନା ଭରିବେ। ବିଶେଷ କରି କଲେଜ ପଢୁଆ ଛାତ୍ରଛାତ୍ରୀ ଓ ନାବାଳକଙ୍କୁ ନେଇ ସାବଧାନ ଓ ସତର୍କ କରାଇଲା ପ୍ରଶାସନ | ବିନା ହେଲମେଟ , ଲାଇସେନ୍ସ, ଦ୍ରୁତ ଗତି ରେ ଗାଡି ଚଳାଇବା ଓ ତାହା ପୁଣି ଏକାଧିକଙ୍କୁ ଗାଡିରେ ବସାଇ ଚଳାଇବା ମହାଙ୍ଗା ସାବ୍ୟସ୍ତ ହୋଇଛି | ଗୁଣପୁର କଲେଜ ସମ୍ମୁଖ ରାସ୍ତା ରେ ଗାଡି ଯାଂଚ ସମୟରେ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ଅବିଭାବକଙ୍କୁ ମଧ୍ଯ ଡକାଯାଇ ସଚେତନ କରାଯାଇଥିଲା | ଆଗକୁ ମଧ୍ଯ ଏଭଳି ଯାଂଚ କରାଯିବା ନେଇ ଜଣାପଡିଛି | ୨୮ଜଣଙ୍କ ନାମରେ ଚାଲାଣ କଟାଯାଇ ୧୬୩୦୦୦ଟଙ୍କାର ଜରିମାନା ଆଦାୟ କରାଯାଇଥିବା ରାୟଗଡା ଏମଭିଆଇ ପି. ଦୁର୍ଗାପ୍ରସାଦ ରାଓ ସୂଚନା ଦେଇଛନ୍ତି ଏବଂ ଦୁର୍ଘଟଣାକୁ ଏଡାଇବା ପାଇଁ ପରିବହନ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଉଥିବା ବିଭାଗ ପକ୍ଷରୁ କୁହାଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ରାୟଗଡ ସଦର ଏମ ଭି ଆଇ, ସେମାନଙ୍କ କର୍ମଚାରୀ, ଗୁଣପୁର ଆଦର୍ଶ ଥାନା କର୍ମଚାରୀ ଉପସ୍ଥିତ ଥିଲେ ।

ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।


More Stories
ODISHA VIGILANCE ARRESTS CO-OPERATIVE OFFICIAL IN RS.75 LAKH FRAUD.
ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷା–୨୦୨୬ ପାଇଁ ଜିଲ୍ଲାସ୍ତରୀୟ ପୂର୍ବ ପ୍ରସ୍ତୁତି ବୈଠକ।
ଓସଡ଼ାମା ମୁଖ୍ୟ ପରିଚାଳକଙ୍କ ବାତ୍ୟା ଆଶ୍ରୟସ୍ଥଳୀ ଗସ୍ତ।