ଭଦ୍ରକ ଜିଲ୍ଲା(ଆମ ଓଡିଶା ଖବର) ଧାମନଗର ବ୍ଲକ ରେ ଦୀର୍ଘବର୍ଷ ଧରି ବିଭିନ୍ନ ରାସ୍ତାର ଅବସ୍ଥା ଅତ୍ୟନ୍ତ ଜରାଜୀର୍ଣ୍ଣ ହୋଇ ପଡ଼ିଥିଲା । ଏପରି କି ଉକ୍ତ ରାସ୍ତାରେ ଚାଲିବା ମଧ୍ୟ କଷ୍ଟକର ହେଉଥିଲା।ଏହିସବୁ ରାସ୍ତା ସବୁକୁ ପ୍ରଶସ୍ତିକରଣ ସହ ସରସ ସୁନ୍ଦର ରେ ନବୀକରଣ କରିବା ନେଇ ଧାମନଗର ବିଧାୟକ ତଥା ଉଚ୍ଚ ଶିକ୍ଷା,କ୍ରୀଡା ଓ ଯୁବସେବା ତଥା ସାହିତ୍ୟ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଙ୍କ ପ୍ରଚେଷ୍ଟାରେ କୋଟି କୋଟି ଟଙ୍କା ଅର୍ଥ ବେୟ ବରାଦ କରିଛନ୍ତି। ସୋମବାର ଅପରାହ୍ନରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ବ୍ଲକ ରେ ୫ ଟି ରାସ୍ତା ର ଭିତ୍ତିପ୍ରସ୍ତର କରିଛନ୍ତି।
ମଙ୍ଗଳପୁର ଠାରୁ ବିଲଣା ରାସ୍ତା,ପୂର୍ତ୍ତବିଭାଗ ରାସ୍ତା ଠାରୁ ପଳିକିରୀ, ଶହୀଦ ଜାଫର ଠାରୁ ଫଳପୁର ରାସ୍ତା, ଗ୍ରାମ୍ୟ ଉନ୍ନୟନ ରାସ୍ତା ଠାରୁ ଇଛଦା ମଜଫର୍ ରାସ୍ତା, କଲ୍ୟାଣୀ କେନାଲ ରାସ୍ତା ଠାରୁ କୋଠାର ପର୍ଯ୍ୟନ୍ତ ଭିତ୍ତି ପ୍ରସ୍ତର କରିଛନ୍ତି।
ଭଦ୍ରକ ଜିଲ୍ଲା ପ୍ରତିନିଧି ଶିଶିର କୁମାର ସ୍ଵାଇଁ ଙ୍କ ରିପୋର୍ଟ ଆମ ଓଡ଼ିଶା ଖବର,
More Stories
ଭୋଟ ଚୋରୀ ବିରୁଦ୍ଧରେ କଂଗ୍ରେସର ଦସ୍ତଖତ ଅଭିଯାନ
କୁକୁଡ଼ାଖଣ୍ଡି ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ମହା ଦୁର୍ନୀତିରେଜିଷ୍ଟ୍ରି କାମ ପାଇଁ ସାଧାରଣ ଲୋକ ହେଉଛନ୍ତି ନିର୍ଦୟ ଶୋଷଣର ସିକାର ।
ପ୍ରାଣନାଥ ଉଚ୍ଚ ବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ ସାଇନ୍ସ ସେମିନାର।