ଭଦ୍ରକ ଜିଲ୍ଲା(ଆମ ଓଡିଶା ଖବର) ଧାମନଗର ବ୍ଲକ ରେ ଦୀର୍ଘବର୍ଷ ଧରି ବିଭିନ୍ନ ରାସ୍ତାର ଅବସ୍ଥା ଅତ୍ୟନ୍ତ ଜରାଜୀର୍ଣ୍ଣ ହୋଇ ପଡ଼ିଥିଲା । ଏପରି କି ଉକ୍ତ ରାସ୍ତାରେ ଚାଲିବା ମଧ୍ୟ କଷ୍ଟକର ହେଉଥିଲା।ଏହିସବୁ ରାସ୍ତା ସବୁକୁ ପ୍ରଶସ୍ତିକରଣ ସହ ସରସ ସୁନ୍ଦର ରେ ନବୀକରଣ କରିବା ନେଇ ଧାମନଗର ବିଧାୟକ ତଥା ଉଚ୍ଚ ଶିକ୍ଷା,କ୍ରୀଡା ଓ ଯୁବସେବା ତଥା ସାହିତ୍ୟ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଙ୍କ ପ୍ରଚେଷ୍ଟାରେ କୋଟି କୋଟି ଟଙ୍କା ଅର୍ଥ ବେୟ ବରାଦ କରିଛନ୍ତି। ସୋମବାର ଅପରାହ୍ନରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ବ୍ଲକ ରେ ୫ ଟି ରାସ୍ତା ର ଭିତ୍ତିପ୍ରସ୍ତର କରିଛନ୍ତି।
ମଙ୍ଗଳପୁର ଠାରୁ ବିଲଣା ରାସ୍ତା,ପୂର୍ତ୍ତବିଭାଗ ରାସ୍ତା ଠାରୁ ପଳିକିରୀ, ଶହୀଦ ଜାଫର ଠାରୁ ଫଳପୁର ରାସ୍ତା, ଗ୍ରାମ୍ୟ ଉନ୍ନୟନ ରାସ୍ତା ଠାରୁ ଇଛଦା ମଜଫର୍ ରାସ୍ତା, କଲ୍ୟାଣୀ କେନାଲ ରାସ୍ତା ଠାରୁ କୋଠାର ପର୍ଯ୍ୟନ୍ତ ଭିତ୍ତି ପ୍ରସ୍ତର କରିଛନ୍ତି।
ଭଦ୍ରକ ଜିଲ୍ଲା ପ୍ରତିନିଧି ଶିଶିର କୁମାର ସ୍ଵାଇଁ ଙ୍କ ରିପୋର୍ଟ ଆମ ଓଡ଼ିଶା ଖବର,


More Stories
ପକ୍ଷାଘାତ ରୋଗୀଙ୍କୁ ବାନ୍ଧି ଦେଲା ବିଷଧର ସାପ । ଦୀର୍ଘ ଦୁଇ ଘଣ୍ଟା ଧରି ବାନ୍ଧି ଧରିଥିଲା।
ବର୍ତ୍ତମାନ ସମୟର ଆହ୍ବାନ ନୈତିକ ମୂଲ୍ୟବୋଧ ଶିକ୍ଷା ଦେଲେ, ଡଃ ପ୍ରତିଭା ମହାରଥୀ।
କେନ୍ଦ୍ରସରକାରଙ୍କ ଦ୍ବାରା ପେଟ୍ରୋଲ ଡିଜେଲ୍ରୁ ରପ୍ତାନୀ ଶୁଳ୍କ ହ୍ରାସ।