ଖୋର୍ଦ୍ଧା :(ଆମ ଓଡିଶା ଖବର) ୦୮/୦୯ ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରିଣୀ ସୋନାମିକା ରାୟଙ୍କ ନିର୍ଦ୍ଦେଶକ୍ରମେ ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅଧିନସ୍ଥ ୧୪ଟି ସାଧନ କେନ୍ଦ୍ରର ସଂଯୋଜକଙ୍କ ତତ୍ଵାବଧାନରେ ସମ୍ପୃକ୍ତ ବିଦ୍ୟାଳୟଗୁଡିକରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାସ ନାଥ ସ୍ୱାଇଁ, ଉଲ୍ଲାସ ନୋଡାଲ ଅଧିକାରିଣୀ ଅମିତା ମିଶ୍ର, ମୀରା ମଞ୍ଜରୀ ସାହୁ ରଂଜିତା ସାହୁ,ବାମନ ଓ ବୋଲଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ର ଛାତ୍ରୀ ସଚେତନତା ରା଼ଲିରେ ବଜାର ପରିକ୍ରମା କରି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ପହଞ୍ଚିଥିଲେ ।କେଭି ଲଷ୍ମୀ,ଶିବ ମିଶ୍ର ଶେଖ ମୁନିର, ସଞ୍ଜୟ ମନ୍ତ୍ରୀ, ଅଜୟ ବଳିୟାରସିଂହ ସଞ୍ଜୟ ଦଳେଇ, ବବ୍ରୁ ବାହାନ ବେହେରା, ବିଭୁ ରଥ, ସେମାନଙ୍କ ସହ ମିଶି ଉକ୍ତ କାର୍ଯ୍ୟାଳୟଠାରେ ସାକ୍ଷରତା ଦିବସ ପାଳନ କରିଥିଲେ ।
ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ।


More Stories
ବାଣିଜ୍ୟରେ 93% ରଖି ବିଦ୍ୟାଳୟ ଟପର ହେଲେ ବାଲୁଗାଁର ଅଞ୍ଚିତା ନାୟକ l
जनकल्याण सोसाइटी की तीसरी जनरल मीटिंग।
జనకళ్యాణ్ సొసైటీ మూడవ సర్వసభ్య సమావేశం.