ଓଡିଶାର ପର୍ବ, “ଆମ ଓଡିଶା ଖବର” ଆସନ୍ତୁ ଜାଣିବା ଏହି ପର୍ବର ମହାତ୍ମ୍ୟ।
ଆଶ୍ୱିନ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି, ମୂଳାଷ୍ଟମୀ ଦିନ ଦ୍ୱିତୀୟା ଓଷା ପାଳନ କରାଯିବାର ପରଦିନ ପ୍ରସ୍ତୁତ କରାଯାଏ ଘାଣ୍ଟ ତରକାରୀ। ଘାଣ୍ଟ ତରକାରୀର ଏକ ସ୍ୱତନ୍ତ୍ର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଇଷ୍ଟଦେବୀ, ମା’ଲକ୍ଷ୍ମୀଙ୍କୁ ପ୍ରସାଦ ଭାବେ ଅର୍ପଣ କରାଯାଏ। ଏଥିସହ ଏହି ତରକାରୀକୁ ସାହିପଡ଼ିଶା, ବନ୍ଧୁବାନ୍ଧବ ଘରେ ବଣ୍ଟାଯାଏ। ଏହି ଘାଣ୍ଟ ତରକାରୀ ଦ୍ୱିତୀୟା ଓଷାର ଘାଣ୍ଟ ତରକାରୀ ଭାବେ ଅତ୍ୟନ୍ତ ପ୍ରସିଦ୍ଧ। ପରମ୍ପରା ଅନୁଯାୟୀ ଏହି ଘାଣ୍ଟରେ କଞ୍ଚା କଦଳୀ, ଜହ୍ନି, କଖାରୁ, ସାରୁ, ଓଉ, କନ୍ଦମୂଳ, ନଡ଼ିଆ, ମୁଗ, ଚଣା, କାଙ୍କଡ଼, ବାଇଗଣ, ବିନ, ଗାଜର, ମାଟି ଆଳୁ, ଅମୃତଭଣ୍ଡା, ପରିବା ବ୍ୟବହାର କରାଯାଏ। ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଏହି ଘାଣ୍ଟ ତରକାରୀ ସ୍ୱତନ୍ତ୍ର ମହକ ଥାଏ। ଘାଣ୍ଟ ପ୍ରସ୍ତୁତ ପରେ ଭଗବାନଙ୍କୁ ଅର୍ପଣ ପରେ ଅନ୍ୟମାନଙ୍କୁ ବଣ୍ଟା ଯାଇଥାଏ।ତାପରେ ଘରର ସଦସ୍ୟ ଏକାଠି ବସି ଘାଣ୍ଟ ତରକାରୀର ମଜା ନେଅନ୍ତି। ଏହି ପର୍ବ ପରମ୍ପରା ସହ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବାକୁ ମଧ୍ୟ ବାର୍ତ୍ତା ଦେଇଥାଏ। ସ୍ୱାସ୍ଥ୍ୟ ପାଇଁ ସମସ୍ତ ଋତୁର ସବୁ ପରିବା ଖାଇବା ନିତ୍ୟାନ୍ତ ଆବଶ୍ୟକ। ଭିନ୍ନ ଭିନ ପ୍ରକାର ପନିପରିବାକୁ ଦୈନିକ ଖାଇବା ପାଇଁ ମଧ୍ୟ ପରାମର୍ଶ ମିଳିଥାଏ। ଘାଣ୍ଟ ତରକାରୀ ଦିନଟି ପନିପରିବାର ମହତ୍ତ୍ୱକୁ ସତେଜ କରିଦେଇଥାଏ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ଫରେଷ୍ଟରଙ୍କ ‘ବେନାମୀ’ ସମ୍ପତ୍ତି ଉପରୁ ଭିଜିଲାନ୍ସ ହଟିଇଲା ପରଦା ।
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ