କୋଦଳା, (ଆମ ଓଡିଶା ଖବର ):କୋଦଳା ସ୍ଥିତ ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟରେ ହୃଦଶ୍ୱାସ ପୁନଃରୁଦ୍ଧାର ତାଲିମ କାର୍ଯ୍ୟକ୍ରମ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ରଘୁନାଥ ମୁଦୁଲି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଶ୍ରୀ ସତ୍ୟ ସାଇ ସେବା ସଙ୍ଗଠନ (ଭାରତ) ଓଡିଶା ଏବଂ କୋଦଳା ସ୍ଥିତ ଶ୍ରୀ ସତ୍ୟ ସାଇ ସେବା ସଂଗଠନ ର କର୍ମକର୍ତା ମାନେ ଯୋଗଦେଇ ଛାତ୍ରଛାତ୍ରୀ ଏବଂ କର୍ମଚାରୀ ମାନଙ୍କୁ ଆକସ୍ମିକ ହୃଦସ୍ପନ୍ଦନ ବନ୍ଦ ହେବା ସମୟରେ ଶ୍ୱାସକ୍ରିୟା ପୁନଃରୁଦ୍ଧାର ନିମନ୍ତେ ତତକ୍ଷଣାତ କେଉଁ ପ୍ରାଥମିକ ପଦକ୍ଷେପ ନିଆଯାଇପାରିବ ଏହା ସମ୍ବନ୍ଧରେ ତାଲିମ ପ୍ରଦାନ କରିଥିଲେ ।ଏହି ତାଲିମ ଶିବିରକୁ ମହାବିଦ୍ୟାଳୟ ର ଯୁବ ରେଡ କ୍ରସ ସଂଯୋଜକ ଶ୍ରୀ ରତ୍ନାକର ପ୍ରଧାନ ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ଶ୍ରୀମତୀ ରଂଜୁବାଳା ନନ୍ଦ, ଶ୍ରୀମତୀ ସାଗରିକା ଦାଶ ଶ୍ରୀମତୀ ତପସ୍ୱିନୀ କରଣ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ପରିଶେଷରେ ଶ୍ରୀ ସପନ କୁମାର ଦାଶ ଇତିହାସ ବିଭାଗ ର ଅଧ୍ୟାପକ ତଥା ଅନ୍ତର୍ନିହିତ ଗୁଣାବଳୀ ବର୍ଧକ ସଂଯୋଜକ ଉପସ୍ଥିତ ସମସ୍ତ କର୍ମକର୍ତା ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ :ଦେବାଶିଷ ମହାରଣା


More Stories
ଜିଲ୍ଲା ପରିଷଦ ସଭ୍ୟାଙ୍କ ଅକାଳ ବିୟୋଗ
ମା’ବ୍ୟାଘ୍ରଦେବୀଙ୍କ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ନିମନ୍ତେ ନିମନ୍ତ୍ରଣ
ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବନ ରେଞ୍ଜ୍ର ଅଧିକାରୀ ସୁକୁମାର ଦୁଖୁ।