ଖୋର୍ଦ୍ଧା ଜିଲ୍ଲା (ଆମ ଓଡ଼ିଶା ଖବର) ଡେ଼ଲାଙ୍ଗ ତା୨୫-୯-୨୫ ଇଷ୍ଟ କୋଷ୍ଟ ରେଲୱେ ମଜୁଦୂର ସଂଘ ଖୋର୍ଦ୍ଧାରୋଡ଼ମଣ୍ଡଳ ର ବାର୍ଷିକ ଅଧିବେଶନ ବିଜେବି ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ବିଜେପି ରାଜ୍ୟ ମୁଖପାତ୍ର ଅନିଲ କୁମାର ବିଶ୍ଵଳ ଯୋଗ ଦେଇ ଶ୍ରମିକ ଏକତା ହିଁ ସାଫଳତାର ଚାବିକାଠି ବୋଲି କହିଥିଲେ । ଭାରତୀୟ ମଜୁଦୂର ସଂଘ ରାଷ୍ଟ୍ର ନିର୍ମାଣରେ ସହଭାଗୀ ହୋଇ କାର୍ଯ୍ୟକରୁଥିବାରୁ ଶ୍ରୀ ବିଶ୍ୱାଳ ତାର ଉଚ୍ଚ ପ୍ରଶଂସା କରିଥିଲେ । ସମ୍ମାନୀୟ ଅତିଥି ଭାବେ ଭାରତୀୟମଜୁଦୂର ସଂଘର ରାଜ୍ୟ ସଂପାଦକ ରଞ୍ଜନ ଦାସ ଖୋର୍ଦ୍ଧା ଜିଲ୍ଲା ସଂପାଦକ ଅମରେଶ ମହାପାତ୍ର, ସହ ସଂପାଦିକା ଟୁନିବାଳା ପଟ୍ଟନାୟକ , ଜୋନାଲ କମିଟିର ସଭାପତି ବିଶ୍ଵଜିତି ପରିଡା ଏବଂ ମହାମନ୍ତ୍ରୀ ତ୍ରିଲୋଚ଼ନ ସାହୁ ଯୋଗଦେଇ ରେଳ କର୍ମଚାରୀମାନଙ୍କର ବିଭିନ୍ନ ଅସୁବିଧା ଉପରେ ଆଲୋଚ଼ନା କରିବା ସହିତ ନିରାକରଣ ପାଇଁ ପ୍ରତିଶୃତି ଦେଇଥିଲେ ।ଏହି ଅବସରରେ ଅତିଥିମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସାଧାରଣ ଅଧିବେଶନରେ ୨୫-୨୬ ବର୍ଷ ପାଇଁ ଖୋର୍ଦ୍ଧାରୋଡ଼ ମଣ୍ଡଳ ପାଇଁ ନୂତନ କମିଟି ନିର୍ବାଚ଼ନ ଅନୁଷ୍ଠିତ ହୋଇଥିଲା l ଅମୀୟ ଭୂଷଣ ମହାନ୍ତି ସଭାପତି, ଅଶ୍ୱିନୀ କୁମାର ସାହୁ ସଂପାଦକ ଓ ଅଜୟ କୁମାର ଦାସ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ଘୋଷଣା କରାଯାଇଥିଲା । ନୂଆ କମିଟିର କର୍ମକର୍ତ୍ତାଙ୍କୁ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଡେ଼ଲାଙ୍ଗ/ଜଟଣୀ ରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ଆମ ଓଡ଼ିଶା ଖବର ।
.
ଇଷ୍ଟ କୋଷ୍ଟ ରେଳୱେ ମଜଦୂର ସଙ୍ଘର ବାର୍ଷିକ ଅଧିବେଶନ ଓ କର୍ମକର୍ତ୍ତା ନିର୍ବାଚ଼ନ ଅନୁଷ୍ଠିତ l

More Stories
Dr. B. Bipin Bihari Mishra was awarded the Odisha Seva Ratna award.
ବେଗୁନିଆ ତହସିଲଦାର ଅଫିସରେ ଭିଜିଲାନ୍ସ ଚଢ଼ାଉ, ଧରାହେଲା ମହିଳା ଡାଟାଏଣ୍ଟ୍ରି ଅପରେଟର।
ମହିଳାଙ୍କୁ କାର୍ କିଣି ଦେବେ ଓଡ଼ିଶା ସରକାର।