ଜଟଣୀ, “ଆମ ଓଡ଼ିଶା ଖବର” ଅକ୍ଟୋବର ୨ ଗୁରୁବାର, ଗାନ୍ଧୀ ଜୟନ୍ତୀ ଏବଂ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ଜଟଣୀ ବରିଷ୍ଠ ନାଗରିକ ମଞ୍ଚ ଧୁମଧାମର ସହିତ ପାଳିଲେ। ମଞ୍ଚର ସଭପତି ଶ୍ରୀ ଭକ୍ତବନ୍ଧୁ ଚୌଧୁରୀଙ୍କ ଆବାହକତ୍ୱରେ ମଞ୍ଚର ସମସ୍ତ ସଦସ୍ୟ ସଦସ୍ୟା ଗାନ୍ଧୀ ପାର୍କ ଜଟଣୀଠାରେ ଏକତ୍ରିତ ହୋଇଥିଲେ। ମହାତ୍ମା ଗାନ୍ଧୀ ଓ ଲାଲ ବହାଦୂର୍ ଶାସ୍ତ୍ରୀ ଙ୍କ ସ୍ମୃତି ଚାରଣ କରିବା ସହିତ ରାମଧୂନ୍ ଗାନ କରାଯାଇଥିଲା। ସମସ୍ତ ସଦସ୍ୟ ସଦସ୍ୟା ମହାତ୍ମା ଗାନ୍ଧୀଙ୍କ ପ୍ରତି ମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରିଥିଲେ। ସମ୍ପାଦକ ଶ୍ରୀ ସଚ୍ଚିଦାନନ୍ଦ ପଟ୍ଟନାୟକ ପରିଚାଳନା କରିଥିଲେ। ମଞ୍ଚର ସଭ୍ଯ ବୃନ୍ଦ ଯୋଗଦାନ କରିଥିଲେ ଶ୍ରୀ ପଦ୍ମନାଭ ପାଣିଗ୍ରାହୀ, ବିଜୟ କୁମାର ତ୍ରିପାଠୀ, କେ ରାମାରାଓ, ସତ୍ୟବାଦୀ ସାହୁ, ଶରତ ଚନ୍ଦ୍ର ଦାଶ, ପ୍ରଭାତ କୁମାର ସାହୁ, ସୁଦର୍ଶନ ମହାପାତ୍ର, ପ୍ରହଲ୍ଲାଦ ସ୍ୱାଇଁ, ପ୍ରହ୍ଲାଦ ସାହୁ, ନୀଳାମ୍ବର ମିଶ୍ର, ସୁରେଶ ଚନ୍ଦ୍ର ରଥ, ଧିରେନ୍ ପ୍ରତିହାରୀ ପ୍ରଭୃତି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।
ଲାଲବାହାଦୁର ଶାସ୍ତ୍ରୀ ଏବଂ ଗାନ୍ଧୀ ଜୟନ୍ତୀ ପାଳିଲେ ଜଟଣୀ ବରିଷ୍ଠ ନାଗରିକ ମଞ୍ଚ।


More Stories
ଜଟଣୀ ତ୍ରୟୋବିଂଶ ପୁସ୍ତକମେଳା ୨୦୨୫ ପାଇଁ ସାମ୍ବାଦିକ ସମ୍ମିଳନୀ ।
ଜଟଣୀ ଶାଖା ଚିନ୍ମୟ ମିଶନ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରର ବାର୍ଷିକ ଉତ୍ସବ।
ଜଟଣୀ ମଣ୍ଡଳ ସ୍ତରୀୟ ଯୁବ ମହୋତ୍ସବ ୨୦୨୫