ଜଟଣୀ, “ଆମ ଓଡ଼ିଶା ଖବର” ୨୮ ସେପ୍ଟେମ୍ବର ରବିବାର ଅପରାହ୍ନ ସମୟରେ କାର୍ଯ୍ୟକାରୀ ସଭାପତି ଶ୍ରୀ ଯୁକ୍ତ ଜବାହର ଲାଲ ସୁବୁଦ୍ଧିଙ୍କ ଅଧ୍ୟକ୍ଷତାରେ ପୁସ୍ତକ ମେଳାର ପ୍ରସ୍ତୁତି ବୈଠକ ଉତ୍ତରାୟଣୀ ବାଳିକା ଉଚ୍ଚ ବିଦ୍ୟାଳୟ ଜଟଣୀ ଠାରେ ଅନୁଷ୍ଠିତ ହୋଇ ଯାଇଅଛି। ପ୍ରାରମ୍ଭରେ ସଭାପତି ସମସ୍ତ ସଦସ୍ୟ ସଦସ୍ୟା ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଆଗାମୀ ପୁସ୍ତକ ମେଳାକିପରି ସୁଚାରୁ ରୁପେ ପାଳନ କରାଯିବ ସେ ସମ୍ବନ୍ଧରେ ଆଲୋଚନାକରିଥିଲେ। ସମ୍ପାଦକ ଶ୍ରୀ ଅକ୍ଷୟ କୁମାର ମହାନ୍ତି ସମ୍ପାଦକୀୟ ବିବରଣୀ ପାଠ କରିବା ସହ ଆୟବ୍ୟୟର ହିସାବ ପ୍ରଦାନ କରିଥିଲେ। ୨୩ତମ ପୁସ୍ତକ ମେଳା ଚଳିତ ନଭେମ୍ବର ମାସ ଶେଷ ସପ୍ତାହରେ ଟାଉନ୍ ହଲ ସ୍ରଷ୍ଟା ପରିସରରେ ଅନୁଷ୍ଠିତ କରିବା ପାଇଁ ସିଦ୍ଧାନ୍ତ ନିଆଯାଇଥିଲା। ପୁସ୍ତକ ମେଳା କିପରି ଭାବରେ ସମ୍ପାଦନ ହେବ, ସ୍ମରଣିକା ପାଇଁ କିପରି ଲେଖା ପ୍ରଦାନ କରାଯିବ ସେ ସମ୍ବନ୍ଧରେ ମଧ୍ୟ ଆଲୋଚନା ହୋଇଥିଲା। ଶ୍ରୀଯୁକ୍ତ ଶଶି ରଥ, ଶ୍ରୀ କ୍ଷୀରୋଦ କୁମାର ନନ୍ଦ, ସୁନୀଲ କୁମାର ରାଉତରାୟ, ସୀତାକାନ୍ତ ଶତପଥୀ ଅଧ୍ୟାପକ ସୁଶାନ୍ତ କୁମାର ରାଉତ, ଅକ୍ଷୟ କୁମାର ମହାନ୍ତି ମଞ୍ଚାସିନ ହୋଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ବାଣିଜ୍ୟରେ 93% ରଖି ବିଦ୍ୟାଳୟ ଟପର ହେଲେ ବାଲୁଗାଁର ଅଞ୍ଚିତା ନାୟକ l
जनकल्याण सोसाइटी की तीसरी जनरल मीटिंग।
జనకళ్యాణ్ సొసైటీ మూడవ సర్వసభ్య సమావేశం.