“ଆମ ଓଡ଼ିଶା ଖବର” ଶ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ଶାନ୍ତି ପୁରୁଷ ଡାକନାମ। ୨ ଅକ୍ଟୋବର ୧୯୦୪ ରେ ମୁଗଲସରାଇ ଉତ୍ତରପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ। ଘରର ଆର୍ଥିକ ଅବସ୍ଥା ଭଲ ନଥିଲା। ତାଙ୍କର ଦର୍ଶନ ଏବଂ ନୀତିଶାସ୍ତ୍ରରେ ପ୍ରଥମ ଶ୍ରେଣୀ ଡିଗ୍ରୀ ଥିଲା। ତାଙ୍କ ପିତା ଥିଲେ ଶ୍ରୀ ମୁନସି ଶାରଦା ପ୍ରସାଦ ଶ୍ରୀବାସ୍ତବ ସ୍କୁଲ ଶିକ୍ଷକ ଏବଂ ମାତା ଶ୍ରୀମତୀ ରାମଦୁଲାରୀ ଦେବୀ, ପତ୍ନୀ ଶ୍ରୀମତୀ ଲଳିତା ଦେବୀ ଏବଂ ୬ ସନ୍ତାନ ପୁଅ ହରିକୃଷ୍ଣ, ଅନିଲ, ସୁନୀଲ, ଅଶୋକ ଏବଂ ଦୁଇ ଝିଅ କୁସୁମ, ସୁମନ। ୯ ଜୁନ୍ ୧୯୬୪ ରୁ ୧୧ ଜାନୁଆରୀ ୧୯୬୬ ପର୍ଯ୍ୟନ୍ତ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ। ସେହି ମହାନ ଆତ୍ମାର ମୃତ୍ୟୁ ୧୧ ଜାନୁଆରୀ ୧୯୬୬ ରେ ହୋଇଥିଲା, ତାସକେଣ୍ଟ ରୁଷରେ ବର୍ତ୍ତମାନ ଉଜବେକିସ୍ତାନ, ସେ ଭାରତ ରତ୍ନ ସମ୍ମାନ ପାଇଥିଲେ। ତାଙ୍କର ସ୍ଲୋଗାନ ଥିଲା ଜୟ ଜବାନ ଜୟ କିଷାନ। ତାଙ୍କର ସମାଧିସ୍ଥଳ ବିଜୟ ଘାଟ। ଦେଶର ସଚ୍ଚା ପୁଅ, ସବୁଜ ବିପ୍ଳବ ଏବଂ ଧଳା ବିପ୍ଳବର ଜାତୀୟ ଅଭିଯାନର ଜନକ ଶ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ଜୀଙ୍କ ଜନ୍ମ ବାର୍ଷିକୀରେ କୋଟି କୋଟି ପ୍ରଣାମ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।
ଶାନ୍ତିର ପୁରୁଷ, ଶ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ।


More Stories
హైదరాబాద్ మహిళా ఐపీఎస్ బడుగుల సుమతి, యావత్ దేశ పోలీసులకు ఒక గొప్ప మంత్రాన్ని అందించారు.
ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍: ମାଷ୍ଟରମାଇଣ୍ଡ ପୁଣେର ଜୀବବିଜ୍ଞାନ ଅଧ୍ୟାପିକା ମନୀଷା ମନ୍ଧାରେ ଗିରଫ।
ସିବିଆଇ ପଞ୍ଝାରେ ନିଟ ପ୍ରଶ୍ନପତ୍ର ଲିକ୍ର କିଙ୍ଗପିନ ପ୍ରଫେସର କୁଲକର୍ଣ୍ଣି