
ଭଦ୍ରକ, “ଆମ ଓଡ଼ିଶା ଖବର” ୧୬ ନମ୍ବର ଜାତୀୟ ରାଜପଥ ରାସ୍ତା କଡର ହୃଦୟ ବିଦାରକ ଦୃଶ୍ଯ ଦେଖିବାକୁ ମିଳିଛି। ବର୍ଷା ରାତିରେ ରାସ୍ତା କଡରେ ଆଶ୍ରୟ ନେଇଥିବା ପାଗଳୀ ମହିଳାକୁ, ସଦାମ ହୁସେନ ନାମକ ଟ୍ରକ ଡ୍ରାଇଭର ନିଜ ଟ୍ରକରେ ଉଠାଇ ନେଇଥିଲା, ଏହାଥିଲା ଭଦ୍ରକ ଚରମ୍ପାର ଦୃଶ୍ଯ। ଡ୍ରାଇଭର କବଳରୁ ବଞ୍ଚିବା ପାଇଁ ପାଗଳୀ ମହିଳାଜଣକ ବଡ଼ପାଟିରେ ଚିତ୍କାର କରିଥିଲା, ହେଲେ ନିଛାଟିଆ ରାତି, କେହି ନଥିବା ସୁଯୋଗରେ ସଦାମ ହୁସେନ ମହିଳାଙ୍କୁ ଦୁଇ ହାତରେ ଟେକି ନେଇଥିଲା। ଏହି ଘଟଣାଟି ନିକଟସ୍ତ ଦୋକାନରେ ଲାଗିଥିବା ସିସିଟିଭିରେ ସମସ୍ତ ଦୃଶ୍ୟ ଉତ୍ତୋଳିତ ହୋଇଥିବା ବେଳେ ସାମାଜିକ ଗଣମାଧ୍ୟମରେ ଏହା ଭାଇରାଲ୍ ହୋଇଥିଲା। କେନ୍ଦୁଝର ଝୁମ୍ପୁରା, ଚାନ୍ଦିଆରୁ ପାଗଳୀ ମହିଳାଙ୍କୁ ଉଦ୍ଧାର କଲା ଭଦ୍ରକ ଟାଉନ ଥାନା ପୋଲିସ। ପୋଲିସ ନିକଟରେ ସଦାମ ହୁସେନ ପଗଳୀକୁ ଦୁଷ୍କର୍ମ କରି ରାସ୍ତା କଡରେ ଫିଙ୍ଗି ଦେଇଥିବା କଥା ମାନିଯାଇଛି। ଡାକ୍ତରୀ ମାଇନା ପାଇଁ ହସ୍ପିଟାଲ ପଠାଯାଇଥିବା ସୂଚନା। ଝୁମ୍ପୁରାରୁ ଅପହରଣକାରୀ ଟ୍ରକ ଡ୍ରାଇଭର ଗିରଫ, ଟ୍ରକ ଜବତ।

ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ଫରେଷ୍ଟରଙ୍କ ‘ବେନାମୀ’ ସମ୍ପତ୍ତି ଉପରୁ ଭିଜିଲାନ୍ସ ହଟିଇଲା ପରଦା ।
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ