ଅପହରଣକାରୀଙ୍କ ଢାଲ ହୋଇ ନାବାଳିକା ପରିବାରଙ୍କୁ ଧମକ ଦେଉଛି ପୋଲିସ ।
ନୟାଗଡ ଜିଲ୍ଲା (ଆମ ଓଡିଶା ଖବର):୦୬/୧୦:- ଦଶମ ଶ୍ରେଣୀରେ ପଢ଼ୁଥିବା ନାବାଳିକା ଛାତ୍ରୀର ଅପହରଣ ଘଟଣାକୁ ୧ ମାସରୁ ଉର୍ଦ୍ଧ୍ବ ସମୟ ବିତି ଯାଇଥିଲେ ମଧ୍ୟ ନିରବ ଦ୍ରଷ୍ଟା ସାଜିଛି ନୟାଗଡ ଜିଲ୍ଲା ରଣପୁର ଥାନା ରାଜସୁନାଖଳା ଫାଣ୍ଡି ପୋଲିସ । ନାବାଳିକା ଛାତ୍ରୀଙ୍କ ପରିବାର ପକ୍ଷରୁ ରାଜ ସୁନାଖଳା ଫାଣ୍ଡିରେ ବାରମ୍ବାର ଗୁହାରି କରି ହତାଶ ହେଉଛନ୍ତି । ନ୍ୟାୟ ପ୍ରଦାନ କରିବା ପରିବର୍ତ୍ତେ ଫାଣ୍ଡି ପୋଲିସ ଅଭିଯୋଗକାରୀଙ୍କୁ ଦୁର୍ବ୍ୟବହାର କରିବା ସହିତ ଧମକ ଦେଉଛନ୍ତି । ଏପରି ଅଭିଯୋଗ କରିଛନ୍ତି ନାବାଳିକା ଛାତ୍ରୀଙ୍କ ବାପା ଓ ମାଆ । ରାଜ୍ୟ ସରକାର ଛାତ୍ରୀ ଓ ମହିଳା ମାନଙ୍କୁ ସୁରକ୍ଷା ଦେବା ପାଇଁ ବହୁ ଯୋଜନା ଓ ଆଇନ ପ୍ରଣୟନ କରିଛନ୍ତି । କିଛି ପ୍ରଶାସନିକ ଅଧିକାରୀ ଏହାକୁ ବେଖାତିରି କରୁଛନ୍ତି । ସୂଚନା ଅନୁଯାୟୀ ରଣପୁର ଥାନା ରାଜସୁନାଖଳା ଫାଣ୍ଡି ଅଧୀନରେ ଥିବା ରମାବିଲ ଗ୍ରାମର ଦଶମ ଶ୍ରେଣୀର ରାଜସୁନାଖଳା ସରକାରୀ ଉଚ୍ଚ ବିଦ୍ୟାଳୟରେ ପଢୁଥିବା ନାବାଳିକା ଛାତ୍ରୀ ଘରୁ ସ୍କୁଲକୁ ଯିବା ବେଳେ ଛାତ୍ରୀଙ୍କୁ ବଳ ପୂର୍ଵକ ଅପହରଣ କରାଯାଇଛି। ଏନେଇ ପରିବାର ପକ୍ଷରୁ ଘଟଣା ଘଟିଥିବା ଦିନ ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇଛି। ଛାତ୍ରୀ ଜଣଙ୍କ ସେପ୍ଟେମ୍ବର ୧ ତାରିଖ ଦିନ ଘରୁ ସ୍କୁଲକୁ ପାଠ ପଢିବାକୁ ଯିବା ସମୟରେ ରାଜସୁନାଖଳା ଗ୍ରାମର ଜଣେ ଯୁବକ ଓ ତାର କିଛି ସହଯୋଗୀ ମାନଙ୍କ ସହିତ ମିଶି ଯୋଜନା ଵଧ ଭାବେ ଛାତ୍ରୀକୁ ଅପହରଣ କରି ନେଇ ବନ୍ଦୀ କରି ରଖିଥିବା ଅଭିଯୋଗ ହୋଇଛି। ନାବାଳିକା ଛାତ୍ରୀଙ୍କ ଅପହରଣ ଘଟଣାରେ ଅଭିଯୁକ୍ତଙ୍କ ସହ ତାଙ୍କ ପରିବାର ଲୋକଙ୍କ ସମ୍ପୃକ୍ତି ରହିଥିବା ନେଇ ଜଣାପଡିଛି । ଅପହରଣ କାରୀଙ୍କ କବଳରୁ ନାବାଳିକା ଛାତ୍ରୀଙ୍କୁ ଉଦ୍ଧାର ପାଇଁ ପରିବାର ପକ୍ଷରୁ ବାରମ୍ବାର ନିକଟସ୍ଥ ଫାଣ୍ଡି ପୋଲିସକୁ ଗୁହାରି କରିଥଲେ ମଧ୍ୟ ଅଭିଯୋଗକାରୀଙ୍କ ପାରିବାରକୁ ନ୍ୟାୟ ଦେବା ପରିବର୍ତ୍ତେ ଦୃବେବହାର କରିବା ସହିତ ଧମକ ଦେଉଛନ୍ତି ଫାଣ୍ଡି ଅଧିକାରୀ । ଅପହରଣକାରୀଙ୍କ ସୂଚନା ନାବାଳିକା ଛାତ୍ରୀଙ୍କ ପରିବାର ପକ୍ଷରୁ ଦେଇଥିଲେ ମଧ୍ୟ ପୋଲିସ ନିରବ ଦ୍ରଷ୍ଟା ସାଜି ପାଲଟା ଧମକ ଦେଉଛି। ଅପହରଣକାରୀ ରାଜସୁନାଖଳା ଗ୍ରାମର ପ୍ରଭାବ ଶାଳୀ ବ୍ୟକ୍ତି ଓ ପୋଲିସ ନିକଟତର ବୋଲି ଜଣା ପଡ଼ିଛି। ଏପରିକି ନାବାଳିକା ଛାତ୍ରୀ ଅପହରଣକାରୀଙ୍କ ଠାରୁ ଫାଣ୍ଡି ପୋଲିସ ଲାଞ୍ଚ ଖାଇ ଛାତ୍ରୀଙ୍କୁ ଉଦ୍ଧାର କରିବା ପରିବର୍ତ୍ତେ ଜାଣିଶୁଣି ବିଳମ୍ବ କରିବା ସହିତ ପରିବାର ଲୋକଙ୍କୁ ଧମକ , ଚମକ୍ ଦେଉଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ହେଉଛି । ସୂଚନା ଥାଉକି ରାଜ ସୁନାଖଳା ଫାଣ୍ଡିରେ ଜଣେ ଅଧିକାରୀ ବହୁ ବର୍ଷ ଧରି ଫାଣ୍ଡି ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି । ଏଠାରୁ ବଦଳି ହେଉଥିଲେ ମଧ୍ୟ ରାଜନୈତିକ ବ୍ୟକ୍ତିଙ୍କୁ ହାତ କରି ପୁନର୍ବାର ଏହି ଫାଣ୍ଡିରେ ଦାୟିତ୍ଵ ନେଉଛନ୍ତି । ଯାହା ଫଳରେ ସାଧାରଣ ଲୋକଟିଏ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି। ସେଥିପାଇଁ ଅଞ୍ଚଳରେ ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡି ବାରେ ଲାଗିଛି । ଏହାକୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଓ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ଦୃଷ୍ଟି ଦେବା ସହିତ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ସାଧାରଣରେ ଦାବି ହେଉଛି।
ପ୍ରସନ୍ନ କୁମାର ସ୍ବାଇଁ , ଖୋର୍ଦ୍ଧା


More Stories
ଜିଲ୍ଲା ପରିଷଦ ସଭ୍ୟାଙ୍କ ଅକାଳ ବିୟୋଗ
ମା’ବ୍ୟାଘ୍ରଦେବୀଙ୍କ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ନିମନ୍ତେ ନିମନ୍ତ୍ରଣ
ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବନ ରେଞ୍ଜ୍ର ଅଧିକାରୀ ସୁକୁମାର ଦୁଖୁ।