
ଜଟଣୀ “ଆମ ଓଡ଼ିଶା ଖବର” ନିକଟସ୍ଥ ରାଣିପୁର ଗ୍ରାମ ବାପ ମା ଶେବାଶ୍ରମରେ ମହା ଧୁମଧାମର ସହିତ ପାଳିଥିଲେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୁନ୍ୟ ଜନ୍ମ ଜୟନ୍ତି। ପଣ୍ଡିତ। ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ ସଫଳ ରୂପାୟନ କରିଥିଲେ ରାଣିପୁର ସ୍ଥିତ ସରସ୍ଵତୀ ଶିଶୁମନ୍ଦିରର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ମାନେ। ପଣ୍ଡିତ ଗୋପବନ୍ଧୁ ଥିଲେ ଏକଧାରରେ ମହାନ ଆତ୍ମା, ଉତ୍କଳମାତାର ବରେନ୍ୟ ସନ୍ତାନ, ଦେଶପ୍ରେମୀ, କବି, ଦୀନଦୁଃଖୀର ମାନବବାଦୀ ସେବକ ଓ ଉତ୍କଳ କିମ୍ବଦନ୍ତୀ ପୁରୁଷ। ସେହି ମାହାନ ଆତ୍ମାର ୧୪୮ ତମ ଜନ୍ମ ଜୟନ୍ତୀ ପାଳିଥିଲା ବାପ ମା ସେବାଶ୍ରମରେ ସରସ୍ଵତୀ ଶିଶୁମନ୍ଦିର। ସେହି ମହାନ ବେଦେଇ ଆତ୍ମାର ଶ୍ରୀମୁଖ ନିସୃତ କେଇପଦ ଏବେବି ମନରେ ଗୁଞ୍ଜରିତ ହୋଇଚାଲିଛି। ମିଶୁ ମୋର ଦେହ ଏ ଦେଶ ମାଟିରେ ଦେଶବାସୀ ଚାଲି ଯାଆନ୍ତୁ ପିଠିରେ, ଦେଶର ସ୍ବରାଜ୍ଯ ପଥେ ଯେତେ ଗଡ ପୁରୁ ତହିଁ ପଡି ମୋର ମାଂସ ହାଡ। ସେ ହେଉଛନ୍ତି ପଣ୍ଡିତ ଗୋପବନ୍ଧୁ ଦାସ। ସେହି ମହାନ ଆତ୍ମାର ଜୟନ୍ତୀ ଉପଲକ୍ଷେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।



More Stories
ଫରେଷ୍ଟରଙ୍କ ‘ବେନାମୀ’ ସମ୍ପତ୍ତି ଉପରୁ ଭିଜିଲାନ୍ସ ହଟିଇଲା ପରଦା ।
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ