ଗଞ୍ଜାମ, “ଆମ ଓଡ଼ିଶା ଖବର” ବେଲଗୁଣ୍ଠା ନୋଟିଫାଡ ଏରିଆ କାଉନସିଲର କାର୍ଯ୍ୟନିର୍ବାହୀ ଅଧିକାରୀ ବନମାଳି ଶତପଥୀଙ୍କ ଘରେ ରେଡ୍। ଦରମା କରାଇଦେବା ନାମରେ ନେଉଥିଲେ ଲାଞ୍ଚ। ବାବୁ କାର୍ଯ୍ଯନିର୍ଭାଇ ଅଧିକାରୀ ମାତ୍ର ୨୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ। ଓଡିଶା ଭିଜିଲାନ୍ସ, ବାବୁ କାର୍ଯ୍ଯନିର୍ଭାଇ ଅଧିକାରୀଙ୍କର କବିସୂର୍ଯ୍ୟନଗର ମୁଖ୍ୟ ବାସଭବନରେ ଚଢ଼ାଉ ଆରମ୍ଭ କରିଦେଇଛନ୍ତି। ତାସହିତ ୫ ଟି ଭୂତଳ ପ୍ରାସାଦ କବିସୂର୍ଯ୍ୟନଗର ରେ ରହିଛି। ୭ଟି ଦାମି ଦାମି ପ୍ଲଟ କାର୍ଯ୍ଯନିର୍ଭାଇ ଅଧିକାରୀଙ୍କ ନାମରେ ଏବଂ ନିଜ ପରିବାର ସଦସ୍ୟଙ୍କ ନାମରେ ଥିବା ଭିଜିଲାନ୍ସ ଚଢ଼ାଉରେ ସଂଗୃହୀତ ହୋଇଛି। ଏତଦବ୍ୟତୀତ ୧, ୬୦, ୪୦୦ ଟଙ୍କା ନଗଦ ଭିଜିଲାନ୍ସ ହାତରେ ପଡିଛି। ଏହା ସମ୍ଭବ ହୋଇଛି କାର୍ଯ୍ଯନିର୍ଭାଇ ଅଧିକାରୀ ବନମାଳୀ ସତପଥୀ ୨୫,୦୦୦ ଲାଞ୍ଚ ନେବାର ଫଳ ସ୍ଵରୂପ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ଜିଲ୍ଲା ପରିଷଦ ସଭ୍ୟାଙ୍କ ଅକାଳ ବିୟୋଗ
ମା’ବ୍ୟାଘ୍ରଦେବୀଙ୍କ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ନିମନ୍ତେ ନିମନ୍ତ୍ରଣ
ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବନ ରେଞ୍ଜ୍ର ଅଧିକାରୀ ସୁକୁମାର ଦୁଖୁ।