ଖୋର୍ଦ୍ଧାଜିଲ୍ଲା (ଆମ ଓଡ଼ିଶା ଖବର )ଡେଲାଙ୍ଗ ତା ୩୦-୧୦-୨୫ ଜଟଣୀ ପୌର ପରିଷଦ ଅନ୍ତର୍ଗତ ଶ୍ରୀ ଜଗନ୍ନାଥ ପୁରୀ ଗୋ ଶାଳାରେ ଗୋପାଷ୍ଟମୀ ଉତ୍ସବ ମହା ସମାରୋହରେ ଅନିଷ୍ଠିତ ହୋଇଛି। ଗୋଶାଳାରେ ଥିବା ଗୋ ମାତାଙ୍କ ସାମୁହିକ ପୂଜନ କାର୍ଯ୍ୟକ୍ରମ କରାଯାଥିଲା। ଏହି ଅବସରରେ ଛପନ ପ୍ରକାରର ଖାଦ୍ୟ ଗୋ ମାତାଙ୍କୁ ଅର୍ପଣ କରାଯାଇଥିଲା। ବିଭିନ୍ନ ସ୍ଥାନରୁ ଆସିଥିବା ଗୋ ଶାଳାର ପୃଷ୍ଟପୋଷାକ ମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ହେମନ୍ତ ଭାଇ ଠକର, ମୁକେଶ ଭାଇ ଠକର, ଶିବୁ ଯୋଶୀ, ଦିନେଶ ପଟେଲ, ଧୀରେଜ ଭାଇ ପଟେଲ ପ୍ରମୁଖ ଏହି ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।ଖୋର୍ଦ୍ଧା ଜିଲ୍ଲା ବି ଜେ ପି ସଭାପତି ବିଶ୍ୱ ରଞ୍ଜନ ବଡ଼ଜେନା, ବିଜେଡି ଯୁବ ନେତା ଅନନ୍ତ ଶତପଥୀ, ଭୁବନେଶ୍ୱର ସାଂସଦଙ୍କ ପ୍ରତିନିଧି ସତୀଶ ଶର୍ମା ପ୍ରମୁଖ ଉତ୍ସବରେ ଉପସ୍ଥିତ ଥିଲେ। ଗୋଶାଳାର ମୁଖ୍ୟ ରସିକ ଭାଇ ପଟେଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ମନୋରଞ୍ଜନ କାର୍ଯ୍ୟକ୍ରମରେ ଭଂଜନ ପରିବେଷଣ କରାଯାଇଥିଲା।
ଜଟଣୀ/ଡେଲାଙ୍ଗରୁ ନୀଳମ୍ବର ମିଶ୍ରଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।


More Stories
ବାଣିଜ୍ୟରେ 93% ରଖି ବିଦ୍ୟାଳୟ ଟପର ହେଲେ ବାଲୁଗାଁର ଅଞ୍ଚିତା ନାୟକ l
जनकल्याण सोसाइटी की तीसरी जनरल मीटिंग।
జనకళ్యాణ్ సొసైటీ మూడవ సర్వసభ్య సమావేశం.