
ରାୟଗଡ ଜିଲ୍ଲା (ଆମ ଓଡିଶା ଖବର):-ତା. ୩୦/୧୦-ରlୟଗଡ଼ ଜିଲ୍ଲାରେ ବ୍ୟାପକ ମାଦକ ଦ୍ରବ୍ୟ ଚାଷ ଓ ଚରାଚାଲାଣ ହେଉଥିବାରୁ ଏହାକୁ ରୋକିବା ନିମନ୍ତେ ଜିଲ୍ଲାପାଳ ରାୟଗଡ଼ ଶ୍ରୀ ଆଶୁତୋଷ କୁଲକାର୍ଣ୍ଣିଙ୍କ ଅଧ୍ୟକ୍ଷତlରେ ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ଓସ୍ୱାନ ସଭାଗୃହରେ ଏକ ସଂଯୁକ୍ତ ବୈଠକ ଅନୁଷ୍ଠିତ ହୋଇଥିଲା l ରାୟଗଡ଼ ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ୱାତୀ ଏସ କୁମାର ଓ ଉପଜିଲ୍ଲାପାଳ ଗୁଣୁପୁର ଶ୍ରୀ ଦୁଧlଲ ଅଭିଶେଖ ଦିଲ୍ଲୀପ ଆୱାସି ମାଧ୍ୟମରେ ଉପସ୍ଥିତରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା l ବିଶେଷ କରି ଜିଲ୍ଲାରେ ମାଦକ ନିଷଦ୍ରବ୍ୟ ଗଂଜେଇ ଅବାଧ ଚାଷକୁ ରୋକିବା, ନିଶା ଦ୍ରବ୍ୟ ଅବାଧ କାରବାର ଓ ଚୋରା ଚାଲାଣ ସମ୍ପର୍କରେ ଗୁପ୍ତ ତଥ୍ୟ ପ୍ରଦାନ,ବିଦ୍ୟାଳୟ, ମହାବିଦ୍ୟାଳୟ ମାନଙ୍କ ଠାରେ ନିବାରଣ ଉପରେ ସଚେତନତାକୁ ପ୍ରତ୍ସାହ୍ନ କରିବା, ମାଦକ ଦ୍ରବ୍ୟ କାରବାର ବହୁଳ ଅଂଚଳ ମାନଙ୍କରେ ନିଷlଦ୍ରବ୍ୟ କ୍ଷତିକାରକ ବିଷୟରେ ଜନସଚେତନତା ସୃଷ୍ଟି କରିବା l ଉନୟନ କାର୍ଯ୍ୟକ୍ରମ ଗୁଡିକ କାର୍ଯ୍ୟ କାରୀ କରିବା l ବିଶେଷ କରି ସରକାରଙ୍କ ତରଫରୁ ଅନ୍ୟ ଚାଷ ଓ ଜୀବିକା କାର୍ଯ୍ୟକ୍ରମ ଜରିଆରେ ଏହି ଅଂଚଳର ଲୋକମାନଙ୍କୁ କର୍ମସଂସ୍ଥାନ ଯୋଗାଇବା ଉପରେ ଆଲୋଚନା କରାଯାଇଥିଲା l କୃଷି ବିଭାଗ, ଉଦ୍ୟାନ ବିଭାଗ ତରଫରୁ ଗଂଜା ଚାଷ ବଦଳରେ ସେହି ଅଂଚଳର ଲୋକଙ୍କୁ ଫଳ, ମସଲା ଓ ଅନ୍ୟ ଅର୍ଥକାରୀ ଫସଲ ଚାଷ ପାଇଁ ପ୍ରବାର୍ତ୍ତାଇବା ଓ ମଞ୍ଜି ଯୋଗାଇବା ଉପରେ ଜିଲ୍ଲାପାଳ ଶ୍ରୀ କୁଲକାର୍ଣ୍ଣି ଗୁରୁତ୍ୱ ଦେଇଥିଲେ l
ଅବକାରୀ ବିଭାଗକୁ ସକ୍ରୀୟ ରହି ନିଶାଦ୍ରବ୍ୟ କାରବାର ରୋକିବା ନିମନ୍ତେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ l ଆଜିର ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ
ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମମତା ସାହୁ, ଜିଲ୍ଲା କୃଷି ଅଧିକାରୀ ଏହେସନ,
ଓ ଅନ୍ୟାନ୍ୟ ଅଧିକାରୀ ମlନେ ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।



More Stories
ODISHA POLICE DISTRICT HEADQUARTERS, KHORDHA.
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସଚେତନତା ପଦଯାତ୍ରା।
ଆନ୍ତର୍ଜାତୀୟ ମହିଳା ଦିବସରେ ‘ସୁଭଦ୍ରା’ର ୪ର୍ଥ କିସ୍ତି ପ୍ରଦାନ।