ଅଷ୍ଟମ ବେତନ କମିଶନ, “ଆମ ଓଡିଶା ଖବର” ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଅଷ୍ଟମ କେନ୍ଦ୍ରୀୟ ବେତନ କମିଶନର ସର୍ତ୍ତାବଳୀକୁ ମଞ୍ଜୁରୀ ଦେଇଛି । ଜାନୁଆରୀ ୨୦୨୬ରୁ ଅଷ୍ଟମ ବେତନ କମିଶନ ଲାଗୁ ହେବା ସମ୍ଭାବନା ରହିଛି। ସରକାର କମିଶନର ଗଠନ, କାର୍ଯ୍ୟାଦେଶ ଏବଂ ସମୟସୀମାକୁ ଚୂଡ଼ାନ୍ତ କରିସାରିଥିବା କ୍ୟାବିନେଟେ ବୈଠକ ପରେ ସୂଚନା ଦେଇଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ପ୍ୟାନେଲ ୧୨- ୧୮ ମାସ ମଧ୍ୟରେ ତାଙ୍କର ସୁପାରିଶ ଦାଖଲ କରିବ ଏବଂ ସଂଶୋଧିତ ଦରମା ଗଠନ ୧ ଜାନୁଆରୀ, ୨୦୨୬ରୁ କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଉଛି। ଅଷ୍ଟମ ବେତନ କମିଶନ ଲାଗୁ ହେଲେ ପ୍ରାୟ ୫୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଓ ଅବସରପ୍ରାପ୍ତ ୬୯ ଲକ୍ଷ କର୍ମଚାରୀଙ୍କ ଦରମା, ଭତ୍ତା ଏବଂ ପେନସନ ବୃଦ୍ଧି ପାଇବ । ପୂର୍ବ ସପ୍ତମ ସିପିସି ୨୦୧୬ରେ କାର୍ଯ୍ୟକାରୀ ହୋଇଥିଲା। ମୁଦ୍ରାସ୍ଫୀତି, ଜୀବନଯାପନ ଖର୍ଚ୍ଚରେ ପରିବର୍ତ୍ତନ ହୋଇଥିବାରୁ କର୍ମଚାରୀ ସଂଘଗୁଡ଼ିକ ଏହାର ସମୀକ୍ଷା ପାଇଁ ଦାବି କରିଆସୁଥିଲେ ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ପକ୍ଷାଘାତ ରୋଗୀଙ୍କୁ ବାନ୍ଧି ଦେଲା ବିଷଧର ସାପ । ଦୀର୍ଘ ଦୁଇ ଘଣ୍ଟା ଧରି ବାନ୍ଧି ଧରିଥିଲା।
ବର୍ତ୍ତମାନ ସମୟର ଆହ୍ବାନ ନୈତିକ ମୂଲ୍ୟବୋଧ ଶିକ୍ଷା ଦେଲେ, ଡଃ ପ୍ରତିଭା ମହାରଥୀ।
କେନ୍ଦ୍ରସରକାରଙ୍କ ଦ୍ବାରା ପେଟ୍ରୋଲ ଡିଜେଲ୍ରୁ ରପ୍ତାନୀ ଶୁଳ୍କ ହ୍ରାସ।