୫୩ତମ ଭକ୍ତଚରଣ ସ୍ମାରକୀ ସମାରୋହ ଉଦଘାଟିତ ।

ରାଜସୁନାଖଳା : ତା ୧/୧୧ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଗ୍ରାମପଞ୍ଚାୟତସ୍ଥିତ ଭକ୍ତ ଚରଣ ବ୍ଲକ ଆନୁକୂଲ୍ୟରେ କ୍ଳବର ସଭାପତି ସତ୍ୟନାରାୟଣ ମହାପାତ୍ରଙ୍କ ଆବାହକତ୍ୱରେ ଶନିବାର ଦିନ ୫୩ତମ ବୈଷ୍ଣବ କବି ଭକ୍ତ ଚରଣ ସ୍ମାରକୀ ସମାରୋହ କ୍ଳବ ପରିସରରେ ଉଦ୍ଘାଟିତ ହୋଇଯାଇଛି । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ରାଜସୁନାଖଳା ଗ୍ରାମପଞ୍ଚୟତ ସରପଞ୍ଚ ଚିତ୍ତ ରଞ୍ଜନ ପ୍ରଧାନ, ସମିତି ସଭ୍ୟ ତପନ କୁମାର ପ୍ରଧାନ, ସୁଧୀର କୁମାର ମିଶ୍ର ପ୍ରମୁଖଙ୍କ ସମେତ ବହୁ ମାନ୍ୟ ଗଣ ବ୍ୟକ୍ତି ଯୋଗଦେଇ ସନ୍ଥ ବୈଷ୍ଣବ କବି ଭକ୍ତ ଚରଣ ଦାଶଙ୍କ ପ୍ରତିମୃତିରେ ଫୁଲ ଚନ୍ଦନ ଧୂପ ଦୀପ ପ୍ରଜ୍ବଳନ କରି ଏହାକୁ ଉଦଘାଟନ କରିଥିଲେ । ଏହି ଅବସରରେ ପ୍ରାତଃ ୬ଟାରେ ନଗର କୀର୍ତ୍ତନ,ମଙ୍ଗଳ ଆଳତି ନାମସଂକ୍ରିତନ ମଥୁରା ମଙ୍ଗଳ ଚଉତିଷା, ବୈଷ୍ଣବ କବି ଭକ୍ତ ଚରଣ ଦଶଙ୍କର ଅମର ଲେଖନୀ ନିସୃତ କାନ୍ତକୋମଳ ଲଳିତ ମଧୁର ପଦାବଳୀ ଓଡ଼ିଆ ସାହିତ୍ୟ ଆକାଶକୁ ପୁଷ୍କଳ କରିଛି । ଚାଟଶାଳୀ ଠାରୁ ବିଶ୍ଵବିଦ୍ୟାଳୟ ପର୍ଯ୍ୟନ୍ତ ଯେଉଁ କାବ୍ୟ ସାହିତ୍ୟ ନିଜର ସରଳ ଭାବ ବିନ୍ୟାସ ପାଇଁ ସ୍ବତନ୍ତ୍ରତା ବଜାୟ ରଖିଛି । ଯେଉଁ କବି ନିଜର ବୈଷ୍ଣବୀୟ ଚିନ୍ତା ଚେତନାକୁ ବିସ୍ତାର କରିଛନ୍ତି ସେହି ବରେଣ୍ୟ ବୈଷ୍ଣବ କବି ଭକ୍ତଚରଣ ଦାସ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ସାନପଦର ଗ୍ରାମରେ ଜନ୍ମଗ୍ରହଣ କରି ରାଜସୁନାଖଳାସ୍ଥିତ ବୃନ୍ଦାବନ ଚନ୍ଦ୍ର ଦେବ ମଠରେ ସାଧନା କେନ୍ଦ୍ର କରି ଏ ମାଟିକୁ ଧନ୍ୟ କରିବା ସହ ଏ ମାଟିର ଗରିମାକୁ ନଭଶ୍ଚୁମ୍ବି କରାଇଛନ୍ତି ।ସେହି ବରେଣ୍ୟ କବି ଭକ୍ତଚରଣ ଦାସଙ୍କର ପବିତ୍ର ପୁଣ୍ୟତିଥି କାର୍ତ୍ତିକ ଶୁକ୍ଲ ଏକାଦଶୀ ରେ ଭକ୍ତଚରଣ କ୍ଳବ ପରିସରରେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜିଠାରୁ ୩ ଦିନ ଧରି ୫୩ ତମ ସ୍ମାରକୀ ପାଳିତ ହେବ । ପୂର୍ବାହ୍ନ ୧୧ଟାରେ ସନ୍ଥ ଭକ୍ତ ଚରଣ ଦଶଙ୍କ ରଚିତ ମଥୁରା ମଙ୍ଗଳ ପ୍ରତିଯୋଗିତା ସମ୍ପାଦକ ସନ୍ତୋଷ କୁମାର ପ୍ରଧାନ , ସଂଯୋଜକ ସୂର୍ଯ୍ୟ କାନ୍ତ ମିଶ୍ର, ଶାନ୍ତନୁ ଆଚାର୍ଯ୍ୟ, ଜଗନ ନାୟକ, ଭାଗିରଥି ପ୍ରଧାନ ସମେତ ସମସ୍ତ ସଭ୍ୟମାନେ ଉପସ୍ଥିତ ରହି ପ୍ରମୁଖ ସହଯୋଗ କରି ପରିଚାଳନା କରିଥିଲେ ! ସେହିପରି ସନ୍ଧ୍ୟାରେ ସ୍ମାରକୀ ସଭାରେ ସୁଧି ରଞ୍ଜନ ମିଶ୍ରଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବରେ ଆକାଶ ବାଣୀ ଓ ଦୂରଦର୍ଶନ ପୂର୍ବତନ ନିର୍ଦ୍ଦେଶକ ଶାନ୍ତନୁ କୁମାର ରଥ ଯୋଗଦେଇଥିଲେ । ସମ୍ମାନିତ ବକ୍ତା ଭାବେ ନୟାଗଡ଼ ଖାଉଟି ଅଦାଲତର ଅବସରପ୍ରାପ୍ତ ବିଚାରପତି ନାରାୟଣ ମହାପାତ୍ର , ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ମୃତ୍ୟୁଞ୍ଜୟ ମହାପାତ୍ର ଯୋଗଦେଇ ବୈଷ୍ଣବ କବି ଭକ୍ତ ଚରଣ ଦାସଙ୍କ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୂର୍ଯ୍ୟକାନ୍ତ ମିଶ୍ରଙ୍କ ସଂଯୋଜନା କରିଥିବାବେଳେ କ୍ଳବର ସମସ୍ତ ସଭ୍ୟ ସହଯୋଗ କରିଥିଲେ ।

error: Content is protected !!