
ରାୟଗଡ଼ ଜିଲ୍ଲା (ଆମ ଓଡିଶା ଖବର ):-ତା ୨-୧୧-୨୦୨୫ ସ୍ଥାନୀୟ ଆର୍ ଏସ୍ ଇ ଦବ୍ଲ୍ଯୁ ସି ପ୍ରାଥମିକ ବିଦ୍ୟା ଳୟ ପରିସରରେ ଅବସରପ୍ରାପ୍ତ ଶିକ୍ଷକଙ୍କ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଭଜନ ଲାଲ ମାଝୀ, ମୁଖ୍ୟ ବକ୍ତା ଭାବେ ଶ୍ରୀ ଶଶୀଭୂଷଣ ପଟ୍ଟନାୟକ, ସମ୍ମାନୀତ ଅତିଥି ଭାବେ ଅବସରକାଳୀନ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଭି ଭି ଭାସ୍କର ରାଓ, ପ୍ରଧାନ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ପାତ୍ର ଓ ଆୟୋଜକ ଇଶ୍ଵର ଟିମିଟି ପ୍ରମୁଖ ମଞ୍ଚାସୀନ ଥିଲେ। ଶିକ୍ଷକତା ଏକ ପବିତ୍ର ବୃତ୍ତି। ମଣିଷ ତିଆରି କାରଖାନାର କୌଶଳୀ ବିନ୍ଧାଣୀ। ଶିକ୍ଷା କ୍ଷେତ୍ରରେ ଗଠନମୂଳକ ପରିବର୍ତ୍ତନ ନିମନ୍ତେ ସମସ୍ତ ଶିକ୍ଷକଙ୍କୁ କର୍ତ୍ତବ୍ୟନିଷ୍ଠ ହେବାସହ ସମାଜରେ ଏକ ଉଦାହରଣ ସୃଷ୍ଟି କରିବାକୁ ଅତିଥିବୃନ୍ଦ ଉତ୍ସାହିତ କରିଥିଲେ। ଏହି ଅବସରରେ ଛୟାଳିଶି ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା କାର୍ଯ୍ୟକ୍ରମକୁ ସଶ୍ମିତା ମିଶ୍ର ସଂଯୋଜନାକରିଥିଲେ। ପ୍ରକାଶ ଥାଉକି ପ୍ରତିବର୍ଷ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରି ଶିକ୍ଷକ ଶ୍ରୀ ଇଶ୍ଵର ଟିମିଟି ଅନେକ ପ୍ରସଂଶା ସାଉଁଟିଛନ୍ତି।

ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।


More Stories
ODISHA POLICE DISTRICT HEADQUARTERS, KHORDHA.
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସଚେତନତା ପଦଯାତ୍ରା।
ଆନ୍ତର୍ଜାତୀୟ ମହିଳା ଦିବସରେ ‘ସୁଭଦ୍ରା’ର ୪ର୍ଥ କିସ୍ତି ପ୍ରଦାନ।