ମୁମ୍ବାଇ, “ଆମ ଓଡିଶା ଖବର” ଝାଡ଼ଖଣ୍ଡ ଅନ୍ତର୍ଗତ ଜାମସେଦପୁର ଅଖତର ହୁସେନ ନିଜକୁ ଭାଭା ଆଟୋମିନ ରିସର୍ଚ୍ଚ ସେଣ୍ଟର (ବାର୍କ)ର ବୈଜ୍ଞାନିକ କହୁଥିବା ଅଖତରଙ୍କୁ ମୁମ୍ବାଇ ପୋଲିସ ଗିରଫ କରିସାରିଛି। ୬୦ ବର୍ଷୀୟ ବ୍ୟକ୍ତି ଅଖତର ବିଦେଶରୁ ଦୀର୍ଘ ୩୦ ବର୍ଷ ଧରି ପାଉଥିଲେ କୋଟି କୋଟି ଟଙ୍କା। ଗତ ମାସରେ ମୁମ୍ବାଇ ପୁଲିସ୍ ୬୦ ବର୍ଷୀୟ ଅଖତର ହୁସେନକୁ ଗିରଫ କରିଥିଲା। ଏବେ ତାଙ୍କ ସମ୍ପର୍କରେ ଏପରି ତଥ୍ୟ ସାମ୍ନାକୁ ଆସିଛି ଯାହା ସୁଣିଲେ ଆବାକ ହେବେ। ଅଖତର ନିଜକୁ ବାର୍କର ବରିଷ୍ଠ ବୈଜ୍ଞାନିକ ଭାବେ ପରିଚୟ ଦେଇ ଦେଶର ବିଭିନ୍ନ ସମ୍ବେଦନଶୀଳ ସ୍ଥାନକୁ ଯାଉଥିଲେ। ପୁଲିସ ଗିରଫ କରି, ତାଙ୍କ ପାଖରୁ ୧୦ଟି ମାନଚିତ୍ର ଓ ଆଣବିକ ଯୁଦ୍ଧାସ୍ତ୍ର ସହ ଜଡ଼ିତ କିଛି ସମ୍ବେଦନଶୀଳ ଦସ୍ତାବିଜ ପୋଲିସ ହାତରେ ଲାଗିଛି ଅଖତର ଝାରଖଣ୍ଡ ଅନ୍ତର୍ଗତ ଜାମସେଦପୁରର ମୂଳବାସିନ୍ଦା। ଅଖତରଙ୍କ ଠାରୁ ଅନେକ ନକଲି ପାସପୋର୍ଟ, ଆଧାର କାର୍ଡ, ପାନକାର୍ଡ ଓ ବାର୍କ ଆଇଡି ଜବତ କରିଛି ପୋଲିସ। କିଛି ପରିଚୟ ପତ୍ରରେ ତାଙ୍କ ନାଁ ଅଲୀ ରାଜା ଓ ଆଲେକ୍ସଜାଣ୍ଡର ପାଲମର ମଧ୍ୟ ଉଲ୍ଲେଖ ରହିଛି। ଦିଲ୍ଲୀରେ ଥିବା ତାଙ୍କ ଭାଇ ଆଦିଲଙ୍କୁ ମଧ୍ୟ ପୁଲିସ ଗିରଫ କରିଛି।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।
ନକଲି ବୈଜ୍ଞାନିକ, ୧୯୯୫ରୁ ବିଦେଶୀରୁ ପାଉଥିଲେ କୋଟିକୋଟି ଟଙ୍କା।


More Stories
ଜିଲ୍ଲା ପରିଷଦ ସଭ୍ୟାଙ୍କ ଅକାଳ ବିୟୋଗ
ମା’ବ୍ୟାଘ୍ରଦେବୀଙ୍କ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ନିମନ୍ତେ ନିମନ୍ତ୍ରଣ
ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବନ ରେଞ୍ଜ୍ର ଅଧିକାରୀ ସୁକୁମାର ଦୁଖୁ।