ଓଡ଼ିଶା ପ୍ରତିଷ୍ଠିତ ବ୍ୟାବସାୟିକ ସଂସ୍ଥା ଉତ୍କଳ ବିଲ୍‌ଡର୍ସ କାର୍ଯ୍ୟାଳୟରେ ଆୟକର ଚଢ଼ାଉ।

ଭୁବନେଶ୍ବର “ଆମ ଓଡ଼ିଶା ଖବର” ୪ ନଭେମ୍ବର ଭୋର୍ ୪ଟା ବେଳେ ହଠାତ୍ ଆୟକର ବିଭାଗର ଟିମ୍ ଭୁବନେଶ୍ବର ସହିଦନଗର ସ୍ଥିତ ଉତ୍କଳ ବିଲ୍‌ଡର୍ସ ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଆୟକର ବିଭାଗର କର୍ମକର୍ତ୍ତା ସେଠାରେ ଚଢ଼ାଉ ଆରମ୍ଭ କରିଥିଲେ। ଏଥିସହ ମୋଟ ୧୪ଟି ସ୍ଥାନରେ ଚାଲିଛି ଚଢ଼ାଉ। ୧୦୦ କୋଟି ଟଙ୍କାର ଠକେଇ ଅଭିଯୋଗରେ ଚାଲିଛି ଆୟକର ବିଭାଗର ଛାନଭିନ। ଚଢ଼ାଉରେ ନିୟୋଜିତ ଅଛନ୍ତି ୧୨୦ ଅଫିସର। ଆକାଉଣ୍ଟାଣ୍ଟଙ୍କୁ ଘାଣ୍ଟୁଛନ୍ତି ଓ ପାର୍ଟନରମାନଙ୍କୁ ପଚରାଉଚରା କରୁଛି ଟିମ୍, କେତେ ଠକିଛ ହିସାବ ଦିଅ। ଝାଳନାଳ କଲେଣି ଆୟକର ଅଫିସର। ଉତ୍କଳ ବିଲଡରର ଅଫିସ ଆକାଉଣ୍ଟାଣ୍ଟ ପ୍ରସନ୍ନ କୁମାର ବେହେରାଙ୍କୁ ଅଟକ ରଖି ଝାଳବୁହା ଜେରା କରୁଛି ସ୍ୱତନ୍ତ୍ର ଟିମ୍। ଏହାସହିତ ଉତ୍କଳ ବିଲଡରର ପାର୍ଟନର ପ୍ରକାଶ ଭୋରାଙ୍କୁ ମଧ୍ଯ ଟିକସ ଫାଙ୍କିଥିବା ନେଇ ପଚରାଉଚରା ଚାଲିଛି। ସକାଳ ସମୟରୁ ମୋଟ ୧୪ଟି ସ୍ଥାନରେ ଅତର୍କିତ ଚଢ଼ାଉ କରୁଛି ଆଇଟି ଟିମ। ବସ୍ତା ବସ୍ତା କାଗଜ ସହ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି ଆୟକର ଟିମ୍।

ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।

error: Content is protected !!