
ରାୟଗଡ ଜିଲ୍ଲା (ଆମ ଓଡିଶା ଖବର )ସ୍ତରୀୟ ଛାୟା ସଂସଦ କାର୍ଯ୍ୟକ୍ରମ ଶନିବାର ଜିସିଡ଼ି ହାଇସ୍କୁଲ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନ ରେ କୋରାପୁଟ ଲୋକସଭା ସାଂସଦ ଓ ଅପରାହ୍ଣରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନବୀନ ଚନ୍ଦ୍ର ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟତମ ଅତିଥି ରୂପେ ଜିଲ୍ଲା ଶିକ୍ଷାଧିକାରୀ ରାମଚନ୍ଦ୍ର ନାହକ, ଅତିରିକ୍ତ ଶିକ୍ଷାଧିକାରୀ ଭଜନଲାଲ ମାଝୀ ଓ ଶାନ୍ତିଲତା ମୁନୀ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଅଧ୍ୟକ୍ଷ ଜଗନ୍ନାଥ ମେହେର, ସମସ୍ତ ବ୍ଳକ ଶିକ୍ଷାଧିକାରୀ ବୃନ୍ଦ ଉପସ୍ଥିତ ଥିଲେ । ଛାୟା ସଂସଦରେ ଶପଥପାଠ, ବିଲ ଓ ବଜେଟ ଉପସ୍ଥାପନ, ଶୁନ୍ୟ କାଳରେ ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମକୁ ସଭିଏଁ ପ୍ରଶଂସା କରିଥିଲେ । ସଂସଦରେ ଜିଲ୍ଲାବାସୀଙ୍କ ସମସ୍ୟା ସମାଧାନ ନିମନ୍ତେ ଅନେକ ପ୍ରଶ୍ନ ଉତ୍ଥାପନ କରିବା ସହ ବିକାଶ ପାଇଁ ସର୍ବଦା ପ୍ରୟାସ କରି ଆସୁଥିବା ପ୍ରକାଶ କରିଥିଲେ । ରାଜ୍ୟ ସ୍ତରରେ ଅନେକ ସୁନାମ ଅର୍ଜନ ନିମନ୍ତେ ଉତ୍ସାହିତ କରିଥିଲେ । ଏଥିରେ ଏଗାର ବ୍ଳକର ଅଷିଏ ଜଣ ଶିଶୁ ଏଥିରେ ଅଂଶଗ୍ରହଣ କରିଥିଲେ।

ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।


More Stories
ODISHA POLICE DISTRICT HEADQUARTERS, KHORDHA.
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସଚେତନତା ପଦଯାତ୍ରା।
ଆନ୍ତର୍ଜାତୀୟ ମହିଳା ଦିବସରେ ‘ସୁଭଦ୍ରା’ର ୪ର୍ଥ କିସ୍ତି ପ୍ରଦାନ।