ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ପଙ୍ଗାର ସିଂହ ପଞ୍ଚାୟତ ମା ନାରାୟଣୀଙ୍କ ପୀଠରେ ଆମ ଆଦମୀ ପାର୍ଟି ର ୧୩ତମ ପ୍ରତିଷ୍ଠା ଦିବସ ତଥା ସମ୍ବିଧାନ ଦିବସ ପାଳିତ ହୋଇ ଯାଇଛି।ଆମ ଆଦିମ ପାର୍ଟିର ମହିଳା ନେତ୍ରୀ ମମତା ପାଇକରାୟଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସଭାରେ ବିଧାନସଭା କ୍ଷେତ୍ର ସଂଯୋଜକ କଳ୍ପତରୁ ପଣ୍ଡା ମୁଖ୍ୟ ବକ୍ତା ଭାବେ ଖୋର୍ଦ୍ଧା ଜିଲ୍ଲା ଆପ ସଭାପତି ସୁଭାସିସ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଜୋନ ସଂଯୋଜକ ବିଜୟ ବଳିୟାର ସିଂହ , ପ୍ରଶାନ୍ତ ରଣସିଂହ, ସୁନିଲ ଷଡ଼ଙ୍ଗୀ, ସଂଗ୍ରାମ କେଶରୀ ବଳବନ୍ତ ରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ ।ଏହି କାର୍ଯ୍ୟକ୍ରମରେ
ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ବଳନ କରି ସଭାକାର୍ଯ୍ୟ ଆରମ୍ଭ କରାଯାଇ ଥିଲା। ଅତିଥି ପରିଚୟ ପରେ ବିଜୟ ବଳିୟାର ସିଂହ ସଭାର ଉଦ୍ଦେଶ୍ୟ ଓ ଆବଶ୍ୟକତା ସମ୍ବନ୍ଧରେ ସୂଚନା ଦେଇ ଥିଲେ। ପ୍ରଶାନ୍ତ ରଣସିଂହ ସମ୍ବିଧାନ ଦିବସ ର ମହତ୍ତ୍ଵ ସମ୍ବନ୍ଧରେ ମତ ରଖିଥିଲେ।ଏଥିରେ ସୁଭାସିସ ସ୍ୱାଇଁ ଓଡ଼ିଶାରେ ଆମ ଆଦମୀ ପାର୍ଟି ର ସ୍ଥିତି ଓ ରଣନୀତି ଉପରେ ମତ ରଖିଥିଲେ। କଳ୍ପତରୁ ପଣ୍ଡା ବିଧାନ ସଭା କ୍ଷେତ୍ର ରେ ଆମ ଆଦମୀ ପାର୍ଟି ପକ୍ଷରୁ କରା ଯାଉ ଥିବା ସମାଜ ସେବା ମୂଳକ କାର୍ଯ୍ୟ ଗୁଡ଼ିକର ତଥ୍ୟ ରଖିଥିଲେ।ସେହିପରି ସୁନିଲ ଷଡ଼ଙ୍ଗୀ ଆଗାମୀ ପଞ୍ଚାୟତ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇ ଥିଲେ। ସଭାକାର୍ଯ୍ୟ ଶେଷ ରେ ମମତା ପାଇକରାୟ ଧନ୍ୟବାଦ୍ ଅର୍ପଣ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଗୀତାଞ୍ଜଳି ପ୍ରଧାନ, ସମିତା ନାୟକ, ପୁଷ୍ପାଞ୍ଜଳି ଭୂୟାଁ, ଅନ୍ନପୂର୍ଣ୍ଣା ଦଳାଇ, ଦୀପା ପ୍ରଧାନ ଓ ପ୍ରବୀଣା ପ୍ରଧାନ ପ୍ରମୁଖ ବହୁ ସଦସ୍ୟ ଉପସ୍ଥିତ ଥିଲେ ।
ମା ନାରାୟଣୀଙ୍କ ପୀଠରେ ଆମ ଆଦମୀ ପାର୍ଟି ର ୧୩ତମ ପ୍ରତିଷ୍ଠା ଦିବସ ତଥା ସମ୍ବିଧାନ ଦିବସ ପାଳିତ ।


More Stories
ବାଣିଜ୍ୟରେ 93% ରଖି ବିଦ୍ୟାଳୟ ଟପର ହେଲେ ବାଲୁଗାଁର ଅଞ୍ଚିତା ନାୟକ l
जनकल्याण सोसाइटी की तीसरी जनरल मीटिंग।
జనకళ్యాణ్ సొసైటీ మూడవ సర్వసభ్య సమావేశం.