ଟାଙ୍ଗୀ, “ଆମ ଓଡ଼ିଶା ଖବର” ଘଟଣାଟି ଘଟିଛି, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଦୀକ୍ଷିତ ପଡା ସନ୍ତୋଷ ବେହେରାଙ୍କ ଘରେ। ସନ୍ତୋଷ ବେହେରାଙ୍କ ଘରୁ ବିରଳ ଅହିରାଜ ସାପ ଉଦ୍ଧାର କରାଗଲା। ଅହିରାଜ ସାପକୁ ଉଦ୍ଧାର କଲେ କାଳୁପଡା ଘାଟ ରାଜେନ୍ଦ୍ର ପୁର ଗ୍ରାମର ସ୍ନେକ ହେଲ୍ପ ଲାଇନ ସଦସ୍ୟ ସୂର୍ଯ୍ୟ ନାରାୟଣ ନାଥ। ଉଦ୍ଧାର ହୋଇଥିବା ଅହିରାଜର ଲମ୍ୱ ଆନୁମାନିକ ୧୨ ଫୁଟ ଲମ୍ବ ହେବ କହିଛନ୍ତି ଦେଖଣାହାରୀ। ଅହିରାଜ କୁ ଧରିବା ବେଳେ ଅହିରାଜ ଆକ୍ରମଣ କରିବା ଭୟ ଥିବାରୁ ସ୍ଥାନୀୟ ଲୋକେ ଘଟଣା ସ୍ଥଳରୁ ସମସ୍ତେ ଛତ୍ରଭଙ୍ଗ ଦେଇଥିଲେ। ସନ୍ତୋଷ ବେହେରାଙ୍କ ଗାଧୁଆ ଘରେ ଅହିରାଜ ସାପ ପଶି ସୁ ସୁ ଗର୍ଜନ କରୁଥିଲା। ସାପର ଗର୍ଜନ ଶୁଣି ପରିବାର ଲୋକେ ଭୟଭୀତ ହୋଇ ଯାଇଥିଲେ। ତେବେ ଏତେ ବଡ଼ ସାପକୁ କିଭଳି ଗାଧୁଆ ଘରୁ ବାହାରକୁ ଆଣିବେ ସେ ନେଇ ଚିନ୍ତାରେ ପଡି ଯାଇଥିଲେ ପରିବାର ଲୋକେ। ଜଣେ ଦର୍ଶକ ଖବର ଦେଇଥିଲେ ସ୍ନେକ ହେଲ୍ପ ଲାଇନର ସଦସ୍ୟ ସୂର୍ଯ୍ୟ ନାରାୟଣ ନାଥଙ୍କୁ। ସୂର୍ଯ୍ୟ ନାରାୟଣ ତୁରନ୍ତ ଖବର ପାଇ ପହଁଚି ଥିଲେ ଦୀକ୍ଷିତ ପଡା ଗ୍ରାମରେ। ଦୀକ୍ଷିତ ପଡାରେ ସନ୍ତୋଷ ବେହେରାଙ୍କ ଗାଧୁଆ ଘରେ ପଶି ଅକ୍ଲାନ୍ତ ପରିଶ୍ରମ କରି ଅହିରାଜ ଧରିବାରେ ସଫଳ ହୋଇଥିଲେ। ଅହିରାଜ ଧରି ସାରିବା ପରେ ଟାଙ୍ଗୀ ବନ ବିଭାଗକୁ ହସ୍ତାନ୍ତର କରିଥିଲେ। ଟାଙ୍ଗୀ ବନ ବିଭାଗ ଅହିରାଜକୁ ନେଇ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡିଥିଲେ। ଅହିରାଜ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବାରୁ ସନ୍ତୋଷ ଙ୍କ ପରିବାର ଲୋକେ ଅଶ୍ୱସ୍ତ ହୋଇଛନ୍ତି।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ଫରେଷ୍ଟରଙ୍କ ‘ବେନାମୀ’ ସମ୍ପତ୍ତି ଉପରୁ ଭିଜିଲାନ୍ସ ହଟିଇଲା ପରଦା ।
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ