ଅଙ୍ଗାର ଗାଁ ସେବା ସମବାୟ ସମିତିରେ ଧାନମଣ୍ଡିର ଶୁଭ ଉଦଘାଟନ କଲେ ବିଧାୟକ l

ବେଗୁନିଆପଡା, (ଆମ ଓଡିଶା ଖବର):ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଅଙ୍ଗାର ଗାଁ ସେବା ସମବାୟ ସମିତି ପକ୍ଷରୁ ନୂଆଗଡ ଠାରେ ସମବାୟ ସମ୍ପାଦକ ବସନ୍ତ କୁମାର ଭୂୟାଁ ଙ୍କ ତତ୍ୱାବଧାନରେ ଧାନମଣ୍ଡିର ଶୁଭ ଉଦଘାଟନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ନାୟକ ଯୋଗଦେଇ ଧାନମଣ୍ଡିର ଶୁଭ ଉଦଘାଟନ କରିଥିଲେ । ଚଳିତ ଖରିଫ ଋତୁରେ ଯୋଗ୍ୟ ବିବେଚିତ ହୋଇଥିବା ପଞ୍ଜିକୃତ ଚାଷୀଙ୍କର ଧାନ କିପରି ସୁବିଧାରେ ଯାଇ ପାରିବ ସେ ଉପରେ ଗୁରତ୍ୱରୋପ କରିଥିଲେ ବିଧାୟକ । ରାଜ୍ୟ ସରକାରଙ୍କ ନିୟମ ପ୍ରକାରେ ଚଳିତ ବର୍ଷ ମଧ୍ୟ ଧାନ ଉଠାଯିବ ଏବଂ ଧାନମଣ୍ଡିରେ କୌଣସି ପ୍ରକାର କଟନୀ ଛଟନୀକୁ ବରଦାସ୍ତ କରାଯିବ ନାହିଁ ବୋଲି ରୋକ ଠୋକ ଶୁଣାଇଥିଲେ ବିଧାୟକ । ଏହି ଉଦଘାଟନ ସମୟରେ ଅଙ୍ଗାର ଗାଁ ସମବାୟ ସଭାପତି ପୀତବାସ ଭୂୟାଁ,ବେଗୁନିଆପଡା ଯୋଗାଣ ଅଧିକାରୀ ବାଦଲ କୁମାର ବେହେରା, ଏରିଆ ଅଫିସର କାଁହୁ ଚରଣ ଡାକୁଆ,ଷଣ୍ଢମୂଳ ସମବାୟ ସମ୍ପାଦକ ବୁଲା ଡାକୁଆ, ଅଙ୍ଗାର ଗାଁ ସରପଞ୍ଚ ନିଁଳେନ୍ଦ୍ରି ସେଠି, ସରପଞ୍ଚ ପ୍ରତିନିଧି ପୁର୍ଣଚନ୍ଦ୍ର ସେଠି, ବୁରୁଝରୀ ସମିତିସଭ୍ୟା ସୁଚିତ୍ରା ମହାନ୍ତି, ତାଳସର ପଞ୍ଚାୟତ ସରପଞ୍ଚ ମୁକୁନ୍ଦ ମାଧବ ସ୍ୱାଇଁ, ସମିତି ସଭ୍ୟ ମାଧବ ରାଉତ,ବଡ଼ ଖଇରିଖମା ସରପଞ୍ଚ କାଶୀନାଥ ବେହେରା,ଭ୍ରମର ଭୁୟାଁ,ନିରଞ୍ଜନ ଭୂୟାଁଙ୍କ ସମେତ ଶହେରୁ ଉର୍ଦ୍ଧ ଚାଷୀ ଉପସ୍ଥିତ ଥିଲେ ।

ରିପୋର୍ଟ :ଦେବାଶିଷ ମହାରଣା

error: Content is protected !!