
ରାୟଗଡ଼ା ଜିଲ୍ଲା (ଆମ ଓଡିଶା ଖବର):-ତା:-ଠ୪/୦୧/ ୨୦୨୬ ଜାନୁଆରୀ: ଦୁଇଦିନିଆ ଜିଲ୍ଲାସ୍ତରୀୟ ମାତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଆଜି ଉଦଯାପିତ ହୋଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷା ଜିଲ୍ଲାପରିଷଦ ରାୟଗଡ, ସୁଶ୍ରୀ ସରସ୍ବତୀ ମାଝୀ, ଯୋଗଦେଇ ସମବେତ ଚାଷୀମାନଙ୍କୁ ପ୍ରାଣୀ ସମ୍ପଦ ଓ ମତ୍ସ୍ଯ ଚାଷ ସମ୍ପର୍କରେ ବୁଝାଇଥିଲେ l ସମ୍ମାନିତ ଅତିଥି ଅତିରିକ୍ତ ଜିଲ୍ଲାପାଳ ଆରୀ ନବୀନ ଚଦ୍ର ନାଏକ ଯୋଗଦେଇ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଦିଆଯାଉଥିବା ରିହାତି ସୁବିଧା ନେବା ପlଇଁ ଚାଷୀଙ୍କୁ ଆହ୍ୱାନ କରିଥିଲେ lସହ ସର୍ଟିଫିକେଟ୍ ବିତରଣ କରିଥିଲେ। “ଆତ୍ମନିର୍ଭରତା ହିଁ ବିକଶିତ ଭାରତର ମୂଳ ମନ୍ତ୍ର” ସ୍ଲୋଗାନ୍ ପ୍ରଦାନରେ ମାତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଭିଡିଓ ମାଧ୍ୟମରେ ଚାଷୀଙ୍କୁ ଉତ୍ସାହିତ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାଏକ,ସିଭିଡିଓ ଡ଼. ମୃଣ୍ମୟ କୁମାର ପଣ୍ଡା, ଡେପୁଟି ଡାଇରେକ୍ଟର ମାତ୍ସ୍ୟ ଜିତେନ୍ଦ୍ର ବେହେରା, ଜିଲ୍ଲା ମତ୍ସ୍ଯ ଅଧିକାରୀ ସୁଶାନ୍ତ ଗୌଡ଼, ବୈଜ୍ଞାନିକ ଡ଼ଃ ବିରଞ୍ଚି ନାରାୟଣ ମିଶ୍ର, ଉପନିର୍ଦ୍ଧେଶକ ଜିଲ୍ଲା ପ୍ରାଣୀ ଚିକିତ୍ସା କାର୍ଯ୍ୟଳୟ, ରାୟଗଡ଼, ଡ଼ଃ ଅଶୋକ କୁମାର ବେହେରା, ଉପଖଣ୍ଡ ପ୍ରାଣୀ ଚିକତ୍ସା ଅଧିକାରୀ, ରାୟଗଡ଼, ସଂସlଧକ ଅଶ୍ୱିନୀ କୁମାର ବିଶ୍ୱାଳ, ସହକାରୀ ମତ୍ସ୍ଯ ଅଧିକାରୀ, ଚନ୍ଦ୍ରଭାଗା, କୋଣାର୍କ, ଶ୍ରୀ ପ୍ରିତମ କୁମାର ତ୍ରିପାଠୀ, ସହକାରୀ ପ୍ରାଧ୍ୟlପକ, ସେନଚୁରିଆନ ବିଶ୍ଵବିଦ୍ୟାଳୟ, ପାରଳାଖେମୁଣ୍ଡି ଯୋଗଦେଇ ମତ୍ସ୍ଯ ଚାଷ,ଗୋ-ପାଳନ ଓ ମିଶ୍ରିତ ଚାଷର ଲାଭ ନେବାକୁ ପ୍ରତ୍ସାହ୍ନ ଉପରେ ନିଜର ବକ୍ତବ୍ୟ ଦେଇଥିଲେ। ଏହା ସହିତ ସିଭିଡିଓ, ଡେପୁଟି ଡାଇରେକ୍ଟର ମାତ୍ସ୍ୟ ଓ ଡିଏଫ୍ଓ ବିଭିନ୍ନ ଯୋଜନା ଓ ବୀମା ସୁବିଧା ବିଷୟରେ ଆଲୋଚନା କରିଥିଲେ। ଏହାସହିତ ଆର୍ଗାନିକ୍ ଚାଷକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ l କୋଲନାରାର ଉତ୍କୃଷ୍ଟ ଚାଷୀ କୋଦରୁ ଈଶାକl,ଗୁଡ଼ାରୀର ମତ୍ସ୍ଯ ଚାଷୀ ଆରାଧ ଜlଗେରାଙ୍ଗା ଏବଂ ପଦ୍ମପୁର ଓ କାଶୀପୁର ବ୍ଲକର ସ୍ୱୟଂ ସହାୟକ ଗୋଷ୍ଠୀକୁ ଚାଷ ପାଇଁ ମାନଙ୍କୁ ୫,୦୦୦ ଟଙ୍କାର ଚେକ ସହ ସର୍ଟିଫିକେଟ୍ ପ୍ରଦାନ କରି ପୁରସ୍କୃତ କରାଯାଇଥିଲା l ଏହି ଦୁଇଦିନିଆ ମେଳlରେ ଗୁଣୁପୁର, ପଦ୍ମପୁର, ରାମନାଗୁଡ଼ା, କୋଲନରl ଓ ମୁନିଗୁଡା ବ୍ଲକର ବହୁ ଚାଷୀ ମାନେ ଯୋଗଦାନ କରିଥିଲେ l ମେଳରେ ସ୍ୱୟଂ ସହାୟକ ଗୋଷ୍ଠୀ, ଗୋ ଚାଷୀ, ଛେଳି କୁକୁଡ଼ା, ଘୁଷୁରୀ, ମତ୍ସ୍ଯ ଚାଷୀ ପ୍ରଦର୍ଶନୀ ମଣ୍ଡପ ଗୁଡିକରେ ପ୍ରଦର୍ଷିତ କରିଥିଲେ l ଚାଷୀମାନଙ୍କୁ ଏହି ଉତ୍ତମ ବିହନ ସମ୍ବନ୍ଧରେ ଚାଷୀମାନଙ୍କୁ ବୁଝlଇଥିଲେ l ଏହାପରେ
ସାଂସ୍କୃତିକ୍ କାର୍ଯ୍ୟରେ ପରିବେଷଣ କରାଯାଇଥିଲା l କାର୍ଯ୍ୟକ୍ରମକୁ ଉତ୍ତମ କୁମାର ଦାସ ସଂଯୋଜନା କରିଥିଲେ l

ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।


More Stories
ODISHA POLICE DISTRICT HEADQUARTERS, KHORDHA.
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସଚେତନତା ପଦଯାତ୍ରା।
ଆନ୍ତର୍ଜାତୀୟ ମହିଳା ଦିବସରେ ‘ସୁଭଦ୍ରା’ର ୪ର୍ଥ କିସ୍ତି ପ୍ରଦାନ।